Advertisment

‘ରତ୍ନଭଣ୍ଡାର ଖୋଲାଯାଉ, ମହାପ୍ରଭୁଙ୍କ ରଘୁନାଥ ବେଶ ହେଉ’

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, ସରକାର ହେଉଛନ୍ତି ରତ୍ନ ଭଣ୍ଡାରର ମାର୍ଫତଦାର, ମାଲିକ ନୁହନ୍ତି।

ଅଦ୍ୟତନ ହୋଇଛି
Puri

Puri

Advertisment

କୋଟି ଓଡ଼ିଆଙ୍କ ମଉଡ଼ମଣୀ ମହାପ୍ରଭଙ୍କ ରତ୍ନ ଭଣ୍ଡାର କେବେ ଖୋଲିବ? ଆଉ କେବେ ଗଣତି ହେବ ରତ୍ନଭଣ୍ଡାରରେ ଥିବା ମହଣ ମହଣ ଅଳଙ୍କାର? ଏମିତି ନାନା ପ୍ରଶ୍ନ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କଲେଣି ଜଣେ ପରେ ଜଣେ ସେବାୟତ। ଖାଲି ଦାବି କରିନାହାନ୍ତି, ରତ୍ନଭଣ୍ଡାରରେ ଥିବା ଅଳଙ୍କାରରେ ମହାପ୍ରଭୁ ଦୁର୍ଲଭ ରଘୁନାଥ ବେଶ୍‌ କରାଯାଉ ବୋଲି କହିଛନ୍ତି।

Advertisment

ଅନ୍ୟପଟେ ଆଉ କିଛି ସେବାୟତଙ୍କ ମତ ହେଲା ରତ୍ନଥାଳିରେ କୋଠ ଭୋଗରେ ଶ୍ରୀଜିଉଙ୍କୁ ଖେଚୁଡି ପରଷା ଯାଉ। ରତ୍ନ ଭଣ୍ଡାର ଖୋଲି ଗଣତି ହେଲେ ମହାପ୍ରଭୁଙ୍କ ଦୁର୍ମୁଲ୍ୟ ଅଳଙ୍କାର ସମ୍ପର୍କରେ ସୂଚନା ମିଳିପାରିବ। ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ସମାନ କଥା ଉଠାଇ ଥିଲେ।

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ସବୁ କଥା ଯଦି ହାଇକୋର୍ଟ ଯିବ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ କରାଯିବ, ତାହାହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ ବୈଠକର ମୂଲ୍ୟ କଣ? ରତ୍ନଭଣ୍ଡାର ନଖୋଲିବାକୁ ନେଇ ସେବାୟତମାନେ ସନ୍ଦେହ ଘେରକୁ ଆସିଲେଣି। ତେଣୁ ଖୁବ୍‌ଶୀଘ୍ର ରତ୍ନଭଣ୍ଡା ଖୋଲାଯାଉ। ମରାମତି କରାଯାଉ। ରତ୍ନଭଣ୍ଡାରରେ ଥିବା ସୁନା ଓ ରୁପା ଥାଳିରେ ମହାପ୍ରଭୁଙ୍କଠାରେ ଭୋଗ ଲାଗୁ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

Advertisment

ସେହିପରି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ମହାପ୍ରଭୁ ବହୁ ବର୍ଷ ହେଲା ରଘୁନାଥ ବେଶ ହୋଇନାହାନ୍ତି। ତେଣୁ ରତ୍ନଭଣ୍ଡାର ଖୋଲାଯାଉ, ସେଠାରେ ଥିବା ଅଳଙ୍କାର ବାହାର କରି ମହାପ୍ରଭୁଙ୍କ ରଘୁନାଥ ବେଶ କରାଯାଉ। ଫଳରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରଘୁନାଥ ବେଶ ଦେଖିପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେପଟେ ବିରୋଧୀ ମଧ୍ୟ ରତ୍ନ ଭଣ୍ଡାର ଖୋଲିବା ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି। ତେବେ କାହିଁକି ସରକାର ପଛଘୁଞ୍ଚା ଦେଉଛନ୍ତି ତାହା ଜଣାପଡୁନାହିଁ। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, ସରକାର ହେଉଛନ୍ତି ରତ୍ନ ଭଣ୍ଡାରର ମାର୍ଫତଦାର, ମାଲିକ ନୁହନ୍ତି। ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର। ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି, କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ ବିବାଦ ବଢ଼ିବା ପରେ ସାଂସଦ ପିନାକୀ ମିଶ୍ର ମୁହଁ ଖୋଲି କହିଛନ୍ତି, କେସ୍‌ କୋର୍ଟରେ ଅଛି। କୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ସମ୍ପାଦନ ହେବ।

ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କର ହୀରା, ନୀଳା, ମୋତି, ମାଣିକ୍ୟ ଖଚିତ ଅଳଙ୍କାର ରହିଛି। ଶେଷ ଥର ଲାଗି ୧୯୭୮ରେ ରତ୍ନ ଭଣ୍ଡାର ଅଳଙ୍କାର ଗଣତି ହୋଇଥିଲା। ଦିନକ ତଳେ ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପି ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ପାଇଁ ପିଟିସନ ଦାଖଲ କରିଥିଲେ।

Puri Shreemandir Puri Sri Jagannath Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe