Advertisment

ଡେଲାଙ୍ଗ ଓ କଣାସ ଅଞ୍ଚଳର ଚାଷୀଙ୍କ ଲାଗି ଖୁସି ଖବର

ପିପିଲି(ଓଡ଼ିଶା ରିପୋର୍ଟର ): ପୁରୀ ଜିଲ୍ଲା ଡେଲାଙ୍ଗ ଓ କଣାସ ଅଞ୍ଚଳର ଚାଷୀଙ୍କ ଲାଗି ଖୁସି ଖବର । ଏଣିକି ଲୁଣା ନଦୀର ପାଣିରେ ସୁନାର ଫସଲ କରିପାରିବେ ଚାଷୀ । ଲୁଣା ନଦୀର ପୋତି ହୋଇଥିବା ଗର୍ଭକୁ ପୁନଃ ଉଦ୍ଧାର ଲାଗି ୧୦ କୋଟି ୩୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ୧୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନଦୀ ଗର୍ଭକୁ ଖୋଳିବା ଲାଗି କାମ ଆରମ୍ଭ ହୋଇଛି। ଏହି ଯୋଜନାରେ ଡେଲାଙ୍ଗ […]

author-image
Tapas Behera
ଡେଲାଙ୍ଗ ଓ କଣାସ ଅଞ୍ଚଳର ଚାଷୀଙ୍କ ଲାଗି ଖୁସି ଖବର  

781

ପିପିଲି(ଓଡ଼ିଶା ରିପୋର୍ଟର ): ପୁରୀ ଜିଲ୍ଲା ଡେଲାଙ୍ଗ ଓ କଣାସ ଅଞ୍ଚଳର ଚାଷୀଙ୍କ ଲାଗି ଖୁସି ଖବର । ଏଣିକି ଲୁଣା ନଦୀର ପାଣିରେ ସୁନାର ଫସଲ କରିପାରିବେ ଚାଷୀ । ଲୁଣା ନଦୀର ପୋତି ହୋଇଥିବା ଗର୍ଭକୁ ପୁନଃ ଉଦ୍ଧାର ଲାଗି ୧୦ କୋଟି ୩୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ୧୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନଦୀ ଗର୍ଭକୁ ଖୋଳିବା ଲାଗି କାମ ଆରମ୍ଭ ହୋଇଛି।

Advertisment

ଏହି ଯୋଜନାରେ ଡେଲାଙ୍ଗ ବ୍ଲକର ସୁନିଦା ଠାରୁ ଜୁଇଲୁଣ୍ଡା ପର୍ଯ୍ୟନ୍ତ ୪ କୋଟି ୮୭ ଲକ୍ଷ ଟଙ୍କା ଏବଂ ଜୁଇଲୁଣ୍ଡା ଠାରୁ ନାଗଣ ପର୍ଯ୍ୟନ୍ତ ୧୦ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ୨ ପଯର୍ୟାୟରେ କାମ ହେବ ।

ଲୁଣା ନଦୀଗର୍ଭକୁ ୧୫ କିଲୋମିଟର ପର୍ଯ୍ୟନ୍ତ ଖୋଦେଇ ହେବ । ଏହା ଦ୍ୱାରା ନଦୀକୁ ୪୦ ମିଟର ଚଉଡା ଓ ୨ ମିଟର ନଦୀ ଗର୍ଭର ଖନନ ହେବ।   ଏକ ବର୍ଷ ମଧ୍ୟରେ ଠିକା ସଂସ୍ଥା ଏହି କାମ ସାରିବାକୁ  ସମୟ ସୀମା ରହିଛି । ଏହା ଦ୍ୱାରା କଣାସ ଓ ଡେଲାଙ୍ଗ ଅଞ୍ଚଳର ଚାଷୀ ବେସ ଉପକୃତ ହେବେ ବୋଲି  କହିଛନ୍ତି ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ।

Advertisment