Advertisment

ରାସ୍ତା ପାଲଟିଲା ଋଣକ୍ଷେତ୍ର! ଭୁଜାଲି ଚୋଟରେ ଗଲା ସ୍ୱାମୀର ଜୀବନ

କୋଣାର୍କ(ସଞ୍ଜୟ ପତି): ଛେଳିକୁ ଧକ୍କା ଦେବାରୁ ରାସ୍ତା ପାଲଟିଲା ରଣକ୍ଷେତ୍ର। ବୁଲିଲା ଭୁଜାଲି। ଗଡ଼ିଲା ମୁଣ୍ଡ। ରକ୍ତରଞ୍ଜିତ ହେଲା ଗାଁ ରାସ୍ତା। ଭୁଜାଲି ଚୋଟରେ ସ୍ୱାମୀର ପ୍ରାଣ ଯାଇଥିବା ବେଳେ ଜୀବନ ସହ ସଂଘର୍ଷ କରୁଛନ୍ତି ସ୍ତ୍ରୀ। ଆଜି ଏପରି ହୃଦୟ ବିଦାରକ ଘଟଣା ଘଟିଛି ପୁରୀ ଜଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗାଁରେ। ମୃତ ବ୍ୟକ୍ତି ଜଣକ ହେଲେ ଅକ୍ଷୟ ଦାଶ। ତାଙ୍କ ସ୍ତ୍ରୀ କନକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଅସ୍ତରଙ୍ଗ ଡାକ୍ତରଖାନାରେ ଭର୍ତ୍ତି […]

ରାସ୍ତା ପାଲଟିଲା ଋଣକ୍ଷେତ୍ର! ଭୁଜାଲି ଚୋଟରେ ଗଲା ସ୍ୱାମୀର ଜୀବନ

murder

Advertisment

କୋଣାର୍କ(ସଞ୍ଜୟ ପତି): ଛେଳିକୁ ଧକ୍କା ଦେବାରୁ ରାସ୍ତା ପାଲଟିଲା ରଣକ୍ଷେତ୍ର। ବୁଲିଲା ଭୁଜାଲି। ଗଡ଼ିଲା ମୁଣ୍ଡ। ରକ୍ତରଞ୍ଜିତ ହେଲା ଗାଁ ରାସ୍ତା। ଭୁଜାଲି ଚୋଟରେ ସ୍ୱାମୀର ପ୍ରାଣ ଯାଇଥିବା ବେଳେ ଜୀବନ ସହ ସଂଘର୍ଷ କରୁଛନ୍ତି ସ୍ତ୍ରୀ। ଆଜି ଏପରି ହୃଦୟ ବିଦାରକ ଘଟଣା ଘଟିଛି ପୁରୀ ଜଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗାଁରେ। ମୃତ ବ୍ୟକ୍ତି ଜଣକ ହେଲେ ଅକ୍ଷୟ ଦାଶ। ତାଙ୍କ ସ୍ତ୍ରୀ କନକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଅସ୍ତରଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ପାଟସୁନ୍ଦର ଗ୍ରାମର ଶରତ ଦାସଙ୍କ ପୁଅ କାଳିଆ ଦାସ ମୋଟର ସାଇକେଲରେ ଯାଉଥିବା ବେଳେ ସେହି ଗ୍ରାମର ଅକ୍ଷୟ ଦାସଙ୍କ ପତ୍ନୀ କନକ ଛେଳି ଚରାଇବାକୁ ଯାଉଥିଲେ। ଏହି ସମୟରେ ଛେଳି ସହ ମୋଟର ସାଇକେଲ ଧକ୍କାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ଯାହା ପରେ ଗଣ୍ଡଗୋଳ ଗୁରୁତର ହୋଇଥିଲା।

ଶରତ ଦାସ ଓ ତାଙ୍କ ପୁଅ କାଳିଆଙ୍କ ସମେତ ପରିବାରର ଚାରିଜଣ ସଦସ୍ୟ ମିଳିତ ଭାବେ କନକ ଓ ତାଙ୍କ ସ୍ୱାମୀ ଅକ୍ଷୟ ପୁଅ ଦୀପକଙ୍କୁ ନିକଟସ୍ଥ ଦେବୀ ନଦୀ ପଠାରେ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଗାଁ ଲୋକେ ଅକ୍ଷୟ ଓ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଅସ୍ତରଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଅକ୍ଷୟଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଘଟଣା ସ୍ଥଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଥିବା ଦେଖି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ଅଭିଯୁକ୍ତ କାଳିଆ ଦାସ, ଶରତ ଦାସ, ରାଜୁଆ ଦାସ,ପପୁ ଦାସ ଫେରାର ଥିବା ବେଳେ ପରିବାରର ଅନ୍ୟ ଦୁଇଜଣ ସଦସ୍ୟଙ୍କୁ ପୁଲିସ ଅଟକ ରଖିଛି। ତେବେ ଉଭୟଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ୧୦ ବର୍ଷ ହେଲା କଳହ ଲାଗିରହିଥିଲା। ପୂର୍ବରୁ ଏକାଧିକବାର ଶରତଙ୍କ ପରିବାର ଲୋକେ ଅକ୍ଷୟଙ୍କୁ ଆକ୍ରମଣ କରିଥିଲେ ବୋଲି ମୃତ ଅକ୍ଷୟଙ୍କ ପତ୍ନୀ କନକ ଅଭିଯୋଗ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe