Advertisment

ବିଜେଡିରେ ବିଦ୍ରୋହ! କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ ଗର୍ଜିଲେ କର୍ମୀ

କୋଣାର୍କ (ସଞ୍ଜୟ ପତି): ଆଗକୁ ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ରାଜନୀତିକ ମହଲ ସରଗରମ ହୋଇପଡ଼ିଛି। ସବୁ ଦଳ ଭୋଟ ହାତେଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କିନ୍ତୁ ଶାସକ ଦଳ ବିଜେଡିରେ ଏବେ ବଡ଼ଧରଣର ବିଦ୍ରୋହ ଦେଖିବାକୁ ମିଳିଛି। ଏହି ବିଦ୍ରୋହ ଆଉ କାହାକୁ ନେଇ ନୁହଁ ବରଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବିରୋଧରେ ହୋଇଛି। ମନ୍ତ୍ରୀଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ କର୍ମୀମାନେ କର୍ମୀ ସମ୍ମିଳନୀ କରି ମନ୍ତ୍ରୀଙ୍କୁ ବିଷୋଦଗାର କରିବା ସହ ନିଜର […]

ଅଦ୍ୟତନ ହୋଇଛି
ବିଜେଡିରେ ବିଦ୍ରୋହ! କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ ଗର୍ଜିଲେ କର୍ମୀ

tusharkanti-behera

Advertisment

କୋଣାର୍କ (ସଞ୍ଜୟ ପତି): ଆଗକୁ ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ରାଜନୀତିକ ମହଲ ସରଗରମ ହୋଇପଡ଼ିଛି। ସବୁ ଦଳ ଭୋଟ ହାତେଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କିନ୍ତୁ ଶାସକ ଦଳ ବିଜେଡିରେ ଏବେ ବଡ଼ଧରଣର ବିଦ୍ରୋହ ଦେଖିବାକୁ ମିଳିଛି। ଏହି ବିଦ୍ରୋହ ଆଉ କାହାକୁ ନେଇ ନୁହଁ ବରଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବିରୋଧରେ ହୋଇଛି। ମନ୍ତ୍ରୀଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ କର୍ମୀମାନେ କର୍ମୀ ସମ୍ମିଳନୀ କରି ମନ୍ତ୍ରୀଙ୍କୁ ବିଷୋଦଗାର କରିବା ସହ ନିଜର ଅସନ୍ତୁଷ୍ଟ ଜାହିର କରିଛନ୍ତି।

Advertisment

ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକ ଅନ୍ତର୍ଗତ ଇସାଣପୁର ପଞ୍ଚାୟତରେ କିଛିଦିନ ତଳେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ପଞ୍ଚାୟତର ବରିଷ୍ଠ କର୍ମୀ, ପଞ୍ଚାୟତ ସଭାପତି, ସରପଞ୍ଚ ଓ କର୍ମୀମାନଙ୍କୁ ଅଣଦେଖା କରି କିଛି ଏକ କର୍ମୀ ବୈଠକ ଡାକିଥିଲେ। ଯାହାର ପ୍ରତିବାଦରେ ଆଜି ଇସାଣପୁର ପଞ୍ଚାୟତର ଅସନ୍ତୁଷ୍ଟ କର୍ମୀଙ୍କ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମହିଳା ମହାସଂଘ ନେତ୍ରୀଙ୍କ ସହ କର୍ମୀମାନେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଆମାମୀ ପଞ୍ଚାୟତ ନିର୍ବାଚନରେ କର୍ମୀମାନଙ୍କ ଅସନ୍ତୋଷ ପ୍ରତିଫଳନ ହେବ ବୋଲି କର୍ମୀମାନେ ଧମକ ଦେଇଛନ୍ତି।

[caption id="attachment_700909" align="alignnone" width="1150"]publive-image ଇଶାନପୁର ପଞ୍ଚାୟତର ବିଜେଡି କର୍ମୀ ସମ୍ମିଳନୀ[/caption]

Advertisment

ଏହି ସମ୍ମିଳନୀରେ ଯୋଗ ଦେଇଥିବା ଇଶାନପୁର ପଞ୍ଚାୟତର ବିଜେଡି କର୍ମୀ ସିଲୁ ଦାସ କହିଛନ୍ତି, ମନ୍ତ୍ରୀ ପଞ୍ଚାୟତର ସଭାପତିଙ୍କୁ ନଜଣାଇ ଏକ ବୈଠକ କରିଥିଲେ। ଆମେ ସେହି ବୈଠକକୁ ବିଜେଡିର ବୋଲି ଆଦୌ ଭାବୁନାହୁଁ। ସେଥିପାଇଁ ଆଜି ଆମେ ବିଜେଡିର ବୈଠକ କରିଛୁ। ମନ୍ତ୍ରୀଙ୍କର ନୀତି ନିୟମକୁ ଆମେ ଘୋର ବିରୋଧ କରୁଛୁ। ମନ୍ତ୍ରୀ କାହିଁକି ଅଲଗା ବୈଠକ କଲେ, ତାହା ଆମେ ଜାଣିନୁ। ଗତ ଅଢ଼େଇ ବର୍ଷ ଭିତରେ ମନ୍ତ୍ରୀ ପଞ୍ଚାୟତରେ କୌଣସି ବୈଠକ କରିନାହାନ୍ତି। ତେଣୁ ଆଜି ବୈଠକରେ ଆମର ସଭାପତି ଅଛନ୍ତି। ବୈଠକରେ ଆମେ ଆମର ପ୍ରାର୍ଥୀ ଘୋଷଣା କରିବୁ। ଯଦି ମନ୍ତ୍ରୀ ଅଲଗା ପ୍ରାର୍ଥୀ ଘୋଷଣା କରନ୍ତି, ତାହେଲେ ତାଙ୍କ ବିରୋଧରେ ସ୍ୱର ଉଠାଇବୁ ବୋଲି ସିଲୁ ଦାସ କହିଛନ୍ତି।

ସେହିପରି ଇଶାନପୁର ପଞ୍ଚାୟତର ସରପଞ୍ଚ ପ୍ରଦେଶ ବିଶ୍ୱାଳ କହିଛନ୍ତି, ଯେଉଁମାନେ ବିଜେଡିର କର୍ମୀ ନୁହନ୍ତି, ମନ୍ତ୍ରୀ ସେମାନଙ୍କୁ ନେଇ ବୈଠକ କଲେ। ତେଣୁ ଆମେ ମନ୍ତ୍ରୀଙ୍କୁ କହିବାକୁ ଚାହୁଁଛୁ ଯେ ସେ ତାଙ୍କ ଚରିତ୍ରରେ ପରିବର୍ତ୍ତନ ଆଣନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe