Advertisment

ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ମମତା ବାନାର୍ଜୀ

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ରାତିରେ ପୁରୀ ନିର୍ମାଣ ନିବାସରେ ରାତି କାଟିଛନ୍ତିା

author-image
Tapaswini Nayak
ଅଦ୍ୟତନ ହୋଇଛି
Mamata banerjee

Mamata banerjee

ଆଜି ଶ୍ରୀମନ୍ଦିରରେ କାଳିଆ ଦର୍ଶନ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମମତା ଗତକାଲିଠୁ ପୁରୀରେ ଅବସ୍ଥାନକରିଛନ୍ତି। ଆଜି ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଜଗତମଙ୍ଗଳ ଉଦ୍ଦେଶ୍ୟରେ ତାଙ୍କ ନାମରେ ନୀଳଚକ୍ରରେ ଧ୍ୱଜାବନ୍ଧା ହେବ। ଏଥିସହ ବ୍ରାହ୍ମଣ ଭୋଜନ, ବେଦପାଠ ଆଦି କାର୍ଯ୍ୟକ୍ରମ ରହିଛି।

Advertisment

ସେ ମନ୍ଦିରରେ ପ୍ରାୟ ଦୁଇଘଣ୍ଟା ରହିବେ। ପୁରୀରେ ହେବାକୁ ଥିବା ପଶ୍ଚିମବଂଗ ଅତିଥିଭବନର ସ୍ଥାନ ନିରୂପଣ ପାଇଁ ବଳିଆପଣ୍ଡା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମମତା ଆସନ୍ତାକାଲି ଭୁବନେଶ୍ୱର ଯାଇ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଗତକାଲି ମମତା ବାନାର୍ଜୀ ପୁରୀରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ମମତା ଏବେ ନିର୍ମାଣ ନିବାସରେ ରହୁଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରହଣୀ ସହ ଶ୍ରୀଜିଉଙ୍କ ଦର୍ଶନକୁ ନେଇ ସ୍ୱତନ୍ତ୍ର ଆୟୋଜନ କରାଯାଇଛିା ମମତା ବାନାର୍ଜୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ। ଜେଡ ପ୍ଳସ୍ ସିକ୍ୟୁରିଟି ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  ଗତକାଲି ବୋଲି ପୁରୀ ଏସ୍‌ପି ଏହି ସୂଚନା ଦେଇଥିଲେ। 

Advertisment
Puri Shreemandir Puri Mamata Banerjee Mamata Didi