Advertisment

ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ

‘ସିଂହଦ୍ୱାର ରୁପା ଛାଉଣୀ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ନିଷ୍ପତ୍ତି ହୋଇଛି। ରୁପା ଛାଉଣୀ ପାଇଁ ଆବଶ୍ୟକ ରୁପା ଦାତା ଯୋଗାଇ ଦେବେ।’

ଅଦ୍ୟତନ ହୋଇଛି
undefined

Puri

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ମରାମତି ହେବ। ଏଥିସହ ସିଂହଦ୍ୱାର ଓ ଦକ୍ଷିଣୀ ଘରର ଦ୍ୱାର ରୁପା ଛାଉଣୀ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ମୁଖ୍ୟ ପ୍ରଶାସକ ରଂଜନ ଦାସ ସୂଚନା ଦେଇଛନ୍ତି।

Advertisment

ଶ୍ରୀ ଦାସ କହିଛନ୍ତି, ସିଂହଦ୍ୱାର ରୁପା ଛାଉଣୀ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ନିଷ୍ପତ୍ତି ହୋଇଛି। ରୁପା ଛାଉଣୀ ପାଇଁ ଆବଶ୍ୟକ ରୁପା ଦାତା ଯୋଗାଇ ଦେବେ। କେତେ ରୁପା ଲାଗିବ ଜଣାପଡ଼ିବା ପରେ ଦାତା ଦେବେ ବୋଲି ବୈଠକରେ କୁହାଯାଇଛି। ରୁପା ଛାଉଣୀ ବେଳେ ସିଂହଦ୍ୱାର ପରିବର୍ତ୍ତେ ଉତ୍ତର ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ସୂଚନା ଥାଉକି, ଶ୍ରୀମନ୍ଦିରର ସାତଟି ଦ୍ୱାରର ରୁପା ଛାଉଣୀ କାମ ସରିଛି। ଯାହା ମଧ୍ୟରେ ରହିଛି ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିର। ୨୦୨୨ ମସିହାରେ କଳାହାଟ ଦ୍ୱାରର ରୁପାଛାଉଣି କାମ କରାଯାଇଥିଲା। ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ନୃସିଂହ ମନ୍ଦିର, ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଦ୍ୱାର ରୁପା ଛାଉଣୀ କରାଯାଇଥିଲା। ୨୦୨୩ ରଥଯାତ୍ରାରେ ସିଂହଦ୍ୱାର ରୁପା ଛାଉଣୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Advertisment
Puri Shreemandir Puri Sri Jagannath Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe