Advertisment

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ନାମାଙ୍କନ ଖାରଜ, ଶତାଧିକ ସମର୍ଥକଙ୍କ ସହ ଧାରଣାରେ ବସିଲେ

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ସସ୍ମିତା ଛାଟୋଇ ସରିପୁର ପଞ୍ଚାୟତରୁ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାହା ଆଜି ଖାରଜ ହୋଇଯାଇଛି। ଏହି ସୂଚନା ପାଇବା ପରେ ସେ ଶତାଧିକ ସମର୍ଥକଙ୍କ ସହିତ ଅସ୍ତରଙ୍ଗ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିବା ଯୋଗୁଁ ଉତ୍ତେଜନାମୂଳକ ସ୍ଥିତି ଉପୁଜି ଥିଲା। ପୁରୀ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସମେତ ନିମାପଡ଼ା ଏସଡିପିଓ, ଆଖପାଖ ଚାରୋଟି ଥାନାର […]

ଅଦ୍ୟତନ ହୋଇଛି
ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ନାମାଙ୍କନ ଖାରଜ, ଶତାଧିକ ସମର୍ଥକଙ୍କ ସହ ଧାରଣାରେ ବସିଲେ

Sasmita Chhatoi

Advertisment

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ସସ୍ମିତା ଛାଟୋଇ ସରିପୁର ପଞ୍ଚାୟତରୁ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାହା ଆଜି ଖାରଜ ହୋଇଯାଇଛି। ଏହି ସୂଚନା ପାଇବା ପରେ ସେ ଶତାଧିକ ସମର୍ଥକଙ୍କ ସହିତ ଅସ୍ତରଙ୍ଗ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିବା ଯୋଗୁଁ ଉତ୍ତେଜନାମୂଳକ ସ୍ଥିତି ଉପୁଜି ଥିଲା। ପୁରୀ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସମେତ ନିମାପଡ଼ା ଏସଡିପିଓ, ଆଖପାଖ ଚାରୋଟି ଥାନାର ଆଇଆଇସି ଓ ଦୁଇ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

Advertisment

ସସ୍ମିତା ୨୦୦୭ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଅସ୍ତରଙ୍ଗ ବ୍ଲକ୍‌ର ଅଧ୍ୟକ୍ଷ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଏକ ଆର୍ଥିକ ଅନିୟମିତା ହୋଇଥିଲା। ଲୋକାଲ୍ ଫଣ୍ଡ୍ ଅଡିଟ୍‌ ୨୦୧୭ ମସିହାରେ ତାଙ୍କୁ ୫ ଲକ୍ଷ ୧୧ ହଜାର ଟଙ୍କା ରିକଭରି ପାଇଁ ନୋଟିସ କରିଥିଲା। ସେ ଏହି ଅର୍ଥ ପୈଠ କରିନାହାନ୍ତି କି ଏ ସମ୍ପର୍କରେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରି ନଥିବା ତାଙ୍କ ବିପକ୍ଷ ପ୍ରାର୍ଥୀ ଜ୍ୟୋସ୍ନାରାଣୀ ନାୟକ ଅଭିଯୋଗ ଆଣିଥିଲେ। ଆଉ ଏହା ଜଣାପଡ଼ିବା ପରେ ଆଇନ ଅନୁଯାୟୀ ସସ୍ମିତା ଛାଟୋଇଙ୍କ ନାମାଙ୍କନ ପତ୍ର ଖାରଜ କରାଯାଇଥିବା ବ୍ଳକ୍ ଜିପିଓ ସିଦ୍ଧାର୍ଥ ସ୍ୱାଇଁ କହିଛନ୍ତି।

ଅନ୍ୟପକ୍ଷରେ ସସ୍ମିତା ଛାଟୋଇ କହିଛନ୍ତି ଯେ ତାଙ୍କ ନାମାଙ୍କନ ପତ୍ର କାହିଁକି ଖାରଜ କରାଗଲା, ସେ ନେଇ ତାଙ୍କୁ କିଛି କାରଣ କୁହାଯାଇ ନାହିଁ। ଯେତେ ପଚାରିଲେ ବି ବିଡିଓ କିଛି କହିଲେ ନାହିଁ। ଓଲଟି ବାହାରି ଯିବାକୁ କହିଲେ। କାହାର ଚାପରେ ତାଙ୍କ ନାଁ କଟାଯାଇଛି। ସେ ଏହି ମାମଲାରେ କୋର୍ଟକୁ ଯିବେ।

Advertisment

ପୁରୀ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି, ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। ପାଟ୍ରୋଲିଂ କରାଯାଉଛି ଓ ସ୍ଥିତି ଉପରେ ନଜର ରଖାଯାଇଛି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe