puri
ପୁରୀ(ଓଡ଼ିଶା ରିପୋର୍ଟର) ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ। ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ସୋମବାର ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ ।
ଏହା ପରେ ଶ୍ରୀଜିଉ ସୁସ୍ଥ ହେବେ । ଦଶମୀ ତିଥିରେ ମହାପ୍ରଭୁ ଚକାକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ନୀତି ପରେ ପଣା ଚକଟା ଭୋଗ ସହ ଚକା ବିଜେ ନୀତି କରାଯିବ । ଜୁଲାଇ ୯ରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ସହ ନବଯୌବନ ଦର୍ଶନ ।
ଜୁଲାଇ ୧୦ ଓ ୧୧ ଦୁଇ ଦିନ ଧରି ଉଭା ଯାତ୍ରା ପରେ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏପଟେ ତିନି ରଥର ନିର୍ମାଣ କାର୍ଯ୍ୟ ବି ପ୍ରାୟ ସରି ଆସିଲାଣି । ଏବେ ରଥର ପ୍ରଭା, ବେଦୀ ଓ ସିଂହାସନ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକର ଏବଂ ରୂପକାର ସେବାୟତ ସୌନ୍ଦଯର୍ୟକରଣରେ ଲାଗିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/puri-11111111111111111110000000000000.jpg)