Advertisment

ଶ୍ରୀଜିଉଙ୍କୁ ଦର୍ଶନ କଲେ ମନମୋହନ, କହିଲେ- ଓଡ଼ିଶାରେ ଶାସନର ପରିବର୍ତ୍ତନ ହେବ

ଓଡ଼ିଶାରେ ଶାସନର ପରିର୍ତ୍ତନ ହେବ। ଲୋକେ ଏହାର ଦାୟିତ୍ୱ ନେବେ,ଆମେ ତାଙ୍କୁ ସହଯୋଗ କରିବୁ। ଓଡ଼ିଶାରେ ଶାସନ ପରିବର୍ତ୍ତନ ହେଲେ ଲୋକେ ଏହାର ଅଗ୍ରଭାଗରେ ରହିବେ।

ଅଦ୍ୟତନ ହୋଇଛି
BJP

BJP

Advertisment

ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ ପରେ ଶ୍ରୀମନ୍ଦିର ଯାଇ ଗତକାଲି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମନମୋହନ ସାମଲ। ଗତକାଲି ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ସେବାୟତଙ୍କ ଦ୍ୱାରା ଖଣ୍ଡୁଆ ପ୍ରଦାନ କରାଯାଇଥିଲା ।ଏହାସହ ପୁରୀ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Advertisment

ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ମନମୋହନ କହିଥିଲେ, ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସମସ୍ତ କାର୍ଯ୍ୟ ଓ ଗୁରୁଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବି। ଓଡ଼ିଶାରେ ସାଢ଼େ ୪ଟି କୋଟି ଲୋକଙ୍କୁ କିପରି ନ୍ୟାୟ ମିଳିବ ଓ ଓଡ଼ିଶାରେ ଯେଉଁ ଜନ ଅସନ୍ତୋଷ ରହିଛି ତାହା କିପରି ପ୍ରଶମିତ ହେବ ,ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ହାତ ଟେକି ଭିକ୍ଷା କରିଛି।

ସେ ଆହୁରି କହିଛନ୍ତି, ରତ୍ନ ଭଣ୍ଡାର ଉପରେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଆଗାମୀ ଦିନରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ମଧ୍ୟ ବିଜେପି ପକ୍ଷରୁ ଉଠାଯିବ। ଓଡ଼ିଶାରେ ଶାସନର ପରିର୍ତ୍ତନ ହେବ। ଲୋକେ ଏହାର ଦାୟିତ୍ୱ ନେବେ,ଆମେ ତାଙ୍କୁ ସହଯୋଗ କରିବୁ। ଓଡ଼ିଶାରେ ଶାସନ ପରିବର୍ତ୍ତନ ହେଲେ ଲୋକେ ଏହାର ଅଗ୍ରଭାଗରେ ରହିବେ।

Advertisment

ଏହି ଅବସରରେ ପୁରୀ ବିଧାୟକ ଓ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Bjp Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe