Advertisment

କେମିତି ବଢ଼ିବ ଶ୍ରୀମନ୍ଦିର ପାଣ୍ଠି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ଆର୍ଥିକ ବର୍ଷ ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ଅର୍ଥ ସବକମିଟି। ଆଗାମୀ ରଥଯାତ୍ରା ପାଇଁ ୧୧ କୋଟି, ସେବାୟତ କଲ୍ୟାଣ ପାଇଁ ୫ କୋଟି ଓ ସେବାୟତଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷର ଏକ ପାଣ୍ଠି ପ୍ରସ୍ତୁତ କରିଛି ସବକମିଟି। କୋଭିଡ ଯୋଗୁଁ ଶ୍ରୀମନ୍ଦିର ରାଜସ୍ୱ ସଂଗ୍ରହ ହ୍ରାସ ପାଇଥିବାରୁ ଭକ୍ତଙ୍କ ଦାନ, ଖଣିଖାଦାନ ଓ ଭକ୍ତ ନିବାସ ପ୍ରତିଷ୍ଠା କରାଯାଇ ରାଜସ୍ୱ ବୃଦ୍ଧି କରାଯିବ। […]

ପୁରୀବାସୀଙ୍କ ପାଇଁ ନୂଆ ଏସ୍‌ଓପି: ବିନା ଟିକା ପ୍ରମାଣପତ୍ରରେ କରି ହେବ ଜଗା ଦର୍ଶନ

puri

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ଆର୍ଥିକ ବର୍ଷ ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ଅର୍ଥ ସବକମିଟି। ଆଗାମୀ ରଥଯାତ୍ରା ପାଇଁ ୧୧ କୋଟି, ସେବାୟତ କଲ୍ୟାଣ ପାଇଁ ୫ କୋଟି ଓ ସେବାୟତଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷର ଏକ ପାଣ୍ଠି ପ୍ରସ୍ତୁତ କରିଛି ସବକମିଟି। କୋଭିଡ ଯୋଗୁଁ ଶ୍ରୀମନ୍ଦିର ରାଜସ୍ୱ ସଂଗ୍ରହ ହ୍ରାସ ପାଇଥିବାରୁ ଭକ୍ତଙ୍କ ଦାନ, ଖଣିଖାଦାନ ଓ ଭକ୍ତ ନିବାସ ପ୍ରତିଷ୍ଠା କରାଯାଇ ରାଜସ୍ୱ ବୃଦ୍ଧି କରାଯିବ। ୨୦୨୩ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ସ୍ଥାୟୀ ଜମା ରାଶି ୧୦୦୦ କୋଟି ଟଙ୍କା କରିବା ପାଇଁ ଉଦ୍ୟମ କରାଯିବ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Advertisment

ଶ୍ରୀମନ୍ଦିର ପାଣ୍ଠିକୁ କିପରି ଅଧିକ ଅନୁଦାନ ଆସିବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ପ୍ରମୁଖ ସ୍ଥାନ ଯଥା ଏୟାରପୋର୍ଟ ଓ ରେଳ ଷ୍ଟେସନରେ ମନ୍ଦିରର ହୁଣ୍ଡି ରଖିବ। ଏହାସହ କ୍ୱାରୀ ଲିଜ୍ ଲଗାଇ ଆୟ ବୃଦ୍ଧି ଲାଗି ବି ଯୋଜନା କରାଯାଇଛି। ଏବେ ଶ୍ରୀମନ୍ଦିର ପାଣ୍ଠି ପ୍ରାୟ ୬୫୦ କୋଟିରୁ ଅଧିକ ରହିଛି। ଆସନ୍ତାବର୍ଷ ଏହାକୁ ୭୫୦ କୋଟିକୁ ବୃଦ୍ଧି ଲକ୍ଷ୍ୟ ରହିଛି। ଏମିତିକି ଆଗାମୀ ୨୦୨୩ ରଥଯାତ୍ରା ପୂର୍ବରୁ ଏ ପାଣ୍ଠି ୧ ହଜାର କୋଟିରେ ପହଞ୍ଚାଇବାକୁ ବି ଟାର୍ଗେଟ୍ ରହିଥିବା ଶ୍ରୀମନ୍ଦିର ବାର୍ଷିକ ବଜେଟ ମିଟିଂ ପରେ ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି।

ଏହି ଲକ୍ଷ୍ୟ ପୂରଣ ଲାଗି କିଛି ବଡ଼ ପଦକ୍ଷେପ ନିଆଯିବ। ଯେମିତିକି ଚଳିତବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ବିଭିନ୍ନ ପଥର ଖାଦାନକୁ ଲିଜ୍ ଆକାରରେ ଦିଆଯାଇ ସେଥିରୁ ୧୦କୋଟିରୁ ଅଧିକ ରାଜସ୍ୱ ଆଦାୟ ବି ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ଯେହେତୁ ବ୍ୟାଙ୍କରେ ଗଛିତ ଶ୍ରୀମନ୍ଦିର ପାଣ୍ଠିରୁ ସୁଧ ବାବଦରେ ଅଧିକ ଅର୍ଥ ଆସୁନାହିଁ, ସେଥିଲାଗି ପାଣ୍ଠି ବଢ଼ାଇବାକୁ ଅନ୍ୟ ବ୍ୟବସ୍ଥା ହେଉଥିବା ମୁଖ୍ୟ ପ୍ରଶାସକ କହିଛନ୍ତି।

Advertisment

କରୋନା ଯୋଗୁ ଦୀର୍ଘ ୯ମାସ ଧରି ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଥିଲା। ହୁଏତ ଏହି କାରଣରୁ ଶ୍ରୀମନ୍ଦିର ଆୟ ବିଗିଡ଼ି ଯାଇଥିବା କୁହାଯାଉଛି। ତେବେ ଶ୍ରୀମନ୍ଦିରର ରାଜସ୍ୱ କେମିତି ବୃଦ୍ଧି ପାଇବ ଏବଂ ହଜାରେ କୋଟିରେ ପହଞ୍ଚିବ, ତାହା ଆଗାମୀ ଦିନରେ ଜଣାପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe