Advertisment

ଛାରଖାର ହେଲା ସଂସାର; ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବୁଲିବାକୁ ଆସି ହସଖୁସିରେ ସମୁଦ୍ରରେ ଖେଳୁଥିଲେ ବାପପୁଅ। ପୁଅ ଆଗରେ ବାପା ଦେଖାଉଥିଲେ ଷ୍ଟଣ୍ଟ। ପୁଅ ଖୁସି ବି ବନ୍ଧବାଡ଼ ମାନୁନଥିଲା। ହେଲେ ହଠାତ୍‌ ପରିବାର ଉପରେ ମାଡ଼ି ଆସିଲା କଳା ବାଦଲ। ପୁଅ ଆଖି ଆଗରେ ସମୁଦ୍ର ଲହଡ଼ିରେ ଭାସିଗଲେ ବାପା। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ବାଲେଶ୍ୱରର ବଂଶୀଧର ବେହେରା । ଲାଇଫ୍ ଗାର୍ଡ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରିନି। ବଂଶୀଧର ବେହେରା ନିଜ ପରିବାର […]

ଅଦ୍ୟତନ ହୋଇଛି
ଛାରଖାର ହେଲା ସଂସାର; ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା

puri

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବୁଲିବାକୁ ଆସି ହସଖୁସିରେ ସମୁଦ୍ରରେ ଖେଳୁଥିଲେ ବାପପୁଅ। ପୁଅ ଆଗରେ ବାପା ଦେଖାଉଥିଲେ ଷ୍ଟଣ୍ଟ। ପୁଅ ଖୁସି ବି ବନ୍ଧବାଡ଼ ମାନୁନଥିଲା। ହେଲେ ହଠାତ୍‌ ପରିବାର ଉପରେ ମାଡ଼ି ଆସିଲା କଳା ବାଦଲ। ପୁଅ ଆଖି ଆଗରେ ସମୁଦ୍ର ଲହଡ଼ିରେ ଭାସିଗଲେ ବାପା।

Advertisment

ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ବାଲେଶ୍ୱରର ବଂଶୀଧର ବେହେରା । ଲାଇଫ୍ ଗାର୍ଡ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରିନି।

ବଂଶୀଧର ବେହେରା ନିଜ ପରିବାର ଲୋକଙ୍କୁ ଧରି ପୁରୀ ବୁଲିବାକୁ ଆସିଥିଲେ। ଆଜି ସେମାନେ ପୁରୀ ଚୈତନ୍ୟ ଛକ ପାଖ ବେଳାଭୂମି ଅଞ୍ଚଳରେ ଗାଧଉଥିଲେ। ଧୋଇବା ବେଳେ ବଂଶୀଧର ଓ ତାଙ୍କ ପୁଅ ବେଶ୍‌ ମସ୍ତି କରୁଥିଲେ। କେତେବେଳେ ସମୁଦ୍ର ବାଲିରେ ଲୋଟି ଫଟୋ ପୋଜ ଦେଉଥିଲେ ତ କେତେବେଳେ ସମୁଦ୍ର ଆଡ଼କୁ ଦୌଡ଼ି ପଳାଉଥିଲେ। ଏମିତି ଗୋଟେ ଥର ଲହଡି ଆସୁଥିବା ବେଳେ ଦୌଡ଼ି ଦୌଡ଼ି ଯାଇ ବଂଶୀଧର ଡେଇଁ ପଡ଼ିଥିଲେ। ହେଲେ ଆଉ ଫେରିନଥିଲେ। ଲହଡି ତାଙ୍କୁ ଟାଣି ନେଇଥିଲା। ଆଖି ଆଗରେ ବାପାଙ୍କୁ ନପାଇ କୁନି ପୁଅ ବିଚଳିତ ହୋଇପଡ଼ିଥିଲେ। ବାପା କାହାଁନ୍ତି ବାପା କାହାଁନ୍ତି ବୋଲି ପାଟି କରିଥିଲେ। ସେତେବେଳକୁ ବାପା ଶେଷ ଯାତ୍ରାରେ ଚାଲିଗଲେଣି ବୋଲି ଜାଣିନଥିଲା କୁନି ପୁଅ।

Advertisment

ବଂଶୀଧରଙ୍କ ପତ୍ତା ନପାଇ ସମୁଦ୍ର କୂଳରେ ଅପେକ୍ଷା କରିଥିବା ପରିବାର ଲୋକେ ସେଠାରେ ଉପସ୍ଥିତ ଲାଇଫ୍ ଗାର୍ଡଙ୍କୁ ଜଣାଇଥିଲେ। ଲାଇଫ୍‌ଗାର୍ଡ଼ମାନେ ଖୋଜିଥିଲେ ମଧ୍ୟ ପାଇନଥିଲେ। ସର୍ଚ୍ଚ ଅପରେଶନ ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe