Advertisment

ରଥଯାତ୍ରା ପାଇଁ ସିସିଟିଭି ଲଗାଉଥିଲେ ଯୁବକ, ବିଦ୍ୟୁତ ସଂସ୍ପର୍ଶରେ ଆସିଗଲେ

ପୁଲିସ ହାଉସିଂ କର୍ପୋରେସନ ତରଫରୁ ଏହି କାମ ଜଣେ ଠିକାଦାରକୁ ଦିଆଯାଇଥିଲା।

ଅଦ୍ୟତନ ହୋଇଛି
electric shock

electric shock

Advertisment

ଆଉ ଦୁଇଟା ଦିନ ପରେ ଆୟୋଜିତ ହେବ ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା। ଏଥିନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରଥଯାତ୍ରା ପାଇଁ ସିସିଟିଭି ଲଗାଉଥିବା ବେଳେ ଆଜି ଏକ ଅଘଟଣ ଘଟିଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ରାକେଶ କୁମାର ବେହେରା।

Advertisment

ରଥଯାତ୍ରା ପାଇଁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମରେ ସିସିଟିଭି ଲଗାଯାଉଥିଲା। ସହର ସାରା ଲାଗୁଥିବା ସମସ୍ତ ସିସିଟିଭି ସହ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ସହ ସଂଯୋଗ କରାଯାଉଥିଲା। ଏଥିପାଇଁ ତାର ଟଣାଯାଉଥିଲା। ରାକେଶ ତାର ଟାଣୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ରାକେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ହାଉସିଂ କର୍ପୋରେସନ ତରଫରୁ ଏହି କାମ ଜଣେ ଠିକାଦାରକୁ ଦିଆଯାଇଥିଲା। ଠିକାଦାର ପିଲା ଲଗାଇ ଏହି କାମ କରୁଥିଲା। 

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe