Advertisment

କମ୍ପ୍ରମାଇଜ ଚାହୁଁଛି; ହ୍ୟୁମାନଙ୍କଠାରୁ ସେତିକି ଭଲ ପାଇବା ମିଳିଲେ ଫେରିବି

‘ହ୍ୟୁମାନ ଅତ୍ୟଧିକ ମାତ୍ରାରେ ମଦ ପିଅନ୍ତି। ସେଥିପାଇଁ ତାଙ୍କର ବହୁ ରେକଡିଂ କ୍ୟାନ୍‌ସଲ ହୋଇଛି। ଅନେକ ସମୟରେ ସେ ମଦ ନିଶାରେ ଘରକୁ ଫେରୁଥିଲେ। କିନ୍ତୁ ଗାଡ଼ି ଓହ୍ଲାଇ ପାରୁନଥିଲେ। ଆମେ ତାଙ୍କୁ ଧରି ଗାଡ଼ିରୁ ଓହ୍ଲାଇ ଘରକୁ ନେଉଥିଲୁ।’

Human Wife Shriya

Human Wife Shriya

Advertisment

କମ୍ପ୍ରମାଇଜ୍‌ କରିବାକୁ ଚାହୁଁଛି। ହ୍ୟୁମାନ ଯେତିକି ଭଲ ପାଇ ମୋତେ ତାଙ୍କୁ ଘରକୁ ନେଇଥିଲେ, ଠିକ୍‌ ସେହିଭଳି ଭଲ ପାଇବା ମିଳିଲେ ମୁଁ ତାଙ୍କ ଘରକୁ ଫେରିବି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ତରଫରୁ ସେମିତି କିଛି ଉଦ୍ୟମ ହୋଇନାହିଁ। ସେମାନେ କେବଳ ଗଣମାଧ୍ୟମରେ କହୁଛନ୍ତି ବୋଲି ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ର କହିଛନ୍ତି।

Advertisment

ପୁରୀରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଶ୍ରୀୟା କହିଛନ୍ତି, ଝିଅ ଜନ୍ମ ପରଠାରୁ ମାନସିକ ଓ ଶାରୀରିକ ନିର୍ଯାତନା ଆରମ୍ଭ ହୋଇଥିଲା। ଯାହା ବି ହେଉଥିଲା, ଆମ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହେଉଥିଲା। କେହି ଏ ସମ୍ପର୍କରେ ଜାଣୁନଥିଲେ। ଆମେ ନିଜେ ଏହାର ସମାଧାନ କରିଦେଉଥିଲୁ। କିନ୍ତୁ ନିର୍ଯାତନା ଅସହ୍ୟ ହେବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେଲି ବୋଲି ଶ୍ରୀୟା କହିଛନ୍ତି।

ସେ ଆହୁରି କହିଛନ୍ତି, ହ୍ୟୁମାନ ଅତ୍ୟଧିକ ମାତ୍ରାରେ ମଦ ପିଅନ୍ତି। ସେଥିପାଇଁ ତାଙ୍କର ବହୁ ରେକଡିଂ କ୍ୟାନ୍‌ସଲ ହୋଇଛି। ଅନେକ ସମୟରେ ସେ ମଦ ନିଶାରେ ଘରକୁ ଫେରୁଥିଲେ। କିନ୍ତୁ ଗାଡ଼ି ଓହ୍ଲାଇ ପାରୁନଥିଲେ। ଆମେ ତାଙ୍କୁ ଧରି ଗାଡ଼ିରୁ ଓହ୍ଲାଇ ଘରକୁ ନେଉଥିଲୁ। ବାରମ୍ୱାର ଏପରି ହେଉଥିବାରୁ ମଦ ପିଇବାକୁ ବାରଣ କରିଥିଲି। କିନ୍ତୁ ସେ ମଦ ଛାଡ଼ିବା ପାଇଁ ରାଜି ନଥିଲେ। ଆଉ ମୋତେ ଅକଥନୀୟ ନିର୍ଯାତନା ଦେଉଥିଲେ। ଗୋଇଠା ଓ ମୁଥ ମାରୁଥିଲେ ବୋଲି ଶ୍ରୀୟା କହିଛନ୍ତି।

Advertisment

ନିଜ ପ୍ରେମ ବିବାହକୁ ନେଇ ଶ୍ରୀୟା କହିଛନ୍ତି, ମୁଁ ଇଣ୍ଟର ରିଲିଜିୟନ୍‌ ବିବାହ କରିଛି। ତେଣୁ ପ୍ରତି ଶାଶୂଙ୍କ ପରି ମୋ ଶାଶୂ ମଧ୍ୟ ଚାହୁଥିଲେ ମୁଁ ତାଙ୍କ ଧର୍ମକୁ ସମ୍ମାନ ଜଣାଏ। ମୁଁ ମଧ୍ୟ ତାଙ୍କ ଧର୍ମକୁ ସମ୍ମାନ ଜଣାଉଥିଲି। ହେଲେ କେଉଁଠି କେଉଁଠି ମୁଁ ଚାହୁଁଥିଲି ସିନ୍ଦୂର, ଟିକି, ଅଳତା ପିନ୍ଧିବା ପାଇଁ। ହେଲେ ସେ ସୁଯୋଗ ମିଳୁନଥିଲା। କିନ୍ତୁ ସେଥିପାଇଁ ମୋ’ ଶାଶୂ ମୋତେ କୌଣସି ନିର୍ଯାତନା ଦେଇନାହାନ୍ତି ବୋଲି ଶ୍ରୀୟା କହିଛନ୍ତି।

କମ୍ପ୍ରମାଇଜ୍‌ ନେଇ ଶ୍ରୀୟା କହିଛନ୍ତି, ହ୍ୟୁମାନ ମୋତେ ସ୍ତ୍ରୀର ମାନ୍ୟତା ଦେବେ ଓ ଯେତିକି ଭଲପାଇ ତାଙ୍କ ଘରକୁ ନେଇଥିଲେ, ଠିକ୍‌ ସେମିତି ଭଲ ପାଇଲେ ମୁଁ ଫେରିବି। ସେ ମୋତେ ସେତିକି ଭଲ ପାଉଥିଲେ ବୋଲି ମୁଁ ଜଣେ ପୁରୀ ମୁକ୍ତି ମଣ୍ଡପ ବ୍ରାହ୍ମଣ ଘରର ଝିଅ ହୋଇ ମଧ୍ୟ ତାଙ୍କୁ ପ୍ରେମ ବିବାହ କରିଥିଲି। ମାଡ଼ ଗାଳି ସହି ରହିଥିଲି। ଏବେବି କମ୍ପ୍ରମାଇଜ୍‌ ପାଇଁ ଚାହୁଁଛି। ହେଲେ ହ୍ୟୁମାନଙ୍କ ତରଫରୁ ସେମିତି କିଛି ଉଦ୍ୟମ ହୋଇନାହିଁ। ନା ସେ ଫୋନ୍‌ କରିଛନ୍ତି ନା ତାଙ୍କ ମାଆ କଥା ହୋଇଛନ୍ତି। ଯାହା ଗଣମାଧ୍ୟମରେ କହୁଛନ୍ତି। ପବ୍ଲିକ୍‌ ସିମ୍ପାଥି ପାଇଁ ସେମାନେ ଏମିତି କରିଥାଇପାରନ୍ତି। ଦେଖିବାକୁ ଗଲେ ପୂର୍ବରୁ କମ୍ପ୍ରମାଇଇ ପାଇଁ ବହୁବାର ଉଦ୍ୟମ ହୋଇଛି। ମୋ ବାପା, ମାଆ ତାଙ୍କୁ ବହୁ ବୁଝାଇଛନ୍ତି। ମୋ’ ମାମୁ ହ୍ୟୁମାନଙ୍କ ଗୋଡ଼ ହାତ ଧରି କମ୍ପ୍ରମାଇଜ କରିବାକୁ ଅନୁରୋଧ କରିଛନ୍ତି। ତାହା ପରେ ମଧ୍ୟ ସେ ସୁଧୁରିନଥିଲେ ବୋଲି ଶ୍ରୀୟା କହିଛନ୍ତି।

Puri Cuttack Human Sagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe