Advertisment

ନଗର କୀର୍ତ୍ତନ ପରେ ଗଣ୍ଡଗୋଳ; ବ୍ଲେଡ୍‌ରେ ଆକ୍ରମଣ ଓ ପ୍ରତିଆକ୍ରମଣରେ ୮ ଗୁରୁତର

ରବିବାର ଘଟଣାକୁ ନେଇ ଆଜି ଅପରାହ୍ନରେ ବାହୁଡ଼ିଅ ଛକରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ପରେ ଉଭୟ ଗୋଷ୍ଠୀ ପକ୍ଷରୁ ବ୍ଲେଡ୍‌ରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା। ଯାହାଫଳରେ ଉଭୟ ଗୋଷ୍ଠୀରେ ୮ ଜଣରୁ ଅଧିକ ଲୋକେ ଆହତ ହୋଇଥିଲେ।

Puri

Puri

Advertisment

ନଗର କୀର୍ତ୍ତନ ଗାଁ ପରିକ୍ରମା ବେଳେ ସୃଷ୍ଟି ହୋଇଥିଲା ଗଣ୍ଡଗୋଳ। ରବିବାର ଆରମ୍ଭ ହୋଇଥିବା ଏହି ଗଣ୍ଡଗୋଳ ଆଜି ବିସ୍ଫୋରକ ରୂପ ନେଇଥିଲା। ବ୍ଲେଡ୍‌ରେ ଆକ୍ରମଣ ଓ ପ୍ରତିଆକ୍ରମଣରେ ଦୁଇ ପକ୍ଷରୁ ୮ ଜଣ ଗୁରୁତର ଆହତ ହୋଇଛି। ଆଜି ଅପରାହ୍ନରେ ଏପରି ଘଟଣା ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଘଟିଛି।

Advertisment

ମଧୁପୁର ଗାଁରେ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ପୃଥକ୍‌ ପୃଥକ୍‌ ଭାବେ ଅଷ୍ଟପ୍ରହରୀ ନାମ ଯଜ୍ଞ ହେଉଥିଲା। ରବିବାର ନାମଯଜ୍ଞ ଶେଷ ହେବା ପରେ ଗୋଟିଏ ଗୋଷ୍ଠୀ ନଗର କୀର୍ତ୍ତନରେ ବାହାରିଥିବା ବେଳେ ଗାଁର ଜଣେ ବ୍ୟକ୍ତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ରାତିରେ ଏହା ବିରୋଧରେ କେତେକ ମହିଳା ଏନେଇ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଡାକି ବୁଝାସୁଝା କରିଥିଲା।

ରବିବାର ଘଟଣାକୁ ନେଇ ଆଜି ଅପରାହ୍ନରେ ବାହୁଡ଼ିଅ ଛକରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ପରେ ଉଭୟ ଗୋଷ୍ଠୀ ପକ୍ଷରୁ ବ୍ଲେଡ୍‌ରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା। ଯାହାଫଳରେ ଉଭୟ ଗୋଷ୍ଠୀରେ ୮ ଜଣରୁ ଅଧିକ ଲୋକେ ଆହତ ହୋଇଥିଲେ। ସମସ୍ତଙ୍କୁ ଅସ୍ତରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଛି।

Advertisment

ଅସ୍ତରଙ୍ଗ ଥାନା ପୁଲିସ ଉଭୟ ଗୋଷ୍ଠୀରୁ ସାତ ଜଣଙ୍କୁ ଅଟକ ରଖିଛି। ଉତ୍ତେଜନା ମୂଳକ ପରିସ୍ଥିତି ଯୋଗୁ ମଧୁପୁର ଗାଁରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe