Advertisment

ଆଜି ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପରମ୍ପରା ଅନୁସାରେ ଗତକାଲି ତିନି ଠାକୁର କୋଣାର୍କର ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱର ମହାଦେବ ରାତିରେ ବିମାନ ବିଜେ କରିଥିଲେ।

author-image
Tapaswini Nayak
konark

konark

ଆଜି ମାଘ ସପ୍ତମୀ। ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ପରମ୍ପରା ଅନୁସାରେ ଗତକାଲି ତିନି ଠାକୁର କୋଣାର୍କର ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱର ମହାଦେବ ରାତିରେ ବିମାନ ବିଜେ କରିଥିଲେ। ମଧ୍ୟରାତ୍ରରେ ଏନଏସି ଭୋଗ ମଣ୍ଡପରେ ଭୋଗ ଖାଇଥିଲେ। ପରେ ମିଳିତ ଭାବେ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ଗସ୍ତ କରି ବିଳମ୍ବିତ ରାତିରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ। ଭୋରରେ ତିନି ଠାକୁରଙ୍କ ମହାସ୍ନାନ ପରେ ଭକ୍ତମାନେ ବୁଡ଼ ପକାଇଥିଲେ।

Advertisment

ଏଥିପାଇଁ ଗତକାଲି ରାତିରୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ମେଳା ପଡିଆରେ ଅସ୍ଥାୟୀ କୁଡିଆ କରି ରାତ୍ରି ଯାପନ କରିଥିଲେ। ଏଠାରେ ମାଟି ହାଣ୍ଡିରେ ରୋଷେଇ କରି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ପିଣ୍ଡଦାନ ପରେ ମାଟିହାଣ୍ଡିକୁ ହାଣ୍ଡି ବାଡିଆ ପୋଖରୀରେ ଭାଙ୍ଗିଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦୃଷ୍ଟିରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୨ ଜଣ ଆଡିସିନାଲ ଏସ୍‌ପି, ୩୦ ଜଣ ସିନିୟର ପୁଲିସ୍‌ ଅଫିସର, ୧୦୦ ଜଣ ଓଆଇସି ଓ ଏଏସ୍‌ଆଇ, ୨୫୦ ହୋମଗାର୍ଡ, ଟ୍ରାଫିକ ପୁଲିସ୍‌, ଲାଇଫ୍‌ ଗାର୍ଡ  ଓ ସାଦା ପୋଷାକଧାରୀ ପୁଲିସ୍‌ ଟିମ୍‌ ମୁତୟନ ହୋଇଛନ୍ତି। କରୋନା କଟକଣା ହଟି ଥିବାରୁ  ଏଥର ଚନ୍ଦ୍ରଭାଗାରେ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ଆଜି ଦିନକ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।

Advertisment
Magha Saptami