ମା’ ଜାଳିଲା ଅଖଣ୍ଡଦୀପ, ଘରକୁ ଫେରୁଛି ଝିଅ

ପୁରୀ (ଓଡ଼ିଶା ରିପୋର୍ଟର): ସପ୍ତାହକ ତଳେ ଯେଉଁଠି ସବୁକିଛି ସ୍ୱାଭାବିକ ଥିଲା, ଆଜି ସେଠାରେ ସବୁ ଧ୍ୱଂସ। ଜୀବନ ବଞ୍ଚାଇବା ବିକଳରେ ଯିଏ ଯୁଆଡ଼େ ପାରିଲା ଚାଲିଲେ। ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁକ୍ରେନରେ। ରୁଷର ଘନଘନ ଆକ୍ରମଣ ପରେ ୟୁକ୍ରେନ ଛାରଖାର୍ ହୋଇଯାଇଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନରେ କିଛି ଓଡ଼ିଆ ମଧ୍ୟ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ପୁରୀ ଜିଲ୍ଲାର ଜ୍ୟୋତିଦୀପା ମହାପାତ୍ର […]

jyoti-dipa

jyoti-dipa

Ranjit Kumar Jena
  • Published: Wednesday, 02 March 2022
  • Updated: 02 March 2022, 06:20 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ସପ୍ତାହକ ତଳେ ଯେଉଁଠି ସବୁକିଛି ସ୍ୱାଭାବିକ ଥିଲା, ଆଜି ସେଠାରେ ସବୁ ଧ୍ୱଂସ। ଜୀବନ ବଞ୍ଚାଇବା ବିକଳରେ ଯିଏ ଯୁଆଡ଼େ ପାରିଲା ଚାଲିଲେ। ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁକ୍ରେନରେ। ରୁଷର ଘନଘନ ଆକ୍ରମଣ ପରେ ୟୁକ୍ରେନ ଛାରଖାର୍ ହୋଇଯାଇଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନରେ କିଛି ଓଡ଼ିଆ ମଧ୍ୟ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ପୁରୀ ଜିଲ୍ଲାର ଜ୍ୟୋତିଦୀପା ମହାପାତ୍ର ମଧ୍ୟ ୟୁକ୍ରେନରେ ଫସି ରହିଥିଲେ। କିନ୍ତୁ ଏବେ ସେ ୟୁକ୍ରେନ୍ ଛାଡ଼ି ଭାରତ ଅଭିମୁଖେ ବାହାରି ସାରିଛନ୍ତି। ଯାହାକୁ ନେଇ ତାଙ୍କ ପରିବାର ଲୋକେ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି।

ପୁରୀର ଜ୍ୟୋତିଦୀପା ମହାପାତ୍ର ୟୁକ୍ରେନର ଖାରକିଭ୍ ନ୍ୟାଶନାଲ୍ ୟୁନିଭର୍ସିଟିରେ ତୃତୀୟ ବର୍ଷ ଏମବିବିଏସ୍ ପାଠ ପଢୁଛନ୍ତି। କିନ୍ତୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଭୟାବହ ଯୁଦ୍ଧ ତାଙ୍କ ପରିବାରର ଚିନ୍ତା ବଢ଼ାଇ ଦେଇଥିଲା। ଯୁଦ୍ଧ ଭିତରେ ଝିଅ କେମିତି ରହୁଥିବ, କ’ଣ ଖାଉଥିବ, ଏପରିକି ସେଠାରେ ସେ ସୁରକ୍ଷିତ ଅଛି କି ନାହିଁ, ଏମିତି ଅନେକ କଥାକୁ ନେଇ ପରିବାର ଲୋକେ ମାନସିକ ଚିନ୍ତାରେ ପଡ଼ିଯାଇଥିଲା। କିନ୍ତୁ ଭାରତ ସରକାରଙ୍କ ଅପରେସନ୍ ଗଙ୍ଗା ଅଭିଯାନ ଜରିଆରେ ଜ୍ୟୋତିଦୀପାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ତାଙ୍କ ବାପା ଦେବୀପ୍ରସନ୍ନ ମହାପାତ୍ର କହିଛନ୍ତି।

ଜ୍ୟୋତିଙ୍କ ବାପା କହିଛନ୍ତି ଯେ ମଙ୍ଗଳବାର ରାତି ୮.୩୦ ବେଳେ ଏକ ଗ୍ରୁପ୍ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଖାରକିଭ୍ ଛାଡ଼ିଥିଲେ। ଏହି ଗ୍ରୁପରେ ଜ୍ୟୋତି ମଧ୍ୟ ଥିଲେ। ଜ୍ୟୋତି ୟୁକ୍ରେନର ରାଜଧାନୀ କିଭ୍ ଅତିକ୍ରମ କରିସାରିଥିବା ବେଳେ ଆଜି ରାତି ସାଢ଼େ ୮ଟା ସୁଦ୍ଧା ହଙ୍ଗେରୀରେ ପହଞ୍ଚିବେ। ହଙ୍ଗେରୀରେ ଦୁଇଦିନ ରହିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପର୍ଯ୍ୟାୟକ୍ରମେ ଭାରତ ଫେରିବେ।

ଏପଟେ ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ। ଝିଅ ୟୁକ୍ରେନ୍ ଅତିକ୍ରମ କରିସାରିଥିବାରୁ ଜ୍ୟୋତିଙ୍କ ପିତା ଓ ତାଙ୍କ ସ୍ତ୍ରୀ ସାମାନ୍ୟ ଚିନ୍ତାମୁକ୍ତ ହୋଇଛନ୍ତି। ତଥାପି ମନରେ କେଉଁଠି ନା କେଉଁଠି ଚିନ୍ତା ରହିଛି। ଏପଟେ ଝିଅ କିପରି ଭଲରେ ଘରକୁ ଫେରିବ, ସେଥିପାଇଁ ମା’ ପବିତ୍ର ଜାଗର ଉପଲକ୍ଷେ ଅଖଣ୍ଡଦୀପ ଜାଳିଛନ୍ତି। କେବଳ ନିଜ ଝିଅ ନୁହେଁ ବାକି ଭାରତୀୟ କିପରି ସୁରକ୍ଷିତ ଭାବେ ସେଠାରୁ ଫେରିବେ, ସେଥିପାଇଁ ଭାରତ ସରକାର ଓ ଓଡ଼ିଶା ସରକାର ବ୍ୟବସ୍ଥା କରନ୍ତୁ ବୋଲି ପରିବାର ଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story