Advertisment

ମାଆ ମଙ୍ଗଳାଙ୍କ ପୀଠ କାକାଟପୁରରୁ ଶ୍ରୀକ୍ଷେତ୍ରକୁ ଗଲା ଅଣସର ଫଳ ଭାର

ମହାପ୍ରଭୁଙ୍କ ଏନ୍ତୁଡିଶାଳ କୁହାଯାଉଥିବା ପୁରୀ ଜିଲ୍ଲା ପ୍ରାଚୀ ନଦୀ ତଟ କାକଟପୁର ଅଞ୍ଚଳର ବିଭିନ୍ନ ମଠ ଓ ଭକ୍ତମାନଙ୍କ ପକ୍ଷରୁ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଶ୍ରୀକ୍ଷେତ୍ରକୁ ଫଳଭାର ଯାଇଛି।

Konark

Konark

Advertisment

ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ମହାସ୍ନାନ କରିବା ପରେ ଜ୍ଵରରେ ପୀଡିତ ହୋଇଛନ୍ତି। ଏବେ ମହାପ୍ରଭୁ ଅଣସରରେ ଅଛନ୍ତି। ମାହାପ୍ରଭୁଙ୍କ ସୁସ୍ଥତା ପାଇଁ ତାଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେଉଛି। ଏହାରି ଭିତରେ ମହାପ୍ରଭୁଙ୍କ ଏନ୍ତୁଡିଶାଳ କୁହାଯାଉଥିବା ପୁରୀ ଜିଲ୍ଲା ପ୍ରାଚୀ ନଦୀ ତଟ କାକଟପୁର ଅଞ୍ଚଳର ବିଭିନ୍ନ ମଠ ଓ ଭକ୍ତମାନଙ୍କ ପକ୍ଷରୁ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଶ୍ରୀକ୍ଷେତ୍ରକୁ ଫଳଭାର ଯାଇଛି।

Advertisment

ମହାପ୍ରଭୁଙ୍କ ଏହି ଆଦି କ୍ଷେତ୍ର ବିଶେଷ କରି ଦେଉଳି ମଠ ଓ ବିଶ୍ଵାମିତ୍ର ଆଶ୍ରମରେ ସ୍ଥାନୀୟ ଅଞ୍ଚଳର ଭକ୍ତମାନେ ନିଜ ନିଜ ବାଡି ବଗିଚାରେ ଫଳିଥିବା ସଜନା ଛୁଇଁଠାରୁ ଆରମ୍ଭ ଖଜୁରି, ପଇଡ, ଡାଳିମ୍ବ, ଆମ୍ବ, ପଣସ, କଦଳୀ, ସପୁରି, ନଡିଆ, ପିଜୁଳି ଆଦି ଭିନ୍ନ ଭିନ୍ନ ଫଳଭାର ଏକାଠି କରିଥାଆନ୍ତି। ପରେ ଏକ ସ୍ଵତନ୍ତ୍ର ଗାଡିରେ ଶ୍ରୀକ୍ଷେତ୍ର ପଠାଇଛନ୍ତି। କାହିଁ କେଉଁ କାଳରୁ ଚାଲି ଆସିଥିବା ଏହି ପରମ୍ପରା ବେଶ କିଛି ବର୍ଷ ବନ୍ଦ ରହିବା ପରେ ୨୦୦୦ ମସିହାରୁ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ପୁନଃ ଆରମ୍ଭ କରାଯାଇଛି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Ratha Yatra Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe