Advertisment

ନିଜକୁ ବିଡିଓ କହି ୩ ଶିକ୍ଷୟିତ୍ରୀଙ୍କୁ ଚୂନ ଲଗାଇଲେ ସାଇବର ଠକ

ନିଜର ୟୋନୋ ଏସ୍‌ବିଆଇ ଆକାଉଣ୍ଟ ନଥିବା କହିଥିଲେ ଇନ୍‌ଚାର୍ଜ ପ୍ରଧାନଶିକ୍ଷକ। ଏହା ପରେ ସାଇବର ଠକ କହିଥିଲେ, ସ୍କୁଲରେ ଆଉ କାହାର ୟୋନୋ ଏସ୍‌ବିଆଇ ଆକାଉଣ୍ଟ ଅଛି କି? ଠିକ୍‌ ସେହି ସମୟରେ ତାଙ୍କର ୟୋନୋ ଏସ୍‌ବିଆଇ ଆକାଉଣ୍ଟ ରହିଛି ବୋଲି ଜଣେ ଶିକ୍ଷୟିତ୍ରୀ କହିଥିଲେ।

Puri

Puri

Advertisment

ନିଜକୁ ବିଡିଓ କହି ୩ ଶିକ୍ଷୟିତ୍ରୀଙ୍କ ଚୂନ ଲଗାଇଲା ସାଇବର ଠକ। ଆଜି ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ସାଇବର ଠକ ନିଜକୁ ବ୍ରହ୍ମଗିରି ବିଡିଓ କହି ବ୍ରହ୍ମଗିରି ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ଫୋନ୍‌ କରିଥିଲା। ପ୍ରଧାନଶିକ୍ଷକ କୌଣସି କାମରେ ବ୍ୟସ୍ତ ଥିବାରୁ ଇନ୍‌ଚାର୍ଜ ପ୍ରଧାନଶିକ୍ଷକଙ୍କ ଫୋନ୍‌ ନମ୍ୱର ଦେଇଥିଲେ। ଏହା ପରେ ସାଇବର ଠକ ସ୍କୁଲରେ ଥିବା ଇନ୍‌ଚାର୍ଜ ପ୍ରଧାନଶିକ୍ଷକଙ୍କ ପାଖକୁ ଫୋନ୍‌ କରିଥିଲା। ଫୋନ୍‌ ରିସିଭ୍‌ କରିବା ପରେ ସାଇବର ଠକ ନିଜକୁ ବ୍ରହ୍ମଗିରି ବିଡିଓ ବୋଲି ପରିଚୟ ଦେଇଥିଲା। ସାଇଟାଜର କିଣିବା ପାଇଁ ୟୋନୋ ଏସ୍‌ବିଆଇ ଆକାଉଣ୍ଟରେ ୩୦ ହଜାର ଟଙ୍କା ଟ୍ରାଞ୍ଜାକ୍‌ସନ୍‌ କରିବାର କହିଥିଲା।

ନିଜର ୟୋନୋ ଏସ୍‌ବିଆଇ ଆକାଉଣ୍ଟ ନଥିବା କହିଥିଲେ ଇନ୍‌ଚାର୍ଜ ପ୍ରଧାନଶିକ୍ଷକ। ଏହା ପରେ ସାଇବର ଠକ କହିଥିଲେ, ସ୍କୁଲରେ ଆଉ କାହାର ୟୋନୋ ଏସ୍‌ବିଆଇ ଆକାଉଣ୍ଟ ଅଛି କି? ଠିକ୍‌ ସେହି ସମୟରେ ତାଙ୍କର ୟୋନୋ ଏସ୍‌ବିଆଇ ଆକାଉଣ୍ଟ ରହିଛି ବୋଲି ଜଣେ ଶିକ୍ଷୟିତ୍ରୀ କହିଥିଲେ। ତା’ପରେ ସାଇବର ଠକ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ସହିତ କଥା ହୋଇଥିଲେ। ତାଙ୍କ ୟୋନୋ ଏସ୍‌ବିଆଇ ଆକାଉଣ୍ଟ ନମ୍ୱର ଓ ଓଟିପି ନେଇ ୩୦୦୦ ଟଙ୍କା ଉଠାଇ ନେଇଥିଲା। କିନ୍ତୁ ଏ ନେଇ କୌଣସି ମେସେଜ ଆସିନଥିବାରୁ ଟଙ୍କା କଟିଛି କି ନାହିଁ ଶିକ୍ଷୟିତ୍ରୀ ଜାଣିପାରିନଥିଲେ।

Advertisment

କିଛି ସମୟ ପରେ ସାଇବର ଠକ ପୁଣି ଥରେ ଶିକ୍ଷୟିତ୍ରୀଙ୍କ ପାଖକୁ ଫୋନ୍‌ କରିଥିଲେ। ତାଙ୍କର ଟ୍ରାଞ୍ଜେକ୍‌ସନ୍‌ ଫେଲ ହୋଇଥିବା କହିଥିଲେ। ଆଉ କାହା ୟୋନୋ ଏସ୍‌ବିଆଇ ଆକାଉଣ୍ଟରେ ୨୦,୦୦୦ରୁ ଅଧିକ ଟଙ୍କା ଅଛି କି ବୋଲି ପଚାରିଥିଲେ। ଏହା ପରେ ଶିକ୍ଷୟିତ୍ରୀ ଜଣକ, ସେହି ସ୍କୁଲର ଆଉ ଜଣେ ଶିକ୍ଷୟିତ୍ରୀଙ୍କୁ ଫୋନ୍‌ ଦେଇଥିଲେ। ସାଇବର ଠକ ତାଙ୍କ ସହ କଥା ହୋଇ ସମାନ ଢ଼ଙ୍ଗରେ ୨୦,୦୦୦ ଟଙ୍କା ଠକି ନେଇଥିଲା। ସାଇବର ଠକ ଏମିତି ତିନି ଜଣ ଶିକ୍ଷୟିତ୍ରୀଙ୍କଠାରୁ ୩୧ ହଜାରରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ତିନି ଜଣ ଶିକ୍ଷୟିତ୍ରୀ ଏନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରି ନାହିଁ ପୁଲିସ୍‌।

Puri Cyber Crime Cyber Fraud Cyber Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe