Konark
ଫାସରେ ପଡ଼ିଥିଲା ହରିଣ। ଜଙ୍ଗଲ ଭିତରେ ସେହି ହରିଣକୁ କାଟି ଭାଗ ଭାଗ କରୁଥିଲେ ଶିକାରୀ। ଠିକ୍ ସମୟରେ ବନ ବିଭାଗ ଚଢ଼ଉ କରି ଜଣକୁ ମାଡି ବସିଥିଲା। ଅନ୍ୟମାନେ ଚମ୍ପଟ ମାରିଥିଲେ। ଆଜି ପୂର୍ବାହ୍ନରେ ଏପରି ଘଟଣା ପୁରୀ ଜିଲ୍ଲା କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଘଟିଛି।
ଚନ୍ଦ୍ରଶେଖର ପ୍ରଧାନ ଓ ତାଙ୍କର ତିନି ସହଯୋଗ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ସଂଲଗ୍ନ ଗୋଲାରା ସଂରକ୍ଷିତ ଜଙ୍ଗଲରେ ଫାସ ବସାଇ ଥିଲେ। ସେହି ଫାସରେ ଗୋଟିଏ ଅଣ୍ଡିରା ହରିଣ ପଡ଼ି ଯାଇଥିଲା। ଆଜି ଅପରାହ୍ନରେ ଚନ୍ଦ୍ରଶେଖର ଓ ତାଙ୍କର ସାଥୀମାନେ ସେହି ହରିଣକୁ କାଟି ଭାଗ ଭାଗ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ସେଠାରେ ଚନ୍ଦ୍ରଶେଖର ପ୍ରଧାନକୁ ଧରିଥିଲା। ମାତ୍ର ଅନ୍ୟମାନେ ସେଠାରୁ ଚମ୍ପଟ ମାରିଥିଲେ। ଅଭିଯୁକ୍ତ ବିରୋଧରେ Wildlife protection act 1972 / 9/27/29/31 ରେ ବନ ବିଭାଗ ମାମଲା ରୁଜୁ କରିଛି।
ଅନ୍ୟପକ୍ଷରେ ଶିକାର ହୋଇଥିବା ଅଣ୍ଡିରା ହରିଣର ବୟସ ୩ରୁ ୪ ବର୍ଷ ହେବ। ବନ ବିଭାଗ ଉକ୍ତ ହରିଣକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ବନ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Konark_1686219501.jpeg)