ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣମୀ। ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ। ୧୦୮କୁମ୍ଭ ସୁବାସିତ ଜଳରେ ପ୍ରତକ୍ଷ୍ୟ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟରେ ପହଣ୍ଡି, ସ୍ନାନ ଓ ହାତୀବେଶ କରିବାକୁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। ସୂଚନା ମୁତାବକ-
ମଙ୍ଗଳାର୍ପଣ- ଆଜି ରାତି ୩.୩୦
ପହଣ୍ଡି- ଆଜି ରାତି ୪ଟାରୁ ଆରମ୍ଭ ହୋଇ ସକାଳ ୬ ସୁଦ୍ଧା ଶେଷ
ମଙ୍ଗଳା ଆଳତି- ଆସନ୍ତାକାଲି ସକାଳ ୮.୧୦
ମଇଲମ- ସକାଳ ୮.୧୫
ତଡପଲାଗି- ସକାଳ ୮.୨୫
ଅଧରପୋଛା- ସକାଳ ୮.୪୫
ଅବକାଶ- ଦିନ ୯.୨୦
ରୋଷ ହୋମ- ଦିନ ୯.୩୦
ଜଳବିଜେ, ପୂଜା ଓ ସ୍ନାନ- ଦିନ ୧୧.୨୦ରୁ ଦିନ ୧୨.୪୫
ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ- ଦିନ ୧.୫୦
ଛେରା ପହଁରା- ଦିନ ୨.୦୦
ହାତୀବେଶ- ଦିନ ୨.୪୦
ମହନ୍ତ ଶାଢ଼ିବନ୍ଧା- ଦିନ ୩.୦୦
ସକାଳ ଧୂପ - ଦିନ ୪.୪୫ରୁ ୬.୨୦
ସାହାଣମେଲା- ସନ୍ଧ୍ୟା ୬ରୁ ରାତି ୯ଟା
ମଇଲମ, ପୁଷ୍ପାଞ୍ଜଳି, ଡୋରଲାଗି- ରାତି ୧୦ଟା
ବାହୁଡ଼ା ପହଣ୍ଡି- ରାତି ୧୦ରୁ ରାତି ୧ଟା ଭିତରେ
ଶ୍ରଦ୍ଧାଳୁମାନେ ସମସ୍ତ ନୀତି ଓ ଦୁର୍ଲଭ ହାତୀବେଶକୁ ବଡଦାଣ୍ଡରୁ ଦେଖିପାରିବେ। ଏହାଛଡ଼ା ସାହାଣମେଲା ସମୟରେ ଲାଇନ୍ରେ ଯାଇ ଆନନ୍ଦବଜାର ସ୍ଥିତ ସ୍ନାନମଣ୍ଡପ ନିକଟରୁ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଯାତାୟତ ନିମନ୍ତେ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଥିବା ମଧ୍ୟ ସୂଚନା ମିଳିଛି।
ଚଳିତ ବର୍ଷ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସ୍ୱତନ୍ତ୍ର ଭାବେ ୬୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଶ୍ରୀମନ୍ଦିରରେ ୨୯ପ୍ଳାଟୁନ ପୁଲିସ ଫୋର୍ସ ଓ ବ୍ୟାରିକେଡରେ ୧୨ପ୍ଳାଟୁନ ଫୋର୍ସ ରହିବେ।
ପ୍ରଶାସନର ଏତେ ସବୁ ପ୍ରସ୍ତୁତି ସତ୍ତ୍ୱେ ଆସନ୍ତାକାଲି ମହାପ୍ରଭୁଙ୍କ ନୀତିକାନ୍ତି ନୀତି ନିର୍ଘଣ୍ଟ ଅନୁଯାଇ ହେଉଛି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର।