Advertisment

ମହାପ୍ରଭୁଙ୍କ ନାଁରେ ମହା ଠକେଇ; ପୂଜା ପାଇଁ ଆଦାୟ କରାଯାଉଛି ଟଙ୍କା

‘ଉତ୍ସବ’ ଆପ୍‌ରେ କୁହାଯାଇଛି, ଯେ କୌଣସି ସ୍ଥାନରେ ରହିଥିଲେ ମଧ୍ୟ ଭକ୍ତମାନେ ଅନଲାଇନ୍‌ ବୁକିଂ କରିପାରିବେ। ଭକ୍ତଙ୍କ ଘର ଠିକଣାରେ ଶ୍ରୀମନ୍ଦିରର ଶୁଖିଲା ଭୋଗ ଓ ନିର୍ମାଲ୍ୟ ପଠାଯିବର ଅଫର ଦିଆଯାଇଛି।

Lord Jagannath Temple

Lord Jagannath Temple

Advertisment

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଚାଲିଛି ମହା ଠକେଇ। ମୋବାଇଲ୍‌ ଆପ୍‌ ଜରିଆରେ ମହାପ୍ରଭୁଙ୍କ ପାଖରେ ଅନଲାଇନ ପୂଜା କରିବା ପାଇଁ ମାସିକିଆ ଚାନ୍ଦା ଆଦାୟ କରୁଛି 'ଉତ୍ସବ' ନାମକ ଏକ ଅନଲାଇନ୍‌ ପ୍ଲାଟଫର୍ମ। ଅନ୍‌ଲାଇନରେ ବିଜ୍ଞାପନ ଦିଆଯାଇ ଭକ୍ତଙ୍କ ଭାବନା ସହ ଖେଳ ଖେଳାଯାଉଛି। କୋଲକତାରୁ ଏହି ଆପ୍‌ ପରିଚାଳିତ ହେଉଛି।

Advertisment

‘ଉତ୍ସବ’ ଆପ୍‌ରେ କୁହାଯାଇଛି, ଯେ କୌଣସି ସ୍ଥାନରେ ରହିଥିଲେ ମଧ୍ୟ ଭକ୍ତମାନେ ଅନଲାଇନ୍‌ ବୁକିଂ କରିପାରିବେ। ଭକ୍ତଙ୍କ ଘର ଠିକଣାରେ ଶ୍ରୀମନ୍ଦିରର ଶୁଖିଲା ଭୋଗ ଓ ନିର୍ମାଲ୍ୟ ପଠାଯିବର ଅଫର ଦିଆଯାଇଛି। ମହାପ୍ରଭୁଙ୍କ ମସ୍ତିଷ୍କରେ ଆଟିକା ବାନ୍ଧିବାକୁ ୧୧,୫୦୧ ଟଙ୍କା ପୈଠ କରିବା ଲାଗି କୁହାଯାଇଛି। ଶ୍ରୀବିଗ୍ରହଙ୍କୁ ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା ପୈଠ କରିବାକୁ କୁହାଯାଇଛି। ମହାପ୍ରଭୁଙ୍କୁ ଭୋଗ ଲଗେଇବା ପାଇଁ ପୃଥକ୍‌ ପୃଥକ୍‌ ରେଟ୍ ଚାର୍ଟ ରହିଛି। ମାସିକିଆ ଭୋଗ କଲେ ୮୦୦୦ ଟଙ୍କା, ରଥରେ ଭୋଗ ପାଇଁ ୪୫୦୦ ଟଙ୍କା ଦେଇ ବୁକିଂ କଲେଣି ୩,୭୦୦ ଭକ୍ତ।

‘ଉତ୍ସବ’ ଆପ୍‌ ବିଜ୍ଞାପନରେ ଆହୁରି କହିଛି, ରଥଯାତ୍ରାରେ ସ୍ୱତନ୍ତ୍ର ଭୋଗ ପାଇଁ ୪,୫୦୧ ଟଙ୍କା ପୈଠ କରିବାକୁ ପଡ଼ିବ। ସମ୍ପୂର୍ଣ୍ଣ ପରିବାର ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବାକୁ ହେଲେ ୨୪୦୧ ଟଙ୍କା ଓ ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨୧୫୧ ଟଙ୍କା ପୈଠ କରିବାକୁ ହେବ ବୋଲି କୁହାଯାଇଛି। ମନ୍ଦିରରେ ନାଁ ଓ ଗୋତ୍ରରେ ସଂକଳ୍ପ କରିବା ପାଇଁ ୮୦୧ ଟଙ୍କା ଦେବାକୁ ଆପ୍‌ରେ ଉଲ୍ଲେଖ ରହିଛି। ଯାହାକୁ ସେବାୟତମାନେ ବିରୋଧ କରିଛନ୍ତି।

Advertisment

ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ଯେଉଁମାନେ ଏପରି କାମ କରୁଛନ୍ତି, ତାହାର ତଦନ୍ତ ହେବା ଦରକାର। ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଭକ୍ତମାନଙ୍କୁ ଅନୁରୋଧ, ସେମାନେ ଏପରି ଠକାମୀରେ ଶିକାର ହୁଅନ୍ତୁ ନାହିଁ। ‘ଉତ୍ସବ’ ଆପ୍‌ ମାଧ୍ୟମରେ କୌଣସି ପଇସା ପଠାନ୍ତୁ ନାହିଁ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସେପଟେ ଏହି ଘଟଣାକୁ ଜଗନ୍ନାଥ ସେନା ବିରୋଧ କରି ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏଥିସହ ଏନେ ଥାନାରେ ଲିଖିତ ଅଭିଯୋଗ କରିଛି। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Puri Shreemandir Puri Sri Jagannath Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe