ସୁସ୍ଥ ହେଉଛନ୍ତି ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର) ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ।  ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ସୋମବାର ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ । ଏହା ପରେ ଶ୍ରୀଜିଉ ସୁସ୍ଥ ହେବେ । ଦଶମୀ ତିଥିରେ ମହାପ୍ରଭୁ ଚକାକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ନୀତି ପରେ […]

puri

Tapas Behera
  • Published: Sunday, 04 July 2021
  • , Updated: 04 July 2021, 04:26 PM IST

ପୁରୀ(ଓଡ଼ିଶା ରିପୋର୍ଟର) ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ।  ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ସୋମବାର ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ ।

ଏହା ପରେ ଶ୍ରୀଜିଉ ସୁସ୍ଥ ହେବେ । ଦଶମୀ ତିଥିରେ ମହାପ୍ରଭୁ ଚକାକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ନୀତି ପରେ ପଣା ଚକଟା ଭୋଗ ସହ ଚକା ବିଜେ ନୀତି କରାଯିବ ।  ଜୁଲାଇ ୯ରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ସହ ନବଯୌବନ ଦର୍ଶନ ।

ଜୁଲାଇ ୧୦ ଓ ୧୧ ଦୁଇ ଦିନ ଧରି ଉଭା ଯାତ୍ରା ପରେ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।  ଏପଟେ ତିନି ରଥର ନିର୍ମାଣ କାର୍ଯ୍ୟ ବି ପ୍ରାୟ ସରି ଆସିଲାଣି  । ଏବେ ରଥର ପ୍ରଭା, ବେଦୀ ଓ ସିଂହାସନ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।  ଚିତ୍ରକର ଏବଂ ରୂପକାର ସେବାୟତ ସୌନ୍ଦଯର୍ୟକରଣରେ ଲାଗିଛନ୍ତି।

Related story