Advertisment

ପୁରୀ ନୀଳାଦ୍ରି କମ୍ପ୍ଲେକ୍ସ ହାଣ୍ଡଲୁମ୍‌ ଶୋ’ ରୁମରେ ଅଗ୍ନିକାଣ୍ଡ

ବୁଧବାର ସନ୍ଧ୍ୟା ପ୍ରାୟ ୮ଟାରେ ଯେଉଁ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା, ତା’ ଠାରୁ ଅଳ୍ପ ଦୂରରେ ଏହି ନୀଳାଦ୍ରି କମ୍ପ୍ଲେକ୍ସଟି ରହିଛି।

author-image
Hemant Lenka
Puri

Puri

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ଭୟାବହ ଅଗ୍ନିକାଣ୍ତ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁରୀର ଆଉ ଗୋଟିଏ ସ୍ଥାନରେ ନିଆଁ ଲାଗିଛି। ଆଜି ଅପରାହ୍ନରେ ବଡ଼ ଦାଣ୍ତରେ ଥିବା ନୀଳାଦ୍ରି କମ୍ଲେକ୍ସରେ ଥିବା ହାଣ୍ଡଲୁମ ଶୋ’ ରୁମରେ ଅଗ୍ନିକାଣ୍ଡ ଘଟିଛି। ଶର୍ଟ ଶର୍କିଟ ଯୋଗୁ ଶୋ’ ରୁମ ସୁଇଚ୍‌ ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବୁଧବାର ସନ୍ଧ୍ୟା ପ୍ରାୟ ୮ଟାରେ ଯେଉଁ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା, ତା’ ଠାରୁ ଅଳ୍ପ ଦୂରରେ ଏହି ନୀଳାଦ୍ରି କମ୍ପ୍ଲେକ୍ସଟି ରହିଛି।

Advertisment

ଆଜିର ଅଗ୍ନିକାଣ୍ଡକୁ ନେଇ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଥିଲେ ହେଁ ପୁରି ଏସ୍‌ପି କନୱର ବିଶାଲ ସିଂହ ଆଦୌ ବ୍ୟସ୍ତ ନ ହେବାକୁ କହିଛନ୍ତି। ସେ କହିଛନ୍ତି, ଶର୍ଟ ଶର୍କିଟ ଯୋଗୁ ଛୋଟ ଧରଣର ଘଟଣା ଘଟିଥିଲା। ୧୧୨କୁ କଲ୍ ପରେ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ୫/୧୦ ମିନିଟ ମଧ୍ୟରେ ସବୁକିଛି ସ୍ୱାଭାବିକ କରିଦିଆଯାଇଛି। କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ।”

ନିଳାଦ୍ରୀ କମ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଓଡ଼ିଶା ହାଣ୍ଡଲୁମରେ ନିଆଁ ଲାଗିଥିଲା। ତେବେ ଅଗ୍ନି ନିର୍ବାପକ ଯନ୍ତ୍ର ମାଧ୍ୟମରେ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲେ।

Advertisment

ନୀଳାଦ୍ରି କମ୍ପ୍ଲେକ୍ସର ଅଗ୍ନିକାଣ୍ଡ ସମ୍ପର୍କରେ ଜଣେ ବ୍ୟକ୍ତି କହିଛନ୍ତି ଯେ ଶୋ’ ରୁମ ଭିତରେ ନିଆଁ ଲାଗି ନଥିଲା। କେବଳ ସୁଇଚ୍‌ ରୁମରେ କୌଣସି କାରଣରୁ ସାମାନ୍ୟ ନିଆଁ ଦେଖାଯାଇଥିଲା। ତେବେ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ କୌଣସି ବଡ଼ ଅଘଟଣ ଘଟିନି। ସେହିପରି ନିଆଁ ମଧ୍ୟ ଶୋ’ ରୁମ ଭିତରକୁ ବ୍ୟାପିନାହିଁ। କର୍ମଚାରୀଙ୍କ ସାହାସ ଯୋଗୁ ସବୁ କିଛି ସ୍ୱାଭାବିକ ହୋଇଥିବା ସେ କହିଛନ୍ତି।

ନୀଳାଦ୍ରି କମ୍ପ୍ଲେକ୍ସ ହାଣ୍ଡଲୁମ ଶୋ’ ରୁମରେ ଲାଗିଥିବା ଛୋଟଧରଣର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇ ସାରିଥିଲେ ମଧ୍ୟ ସେଠାରେ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ଉପସ୍ଥିତ ରହିଥିଲେ। ସେମାନେ ବିଭିନ୍ନ ସ୍ଥାନକୁ ତନତନ ଯାଞ୍ଚ ମଧ୍ୟ କରିଛନ୍ତି। ଘଟଣାସ୍ଥଳରେ ପୁରୀ ଏସପି କନୱର ବିଶାଲ ସିଂହ, ସିଟି ଡିଏସପି, ଟାଉନଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ପ୍ରମୁଖ ପହଞ୍ଚି ଭିଡ଼ ନିୟନ୍ତ୍ରଣ ସହ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିଛନ୍ତି।

ବୁଧବାର ଲକ୍ଷ୍ମୀ କମ୍ପ୍ଲେକ୍ସ ମାର୍କେଟରେ ଲାଗିଥିବା ନିଆଁକୁ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ୩୬ ଘଣ୍ଟାର ଆକ୍ଳାନ୍ତ ପରିଶ୍ରମ କରି ଶେଷରେ ନିଆଁ ଲିଭାଇବାକୁ ସକ୍ଷମ ହୋଇଛନ୍ତି। ନିଆଁ ଲିଭିବା ପରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି। ସେଥିପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ତହସିଲଦାର, ଆଇଆଇସି ଓ ଫାୟାର ଅଫିସରଙ୍କୁ ଗୋଟିଏ ଟିମ୍ ସମସ୍ତ ଦୋକାନୀଙ୍କ ସହ ଆଲୋଚନା କରି ରିପୋର୍ଟ ଦେବେ।

Odisha Puri Fire Breakout