Advertisment

ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ

ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
Deadbody

Deadbody

ପାରିବାରିକ କଳହର କରୁଣ ପରିଣତି। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ତଣ୍ଟିକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଦିଘାଲ ବସ୍ତିରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଖୁସି ଖାନ୍‌। ପୁଲିସ ଇରଫାନ୍ ଖାନ୍‌ଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଇରଫାନ୍ ନିଶାଶକ୍ତ ଅବସ୍ଥାରେ ଆସି ଖୁସିକୁ ମାରପିଟ୍‌ କରନ୍ତି। ଏଥିପାଇଁ ଖୁସି ଦୁଇ ପୁଅକୁ ଧରି ବାପ ଘରେ ଯାଇ ରହୁଥିଲେ। କିଛି ଦିନ ହେବ ସେ ଶ୍ୱଶୁର ଘରକୁ ଆସିଥିଲେ। ଗତକାଲି ଇରଫାନ୍‌ ମଦ ପିଇ ଆସି ଖୁସି ସହ ପାଟିତୁଣ୍ଡ କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ବଚସା ହୋଇଥିଲା। ପରେ ଇରଫାନ୍ ବ୍ଲେଡ୍‌ ଆଣି ଖୁସିର ତଣ୍ଟି କାଟି ଦେଇଥିଲେ। ଘଟଣାସ୍ଥଳରେ ଖୁସିଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଇରଫାନ୍‌କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓଘଟଣାର ତଦନ୍ତ କରୁଛି।

Murder