ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା କଣାସ ବ୍ଲକ ସହନା ଗାଁରେ ଗତକାଲି ଏକ ଅଘଟଣ ଘଟି ଯାଇଥିବା ଜଣାଯାଇଛି। ଏକ ବିବାହ ଭୋଜି ଖାଇ ପ୍ରାୟ ଶତାଧିକ ଅସୁସ୍ଥ ହୋଇପଡ଼ିଛନ୍ତି । ବିବାହ ଭୋଜି ଖାଇବା ପରେ ଅଧିକାଂଶଙ୍କର ଝାଡ଼ାବାନ୍ତି ହେଉଥିବା ସୂଚନା ମିଳିଛି। ଅଧିକାଂଶ ଅସୁସ୍ଥ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନ ସମୟରେ ସହନା ଗାଁରେ ଏକ ବିବାହ ଭୋଜି ଥିଲା। ଏହି ଭୋଜିରେ ପ୍ରାୟ ୨ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ। ସମସ୍ତେ ଭୋଜି ଖାଇ ଯିବା ପରେ ରାତିରେ କିଛି ଜଣଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। କ୍ରମଶଃ ଏହି ସଂଖ୍ୟା ବଢ଼ିବାକୁ ଲାଗିଲା।
ଅସୁସ୍ଥମାନଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ମେଡିକାଲରେ ଆଡମିଟ କରାଯାଇଥିବା ବେଳେ ଆହୁରି ଅନେକଙ୍କୁ ମେଡିସିନ ଦିଆଯାଇ ଛାଡ଼ି ଦିଆଯାଇଛି। ଏହି ସଂଖ୍ୟା ଆଜି ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଏଥର ପଞ୍ଚୁକ ଚାରିଦିନ, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡୁଥିବାରୁ ପୁରୀରେ ଜମିବ ଅସମ୍ଭାଳ ଭିଡ଼। ଶୃଙ୍ଖଳିତ ଦର୍ଶନ ଏବଂ ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ପୁରୀ ପ୍ରଶାସନ।
Miscellaneous
ପୁରୀ ବେଳାଭୂମିରୁ ମଣିଷ କଙ୍କାଳ ଉଦ୍ଧାର
ଏହା ଜଣେ ପୁରୁଷ କଙ୍କାଳ ବୋଲି ସେଠାରେ ମିଳିଥିବା ସାର୍ଟରୁ ଅନୁମାନ କରାଯାଉଛି।
Crime
ସ୍ୱାମୀଙ୍କୁ ପିଟି କଣ୍ଟାବୁଦାକୁ ଫିଙ୍ଗି ଦେଲେ, ସ୍ତ୍ରୀଙ୍କୁ ଦୁଷ୍କର୍ମ କଲେ
ଗତକାଲି ରାତି ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି।
Crime
ସାକ୍ଷୀଗୋପୀନାଥଙ୍କ ପାର୍ଶ୍ଵରେ ଥିବା ମଦନମୋହନ ମନ୍ଦିରରୁ ଚୋରି, ୨ ଗିରଫ
ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଚୋର ପ୍ରବେଶ କରିଥିବା ବେଳେ ରୋଷଶାଳା ପାଚେରୀ ଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି।
Religion
ଶ୍ରୀମନ୍ଦିରକୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ଅଭିଯାନ, ଫୁଲ ଓ ଭୋଗ ନେବାକୁ ବିକଳ୍ପ ବ୍ୟବସ୍ଥା ପରାମର୍ଶ
ଶ୍ରୀମନ୍ଦିର ଓ ପୁରୀ ସହରକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।