Advertisment

ଆଜି ଠାରୁ ମହାପ୍ରଭୁଙ୍କୁ ଓଷ ଲାଗି, ସେପଟେ ରଥଯାତ୍ରା ପାଇଁ ପୁଲିସ କଲା ମକଡ୍ରିଲ

ଆଜି ଷଷ୍ଠୀରେ ଦଇତାପତିମାନେ ମହାପ୍ରଭୁଙ୍କୁ ଓଷ ଲାଗି କରିବେ। ଏଥିସହ ପଣା ଚକଟା ଭୋଗ ହେବ।

Ratha Yatra Police mock drill

Ratha Yatra Police mock drill

Advertisment

ଶ୍ରୀମନ୍ଦିରରେ ଅନବସରରେ ଚାଲିଛି ଶ୍ରୀଜୀଉଙ୍କ ଗୁପ୍ତ ସେବା। ଗତକାଲି ଫୁଲୁରି ତେଲ ମାଲିସ୍ ପରେ ଜ୍ୱରରେ ଆକ୍ରାନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମିଳିଛି ଉପଶମ। ଆଜି ଷଷ୍ଠୀରେ ଦଇତାପତିମାନେ ମହାପ୍ରଭୁଙ୍କୁ ଓଷ ଲାଗି କରିବେ। ଏଥିସହ ପଣା ଚକଟା ଭୋଗ ହେବ। ଶୁଦ୍ଧସୁଆର ସେବକମାନେ ଝୁଣାକୁ ବାଟି ସେଥିରେ ତେଲ, କର୍ପୁର ଆଦି ମିଶ୍ରଣ କରି ଓଷ ପ୍ରସ୍ତୁତ କରିଛନ୍ତି। ଏହାକୁ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିବେ।

Advertisment

ଯାହାଦ୍ୱାରା ମହାପ୍ରଭୁ ସୁସ୍ଥ ଅନୁଭବ କରନ୍ତି ବୋଲି ବିଶ୍ୱାସ ରହିଛି । ଆଜିଠୁ ତିନିଦିନ ଧରି ଠାକୁର ମାନଙ୍କୁ ଲାଗି ହେବ ଓଷ।

ସେପଟେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଆଉ ୯ ଦିନ ବାକି। ଶ୍ରୀଜିଉଙ୍କ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥଯାତ୍ରାରେ ସୁରକ୍ଷା ନିମନ୍ତେ ମୁତୟନ ହେବେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ। ଆଜି ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଶ୍ରୀମନ୍ଦିର ନିକଟରେ ମକଡ୍ରିଲ୍ କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିହଙ୍କ ନେତୃତ୍ୱରେ ହୋଇଛି ମକଡ୍ରିଲ୍।

Advertisment

ରାପିଡ୍ ଆକ୍ସନ ଫୋର୍ସର ଏକ ପ୍ଲାଟୁନ ଫୋର୍ସକୁ ନେଇ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଚାଲିଥିଲା ମଡଡ୍ରିଲ୍ । ପୁରୀ ଏସପି କନୱର ବିଶାଳ ସିଂହଙ୍କ ସହ ରାପିଡ ଆକ୍ସନ ଫୋର୍ସର ବରିଷ୍ଠ ଅଧିକାରୀ ଏଥିରେ ସାମିଲ ହୋଇଥିଲେ।

Puri Lord Jagannath Puri Ratha Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe