Advertisment

ଦିନରୁ ବନ୍ଦ କରିଦେବେ ସନ୍ଧ୍ୟା ଦର୍ଶନ, ମୁକ୍ତି ମଣ୍ଡପ ପଣ୍ଡିତ ସଭା ସଦସ୍ୟ କହିଲେ- ଏହା ଶାସ୍ତ୍ର ସମ୍ମତ ନୁହେଁ

ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ହେବା ପୂର୍ବରୁ ପ୍ରଶାସନ ଏହାକୁ ବନ୍ଦ କରିବା ନିଷ୍ପତ୍ତି ଏବେ ଭକ୍ତ ମହଲରେ ଅସନ୍ତୋଷର କାରଣ ହୋଇଛି।

ଅଦ୍ୟତନ ହୋଇଛି
Rath Yatra 2023: Chariots of Lord Jagannath

Rath Yatra 2023: Chariots of Lord Jagannath

Advertisment

ଆଡ଼ପ ମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ହେବା ପୂର୍ବରୁ ପ୍ରଶାସନ ଏହାକୁ ବନ୍ଦ କରିବା ନିଷ୍ପତ୍ତି ଏବେ ଭକ୍ତ ମହଲରେ ଅସନ୍ତୋଷର କାରଣ ହୋଇଛି। ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Advertisment

ତେବେ ଏସବୁ ଭିତରେ ସାଂଧ୍ୟଦର୍ଶନ ସମୟକୁ ନେଇ ଆରମ୍ଭ ହୋଇଛି ବିବାଦ। ସଂଧ୍ୟା ବଦଳରେ ଅପରାହ୍ଣରେ ଦର୍ଶନକୁ ବନ୍ଦ କରାଯିବା ଶାସ୍ତ୍ରସମ୍ମତ ନୁହେଁ ବୋଲି କହିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ହରିଶଙ୍କର ମିଶ୍ର। ଯାହାକୁ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଖଣ୍ଡନ କରିବା ସହ ବାହୁଡ଼ା ନୀତିକାନ୍ତିକୁ ଶୃଙ୍ଖଳତି କରାଯିବା ପାଇଁ ସର୍ବସମ୍ମତ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି।

ସେପଟେ ଗୁଣ୍ଡିଚାରେ ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆଜି ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ମୁତାବକ ରଥ ଉପରେ ଅଧିକ ସଂଖ୍ୟକ ସେବାୟତ ଯେଭଳି ବସିବେନି ସେ ଦିଗରେ ଧ୍ୟାନ ଦିଆଯିବ। ସେହିପରି କର୍ଡନକୁ ବଡ଼ କରାଯିବା ସହ ରଥ ଦୌଡ଼ିକୁ କର୍ଡନ ବାହାରକୁ ଛଡ଼ାଯିବ ନାହିଁ। ଏଥିସହ ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଗମନାଗମନ ପାଇଁ ଯେଉଁଭଳି ବ୍ୟବସ୍ଥା ହୋଇଥିଲା ବାହୁଡ଼ାୟାତ୍ରାରେ ମଧ୍ୟ ସମାନ ବ୍ୟବସ୍ଥା ଆପଣାଇବା ସହ ଗୁରୁବାର ସୁନାବେଶ ପାଇଁ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଥିବା ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। 

Advertisment

ପ୍ରଶାସନିକ ଏଭଳି ପ୍ରସ୍ତୁତି ଦେଖିଲେ ବାହୁଡ଼ାରେ ଶ୍ରଦ୍ଧାଳୁମାନେ ରଥ ଭିଡ଼ାର ସୁଯୋଗ ପାଉଛନ୍ତି ନା ନାହିଁ ଦେଖିବାର କଥା। ଏହାଛଡ଼ା ପ୍ରଶାସନିକ ନିଷ୍ପତ୍ତି ରଥ ଉପରେ କେତେଦୂର ପାଳନ ହେଉଛି ଓ ଭକ୍ତଙ୍କୁ ଠାକୁର ଦର୍ଶନରେ ମୁକ୍ତ ପରିବେଶ ମିଳୁଛି ନା ନାହିଁ ତାହା ମଧ୍ୟ ଦେଖିବାର କଥା।

ତେଣେ ସରି ସରି ଆସୁଛି ଜନ୍ମବେଦୀର ମହାପ୍ରଭୁଙ୍କ ଲୀଳାଖେଳା। ମାତ୍ର ଦିନକ ପରେ ଶ୍ରୀମନ୍ଦିର ଅଭିମୁଖେ ତିନି ଠାକୁର ବାହୁଡ଼ିବେ। ସେଇଥିପାଇଁ ଗତକାଲି ତାଳଧ୍ୱଜ ଓ ଦର୍ପଦଳନ ପରେ ଆଜି ସକାଳୁ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ମନ୍ଦିର ସମ୍ମୁଖକୁ ଅଣାଯାଇଛି। ବାହୁଡ଼ା ପାଇଁ ତିନିରଥ ସଂପୂର୍ଣ୍ଣ ପ୍ରସ୍ତୁତ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ହେରାପଞ୍ଚମୀ ଯାଏଁ ନୀତିକାନ୍ତିରେ ଘୋର ବିଶୃଙ୍ଖଳା ପରେ ଆଜି ନୀତିକାନ୍ତି ବ୍ୟବସ୍ଥିତ ହେବା ସହ ଆଡ଼ପ ଦର୍ଶନ ବି ସୁରୁଖୁରୁରେ ଚାଲିଛି। ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି କୃତ୍ୟ କୃତ୍ୟ ହେଉଛନ୍ତି ଭକ୍ତ।

Ratha Yatra Puri Shreemandir Puri Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe