Advertisment

ଦିଲ୍ କୋ ଦେଖୋ, ଚେହେରା ନ ଦେଖୋ...

କୋଣାର୍କ(ସଞ୍ଜୟ ପତି) ଦିଲ୍ କୋ ଦେଖୋ, ଚେହେରା ନ ଦେଖୋ…ଚେହେରେ ନେ ଲାଖୋ କୋ ଲୁଟା…ହାଁ, ଦିଲ ସଚ୍ଚା ଔର୍ ଚେହେରା ଝୁଠା…। ସତୁରୀ ଦଶକରେ ପରଦାକୁ ଆସିଥିବା ସଚ୍ଚା-ଝୁଟା ଫିଲ୍ମର ଏହି ଗୀତଟି ବେଶ ମନଛୁଆଁ ହୋଇପାରିଥିଲା। ପ୍ରେମ ଓ ଭଲ ପାଇବାର ପ୍ରକୃତ  ନିଦର୍ଶନ ବହନ କରୁଥିବା ଏହି ଗୀତର ସାର୍ଥକତା ପୁରୁଷୋତ୍ତମ ଓ ଲିଜାରାଣୀଙ୍କ ସମ୍ପର୍କରେ ଦେଖିବାକୁ ମିଳିଛି। ଯେମିତି କୁହାଯାଏ, ପ୍ରେମ ଦୁଇଟି ମନର  ମିଳନ। ପ୍ରେମ ଦେଖେନା ଶରୀର । […]

ଅଦ୍ୟତନ ହୋଇଛି
ଦିଲ୍ କୋ ଦେଖୋ, ଚେହେରା ନ ଦେଖୋ...

ykl

Advertisment

କୋଣାର୍କ(ସଞ୍ଜୟ ପତି) ଦିଲ୍ କୋ ଦେଖୋ, ଚେହେରା ନ ଦେଖୋ...ଚେହେରେ ନେ ଲାଖୋ କୋ ଲୁଟା...ହାଁ, ଦିଲ ସଚ୍ଚା ଔର୍ ଚେହେରା ଝୁଠା...। ସତୁରୀ ଦଶକରେ ପରଦାକୁ ଆସିଥିବା ସଚ୍ଚା-ଝୁଟା ଫିଲ୍ମର ଏହି ଗୀତଟି ବେଶ ମନଛୁଆଁ ହୋଇପାରିଥିଲା। ପ୍ରେମ ଓ ଭଲ ପାଇବାର ପ୍ରକୃତ  ନିଦର୍ଶନ ବହନ କରୁଥିବା ଏହି ଗୀତର ସାର୍ଥକତା ପୁରୁଷୋତ୍ତମ ଓ ଲିଜାରାଣୀଙ୍କ ସମ୍ପର୍କରେ ଦେଖିବାକୁ ମିଳିଛି। ଯେମିତି କୁହାଯାଏ, ପ୍ରେମ ଦୁଇଟି ମନର  ମିଳନ। ପ୍ରେମ ଦେଖେନା ଶରୀର । ସେ ମାନେନା ଜାତି ପୁଣି ସୀମା ସରହଦ । ସେମିତି ଏକ ପ୍ରେମ ଡୋରୀରେ ବାନ୍ଧି ହୋଇଛନ୍ତି ଲିଜାରାଣୀ ଓ ତାଙ୍କ ଜୀବନସାଥୀ ଦିବ୍ୟାଙ୍ଗ ପୁରୁଷୋତ୍ତମ ।

Advertisment

ନିମାପଡା ଭୋଗସଳଦାଗାଁର ପ୍ରଭାକର ବେହେରାଙ୍କ ଏକ ମାତ୍ର ପୁଅ ପୁରୁଷୋତ୍ତମ । ବୃତ୍ତିରେ ପ୍ରଭାକର ଜଣେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ପିଲା ଦିନୁ ପୁରୁଷୋତ୍ତମଙ୍କ ପାଠ ପଢାରେ ଆଗ୍ରହ ଦେଖି ଭାବିଥିଲେ ପୁଅ ବଡ ହୋଇ ବାପର ନାଁ ରଖିବ । ହେଲେ ଭାଗ୍ୟର ବିଡମ୍ବନା । ପୁଅ ୮ ବର୍ଷ ବୟସ ହେଲା ବେଳକୁ କେଉଁ ଏକ ଅଜଣା ରୋଗରେ ପୀଡିତ ହୋଇ ହାତ ଗୋଡ ସବୁ ଧୀରେ ଧୀରେ ଅଚଳ ହେବାକୁ ଲାଗିଲା । ହେଲେ ପୁଅର ପାଠ ପଢା ପ୍ରତି ଆଗ୍ରହ ଦେଖି ପ୍ରଭାକର ବହୁଦୁଃଖ କଷ୍ଠରେ +3 ପ୍ରଥମ ବର୍ଷ ପର୍ଯ୍ୟନ୍ତ ପାଠ ପଢାଇଥିଲେ । ହେଲେ ଦିନକୁ ଦିନ ପୁରୁଷୋତ୍ତମଙ୍କ ଶରୀର ସଂପୂର୍ଣ୍ଣ ଅଚଳ ହେବାକୁ ଲାଗିଥିଲା ।

୨୦୧୯ ମସିହାରେ ବାପା ମା ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେ ଯେଉଁ ୱାର୍ଡରେ ଚିକିତ୍ସିତ ହେଉଥିଲେ ତାଙ୍କର ବେଡ ନିକଟରେ ନୟାଗଡ ବାମଦେବପୁର ଗାଁର ଲିଜାରାଣୀ ଚିକିତ୍ସା ହେଉଥିଲେ । ହସ୍ପିଟାଲରେ ଏକ ସପ୍ତାହ ରହଣି ମଧ୍ୟରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପରସ୍ପର ମୋବାଇଲ ନମ୍ବର ଦିଆନିଆ ହେବା ପରେ 4ମାସ ଭିତରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଯାଇଥିଲା । ନିଜ ଘର ଲୋକଙ୍କ ବାରଣ ସତ୍ତ୍ୱେ ସବୁଦିନ ପାଇଁ ପୁରୁଷୋତ୍ତମଙ୍କ ହାତ ଧରିବାକୁ ଲିଜାରାଣୀ ଚାଲି ଆସିଥିଲେ ନିମାପଡା ।

Advertisment

କିଛି ଦିନ ପରେ ଉଭୟ ବୈଦିକ ରୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏକ ବର୍ଷର ଦାଂପତ୍ୟ ଜୀବନ ମଧ୍ୟରେ ପୁରୁଷୋତ୍ତମଙ୍କ ଅସୁସ୍ଥତା ସତ୍ତେ ଲିଜାରାଣୀ ତାଙ୍କ ପତ୍ନୀ ଧର୍ମ ପାଳନରେ କେବେ ହେଳା କରି ନାହାନ୍ତି । ହେଲେ ନିଜ ସ୍ବାମୀଙ୍କ ସୁସ୍ଥତା ପାଇଁ ସହାୟତା ଯୋଗାଇଦେବାକୁ ସେ ସରକାରଙ୍କୁ ନେହୁରା ହୋଇଛନ୍ତି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ନିଜ ବାପାଙ୍କ କାନ୍ଧରେ ବୋଝ ପାଲଟିଥିବା ପୁରୁଷୋତ୍ତମଙ୍କ ଭବିଷ୍ୟତ ଜୀବନ ପାଇଁ ତାଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ଉଭୟଙ୍କ ସଫଳ ଦାଂପତ୍ୟ ଜୀବନ ପାଇଁ ପୁରୁଷୋତ୍ତମଙ୍କ ଚିକିତ୍ସା ନିମନ୍ତେ  ସରକାର ସହୋଯୋଗର ହାତ ବଢାଇବା ପାଇଁ ତାଙ୍କ ପରିବାର, ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ଅନୁରୋଧ କରିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe