ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ସୁବର୍ଣ୍ଣ ଚିତା

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ଅମାବାସ୍ୟା ବା ଚିତାଲାଗି ଅମାବାସ୍ୟା । ପରମ୍ପରା ମୁତାବକ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ସୁବର୍ଣ୍ଣ ଚିତା । ପତିତପାବନଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଖଚିତ ହୋଇଛି ଏହି ଦୁର୍ମୂଲ୍ୟ ଚିତା। ଭୋଗମଣ୍ଡପ ଉଠିବା ପରେ ଭଣ୍ଡାର ମେକାପ ତିନି ଠାକୁରଙ୍କ ରତ୍ନଖଚିତ ଚିତାକୁ ପତି ମହାପାତ୍ର ସେବକଙ୍କୁ ପ୍ରଦାନ କରିଥାନ୍ତି ପତି ମହାପାତ୍ର । ଏହାକୁ ସଂସ୍କାର କରାଇ ଶ୍ରୀଜିଉଙ୍କ ମସ୍ତକରେ ପାଟ ଡୋରି ଦ୍ୱାରା ଲାଗି […]

6hl

Tapas Behera
  • Published: Sunday, 08 August 2021
  • , Updated: 09 August 2021, 09:15 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ଅମାବାସ୍ୟା ବା ଚିତାଲାଗି ଅମାବାସ୍ୟା । ପରମ୍ପରା ମୁତାବକ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ସୁବର୍ଣ୍ଣ ଚିତା । ପତିତପାବନଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଖଚିତ ହୋଇଛି ଏହି ଦୁର୍ମୂଲ୍ୟ ଚିତା। ଭୋଗମଣ୍ଡପ ଉଠିବା ପରେ ଭଣ୍ଡାର ମେକାପ ତିନି ଠାକୁରଙ୍କ ରତ୍ନଖଚିତ ଚିତାକୁ ପତି ମହାପାତ୍ର ସେବକଙ୍କୁ ପ୍ରଦାନ କରିଥାନ୍ତି ପତି ମହାପାତ୍ର । ଏହାକୁ ସଂସ୍କାର କରାଇ ଶ୍ରୀଜିଉଙ୍କ ମସ୍ତକରେ ପାଟ ଡୋରି ଦ୍ୱାରା ଲାଗି କରିଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରା ଖଚିତ, ବଳଭଦ୍ରଙ୍କ ମସ୍ତକରେ ନୀଳା ଖଚିତ ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଚିତା ଲାଗି ହୋଇଛି । ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପୀଡିତ ହୋଇ ଅଣସରରେ ଥିବା ବେଳେ ଶ୍ରୀଜିଉଙ୍କର ଏସବୁ ଚିତା ଓଲାଗି କରାଯାଇଥିଲା ।  ଗୁଣ୍ଡିଚା ଯାତ୍ରାଠାରୁ ଠାକୁରମାନେ ସୋଲ ଚିତା ପରିଧାନ କରି ନବଦିନାତ୍ମକ ଯାତ୍ରା କରିଥିଲେ । ଆଜି ପୁଣି ଥରେ ରତ୍ନଖଚିତ ଚିତାକୁ ପୁଣି ପରିଧାନ କରିଛନ୍ତି। ସେହିପରି ଆଜିର ଦିନଟି ପ୍ରତିଟି ଓଡ଼ିଆ ଏବଂ ଚାଷୀ ଘରେ ଏକ ବଡ ପର୍ବ ଭାବେ ପାଳିତ ହୁଏ । ଚାଷୀପୁଅ ଶୁଦ୍ଧପୁତ ହୋଇ ଚିତୋଉ ପିଠା ପ୍ରସ୍ତୁତ କରି ଜମିରେ ପୋତିବାର ପରମ୍ପରା ରହିଛି।

Related story