Advertisment

ଦେବସ୍ନାନ ପୂର୍ଣ୍ଣମୀ: ଦିନ ୧୧.୨୦ରେ ସ୍ନାନ, ୨.୪୦ରେ ହାତୀବେଶ

ଶ୍ରଦ୍ଧାଳୁମାନେ ସମସ୍ତ ନୀତି ଓ ଦୁର୍ଲଭ ହାତୀବେଶକୁ ବଡଦାଣ୍ଡରୁ ଦେଖିପାରିବେ। ଏହାଛଡ଼ା ସାହାଣମେଲା ସମୟରେ ଲାଇନ୍‌ରେ ଯାଇ ଆନନ୍ଦବଜାର ସ୍ଥିତ ସ୍ନାନମଣ୍ଡପ ନିକଟରୁ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ।

author-image
Niranjan Mishra
ଅଦ୍ୟତନ ହୋଇଛି
gaja besha of lord jagannath

gaja besha of lord jagannath

ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣମୀ। ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ। ୧୦୮କୁମ୍ଭ ସୁବାସିତ ଜଳରେ ପ୍ରତକ୍ଷ୍ୟ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟରେ ପହଣ୍ଡି, ସ୍ନାନ ଓ ହାତୀବେଶ କରିବାକୁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। ସୂଚନା ମୁତାବକ-

Advertisment

ମଙ୍ଗଳାର୍ପଣ- ଆଜି ରାତି ୩.୩୦

ପହଣ୍ଡି- ଆଜି ରାତି ୪ଟାରୁ ଆରମ୍ଭ ହୋଇ ସକାଳ ୬ ସୁଦ୍ଧା ଶେଷ

ମଙ୍ଗଳା ଆଳତି- ଆସନ୍ତାକାଲି ସକାଳ ୮.୧୦

ମଇଲମ- ସକାଳ ୮.୧୫

ତଡପଲାଗି- ସକାଳ ୮.୨୫

ଅଧରପୋଛା- ସକାଳ ୮.୪୫

ଅବକାଶ- ଦିନ ୯.୨୦

ରୋଷ ହୋମ- ଦିନ ୯.୩୦

ଜଳବିଜେ, ପୂଜା ଓ ସ୍ନାନ- ଦିନ ୧୧.୨୦ରୁ ଦିନ ୧୨.୪୫

ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ- ଦିନ ୧.୫୦

ଛେରା ପହଁରା- ଦିନ ୨.୦୦

ହାତୀବେଶ- ଦିନ ୨.୪୦

ମହନ୍ତ ଶାଢ଼ିବନ୍ଧା- ଦିନ ୩.୦୦

ସକାଳ ଧୂପ - ଦିନ ୪.୪୫ରୁ ୬.୨୦

ସାହାଣମେଲା- ସନ୍ଧ୍ୟା ୬ରୁ ରାତି ୯ଟା

ମଇଲମ, ପୁଷ୍ପାଞ୍ଜଳି, ଡୋରଲାଗି- ରାତି ୧୦ଟା

ବାହୁଡ଼ା ପହଣ୍ଡି- ରାତି ୧୦ରୁ ରାତି ୧ଟା ଭିତରେ

ଶ୍ରଦ୍ଧାଳୁମାନେ ସମସ୍ତ ନୀତି ଓ ଦୁର୍ଲଭ ହାତୀବେଶକୁ ବଡଦାଣ୍ଡରୁ ଦେଖିପାରିବେ। ଏହାଛଡ଼ା ସାହାଣମେଲା ସମୟରେ ଲାଇନ୍‌ରେ ଯାଇ ଆନନ୍ଦବଜାର ସ୍ଥିତ ସ୍ନାନମଣ୍ଡପ ନିକଟରୁ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଯାତାୟତ ନିମନ୍ତେ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଥିବା ମଧ୍ୟ ସୂଚନା ମିଳିଛି।

ଚଳିତ ବର୍ଷ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସ୍ୱତନ୍ତ୍ର ଭାବେ ୬୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଶ୍ରୀମନ୍ଦିରରେ ୨୯ପ୍ଳାଟୁନ ପୁଲିସ ଫୋର୍ସ ଓ ବ୍ୟାରିକେଡରେ ୧୨ପ୍ଳାଟୁନ ଫୋର୍ସ ରହିବେ।

Advertisment

ପ୍ରଶାସନର ଏତେ ସବୁ ପ୍ରସ୍ତୁତି ସତ୍ତ୍ୱେ ଆସନ୍ତାକାଲି ମହାପ୍ରଭୁଙ୍କ ନୀତିକାନ୍ତି ନୀତି ନିର୍ଘଣ୍ଟ ଅନୁଯାଇ ହେଉଛି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର।

Puri Shreemandir Lord Jagannath Snana Yatra