/odisha-reporter/media/post_attachments/uploadimage/library/16_9/16_9_0/Fire_1678102096.jpeg)
Fire
ପୁରୀ ମଙ୍ଗଳାଘାଟ ସମୁଦ୍ରକୂଳ ବାଇପାସ୍ ରାସ୍ତା ଶଙ୍କରେଶ୍ୱର ମନ୍ଦିର ନିକଟରେ ଏକ ଭଙ୍ଗା ଘରେ ଦେହରେ ନିଆଁ ଲଗାଇ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Advertisment
ନିଆଁରେ ପୋଡ଼ି ଗୁରୁତର ହୋଇପଡ଼ିଥିବା ଏହି ଯୁବକଙ୍କ ନାଁ ସୂର୍ଯ୍ୟକାନ୍ତ ମାଝୀ। ତାଙ୍କୁ ୨୨ ବର୍ଷ ହୋଇଥିବା ଜଣାପଡ଼ିଛି। ତାଙ୍କ ଘର ପୁରୀ ସଦର ଥାନା ଅନ୍ତର୍ଗତ ଖଡ଼ିପଦାରେ।
ସୂର୍ଯ୍ୟକାନ୍ତଙ୍କୁ ସ୍ଥାନୀୟ କିଛି ଲୋକ ଜଳୁଥିବା ଦେଖି ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।
Advertisment
ସୂର୍ଯ୍ୟକାନ୍ତ କାହିଁକି ଏଭଳି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ି ନାହିଁ। ତେବେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏ ଘଟଣା ଘଟିଥିବା କୁହାଯାଉଛି। ବାସେଳି ସାହି ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
