Advertisment

ଘୁଞ୍ଚିଲା ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି, ସେପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଆମିକସକ୍ୟୁରି ୭ ଦିନ ସମୟ ମାଗିବାରୁ ଶୁଣାଣି ଘୁଞ୍ଚାଇ ଦିଆଯାଇଛି।

ଅଦ୍ୟତନ ହୋଇଛି
undefined

Puri Shree Jagannath Temple

Advertisment

ସୁପ୍ରିମକୋର୍ଟରେ ଚାଲିଥିବା ଶ୍ରୀମନ୍ଦିର ସଂସ୍କାର ଶୁଣାଣି ମାମଲା ଘୁଞ୍ଚିଲା। ଆସନ୍ତା ସୋମବାର ପୁଣି ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି। ଆମିକସକ୍ୟୁରି ୭ ଦିନ ସମୟ ମାଗିବାରୁ ଶୁଣାଣି ଘୁଞ୍ଚାଇ ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ସତ୍ୟପାଠ ଆଜି ପାଇଥିବାରୁ ଏହାର ଅନୁଧ୍ୟାନ ପାଇଁ ୭ ଦିନ ସମୟ ଲାଗିବ ବୋଲି ସେ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଛି। ତେଣୁ ପରବର୍ତ୍ତି ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ସମ୍ପର୍କିତ ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲା ସୁପ୍ରୀମକୋର୍ଟରେ ରହିଛି। ବିଚାରପତି ଏମ ଆର ଶାହ ଏବଂ ବିଚାରପତି ସିଟି ରବିକୁମାରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ପୂର୍ବରୁ ଅର୍ଥାତ୍ ଗତ ୨୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ସତ୍ୟପାଠ କୋର୍ଟରେ ଦାଖଲ କରିସାରିଛନ୍ତି। ମନ୍ଦିର ପ୍ରଶାସନ ତରଫରୁ ୩୩ ପୃଷ୍ଠାର ସତ୍ୟପାଠ ଦିଆଯାଇଥିଲା।

୨୦୧୯ ନଭେମ୍ବର ୪ ତାରିଖରେ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦେଶ ଦେଇଥିଲେ ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କୌଣସି ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ୱ ନ ଦେଇ ଶ୍ରୀମନ୍ଦିର ପାଇଁ ପୂର୍ଣ୍ଣକାଳୀନ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦେବାକୁ। ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ନାମରେ ୬୪ ହଜାର ଏକର ଜମି ରେକର୍ଡ ସ୍ଥିତି ଓ ସେବାୟତ ପରିବାରର ପିଲାମାନଙ୍କ ପାଇଁ କୋର୍ଟଙ୍କ ଆଦେଶମତେ ମିଳିଥିବା ୫ କୋଟି ରାଶି କିପରି ଖର୍ଚ୍ଚ ହୋଇଛି ସେ ବିଷୟରେ ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ। ଏସମ୍ପର୍କରେ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରାଇଛନ୍ତି ଉଭୟ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ।

Advertisment

ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରିଛି। ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚର୍ଯ୍ୟ। ସେ କହିଛନ୍ତି ଯେ, ଜଗନ୍ନାଥଙ୍କ ସଂପତ୍ତି ଲୁଟ କରିଥିବା ଲୋକଙ୍କୁ ଜଗନ୍ନାଥ କେବେ କ୍ଷମା ଦେବେ ନାହିଁ। ୧୯୭୮ରେ ଯେତେ ରତ୍ନ ଥିଲା ତାହା ଏବେ ଅଛି ତ ? ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ପ୍ରକାଶ କରନ୍ତୁ । ୨୦୧୮ ଏପ୍ରିଲ ୩ରେ ଅନୁଧ୍ୟାନ କମିଟି ରିପୋର୍ଟରେ ରତ୍ନଭଣ୍ଡାର କାନ୍ଥ ଭାଙ୍ଗିଯାଇଛି ବୋଲି ଦର୍ଶାଯାଇଛି। ୧୯୭୮ରେ ତତକାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ, ୩୬୭ ଆର୍ଟିକିଲ୍ ଅର୍ଥାତ ୪୩୬୪ ଭରି ସୁନା, ୨୩୧ ଆର୍ଟିକିଲ ଅର୍ଥାତ ୧୪,୮୭୮ ଭରି ରୂପା ଥିଲା । ମାତ୍ର ଏବେ ସେସବୁ ଅଛି ନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହାର ଜବାବରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ରତ୍ନଭଣ୍ଡାର କେବେ ଖୋଲିବ ଆମେ ବିଚାରବିମର୍ଷ କରୁଛୁ। ପରେ ଯାହା ନିଷ୍ପତ୍ତି ନିଆଯିବ।

Sri Jagannath Lord Jagannath Supreme Court Bjp Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe