Advertisment

ଗଛରେ ପାଣି ଦେବାକୁ ଛାତ୍ରୀଙ୍କୁ ଡାକିନେଲେ ପ୍ରଧାନଶିକ୍ଷକ, ପରେ ବନ୍ଧା ହେଲେ

ନାବାଳିକା ଛାତ୍ରୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇ ବନ୍ଧା ହେଲେ ପ୍ରଧାନଶିକ୍ଷକ । ପୀଡ଼ିତାଜଣକ ସପ୍ତମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
minor girl

minor girl

Advertisment

ଗୁରୁଙ୍କ ଦେହରେ ଲାଗିଲା କଳଙ୍କର ଛିଟା। ନାବାଳିକା ଛାତ୍ରୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇ ବନ୍ଧା ହେଲେ ପ୍ରଧାନଶିକ୍ଷକ । ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ୍‌। ଏପରି ଘଟଣା ଗତ ଶନିବାର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନୂଆପଡାସ୍ଥିତ ହରଚଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ପୀଡ଼ିତାଜଣକ ଉକ୍ତ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡ଼ିଛି।

Advertisment

ଗତ ଶନିବାର ସ୍କୁଲ ଛୁଟି ପରେ ପିଲାମାନେ ନିଜ ଘରକୁ ଯାଇଥିଲେ। ମାତ୍ର ଗଛରେ ପାଣି ଦେବାକୁ ପ୍ରଧାନଶିକ୍ଷକ ପ୍ରବିର କୁମାର ଖୁଣ୍ଟିଆ ସମ୍ପୃକ୍ତ ଛାତ୍ରୀଙ୍କୁ ଅଟକାଇ ଦେଇଥିଲେ। ଏହାପରେ ସେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ। ଏପରିକି ଏହି ଘଟଣା ବାହାରେ ପ୍ରଘଟ ନ କରିବାକୁ ବି ଧମକ ଦେଇଥିଲେ।

ମାତ୍ର ପୀଡ଼ିତାଜଣକ ଘରକୁ ଆସି କାନ୍ଦି କାନ୍ଦି ପରିବାର ଲୋକଙ୍କ ଆଗରେ ସବୁ କଥା କହିଥିଲା। ଏହାପରେ ଶନିବାର ରାତିରେ ଗାଁ ସଭାରେ ଏହି ଘଟଣାର ସମାଧାନ ପାଇଁ ଉଦ୍ୟମ ହୋଇଥିଲା। ମାତ୍ର ସମାଧାନ କୌଣସି ବାଟ ବାହାରି ପାରି ନ ଥିଲା। ଶେଷରେ ପୀଡ଼ିତାଙ୍କ ପରିବାର ଗତକାଲି ଏ ନେଇ କୃଷ୍ଣପ୍ରସାଦ ଥାନା ଦ୍ୱାରସ୍ଥ ହୋଇଥିଲେ।

Advertisment

ଗତକାଲି ଆଡିସନାଲ ଏସ୍‌ପି ଘଟଣାର ତଦନ୍ତ ନିମନ୍ତେ ପହଞ୍ଚି ପୀଡ଼ିତାଙ୍କଠାରୁ ସବୁ କଥା ବୁଝିଥିଲେ। ଏହାପରେ ରାତି ପ୍ରାୟ ୮ଟା ପରେ କୃଷ୍ଣପ୍ରସାଦ ଥାନାରେ ଏନେଇ ମାମଲା ରୁଜୁ ହେବା ସହ ପୁଲିସ୍‌ ସମ୍ପୃକ୍ତ ପ୍ରଧାନଶିକ୍ଷକ ପ୍ରବିର କୁମାର ଖୁଣ୍ଟିଆଙ୍କୁ ଗିରଫ କରିଛି। ତାଙ୍କୁ ଆଜି କୋର୍ଟଚାଲାଣ କରାଯିବ ।

Rape Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe