Advertisment

ବିବାହ ପରେ ଶ୍ରୀଜଗନ୍ନାଥ ଦର୍ଶନ କଲେ ବିଧାୟକ ଦିବ୍ୟଶଙ୍କର ଓ ପତ୍ନୀ ପ୍ରିୟଙ୍କା

ବିବାହ ପରେ ଆଜି ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ପତ୍ନୀ ପ୍ରିୟଙ୍କା ଅଗସ୍ତି।

ଅଦ୍ୟତନ ହୋଇଛି
MLA Dibya Shankar Mishra and wife Priyanka

MLA Dibya Shankar Mishra and wife Priyanka

Advertisment

ଦ୍ୱିତୀୟ ବିବାହ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ପତ୍ନୀ ପ୍ରିୟଙ୍କା ଅଗସ୍ତି। ମଧ୍ୟାହ୍ନରେ ଶ୍ରୀମନ୍ଦିର ନିକଟରେ ପହଂଚିବା ପରେ ସେବାୟତମାନେ ଏହି ନବ ଦମ୍ପତିଙ୍କୁ ଖଣ୍ଡୁଆ ପାଠ ଦେଇ ସ୍ୱାଗତ କରିଥିଲେ। ପରେ ଶ୍ରୀମନ୍ଦିରକୁ ଯାଇ ବେଢା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଏହି ନବ ଦମ୍ପତୀ। ଠାକୁର ଦର୍ଶନ ସାରିବା ପରେ ଆନନ୍ଦ ବଜାର ଯାଇ ସେମାନେ ମହାପ୍ରସାଦ ଖାଇଥିଲେ।

Advertisment

ସେଠାରୁ ଫେରିବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇବା ପାଇଁ ଦୁହେଁ ସାଙ୍ଗ ହୋଇ ଆସିଥିବା ଗଣମାଧ୍ୟମକୁ କହିଥିଲେ ଦିବ୍ୟଶଙ୍କର।

ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଦେକୋଟ ଗାଁ’ର ସଫ୍ଟୱେୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି ବିଧାୟକ ଦିବ୍ୟଶଙ୍କର ମିଶ୍ର। ଗତକାଲି ପିପିଲି ସ୍ଥିତ ଦ’ ଆଡ଼ଭେନଚର କନଭେନସନ ରିସର୍ଟ ଠାରେ ବାହାଘର ସମ୍ପନ୍ନ ହେବା ପରେ ଆଜି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏହି ନବ ଦମ୍ପତି ଆସିଥିଲେ।

Advertisment
MLA ODISHA Remarriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe