870
ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କଣାସ ବ୍ଲକ ବଡାଲ ପଂଚାୟତର ବଡ଼ଓରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଲୋମ ଟାଙ୍କୁରା ଦୃଶ୍ୟ l ଗାଁ ଦାଣ୍ଡରେ କରୋନା ଯୋଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କଣାସ ମେଡିକାଲରେ କାର୍ଯ୍ୟରତ ଥିବା ସେହି ଗ୍ରାମର ହେମନ୍ତ କୁମାର ସାହୁ ନାମକ ଜଣେ ଲୋକଙ୍କୁ କିଛି ଲୋକ ତଳେ ପକାଇ ଅତି ନିର୍ମମ ଭାବରେ ମାରିବାର ଭିଡିଓ ଭାଇରଲ ହୋଇଛି l
ଜମି ଜମା ବିବାଦକୁ ନେଇ ଏହି କାଣ୍ଡ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଏବେ ହେମନ୍ତ ଚିକିତ୍ସା ହେଉଛନ୍ତି l ହେମନ୍ତଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗଡ଼ିଶା ଗୋଦା ଥାନା ପୃଥକ ଭାବରେ ଦୁଇଟି ଏତଲା ରୁଜୁ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/870.jpg)