Advertisment

ଦିନରେ ଖାଇଲେ ବିବାହ ଭୋଜି, ରାତିରେ ହେଲା ଝାଡ଼ାବାନ୍ତି

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା କଣାସ ବ୍ଲକ ସହନା ଗାଁରେ ଗତକାଲି ଏକ ଅଘଟଣ ଘଟି ଯାଇଥିବା ଜଣାଯାଇଛି। ଏକ ବିବାହ ଭୋଜି ଖାଇ  ପ୍ରାୟ ଶତାଧିକ ଅସୁସ୍ଥ ହୋଇପଡ଼ିଛନ୍ତି । ବିବାହ ଭୋଜି ଖାଇବା ପରେ ଅଧିକାଂଶଙ୍କର ଝାଡ଼ାବାନ୍ତି ହେଉଥିବା ସୂଚନା ମିଳିଛି। ଅଧିକାଂଶ ଅସୁସ୍ଥ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନ ସମୟରେ ସହନା ଗାଁରେ ଏକ ବିବାହ ଭୋଜି ଥିଲା। ଏହି ଭୋଜିରେ ପ୍ରାୟ ୨ ହଜାରରୁ […]

ଅଦ୍ୟତନ ହୋଇଛି
ଦିନରେ ଖାଇଲେ ବିବାହ ଭୋଜି, ରାତିରେ ହେଲା ଝାଡ଼ାବାନ୍ତି

pipili

Advertisment

ପିପିଲି (ଦ୍ୱିତିକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା କଣାସ ବ୍ଲକ ସହନା ଗାଁରେ ଗତକାଲି ଏକ ଅଘଟଣ ଘଟି ଯାଇଥିବା ଜଣାଯାଇଛି। ଏକ ବିବାହ ଭୋଜି ଖାଇ  ପ୍ରାୟ ଶତାଧିକ ଅସୁସ୍ଥ ହୋଇପଡ଼ିଛନ୍ତି । ବିବାହ ଭୋଜି ଖାଇବା ପରେ ଅଧିକାଂଶଙ୍କର ଝାଡ଼ାବାନ୍ତି ହେଉଥିବା ସୂଚନା ମିଳିଛି। ଅଧିକାଂଶ ଅସୁସ୍ଥ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

Advertisment

ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନ ସମୟରେ ସହନା ଗାଁରେ ଏକ ବିବାହ ଭୋଜି ଥିଲା। ଏହି ଭୋଜିରେ ପ୍ରାୟ ୨ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ। ସମସ୍ତେ ଭୋଜି ଖାଇ ଯିବା ପରେ ରାତିରେ କିଛି ଜଣଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। କ୍ରମଶଃ ଏହି ସଂଖ୍ୟା ବଢ଼ିବାକୁ ଲାଗିଲା।

ଅସୁସ୍ଥମାନଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ମେଡିକାଲରେ ଆଡମିଟ କରାଯାଇଥିବା ବେଳେ ଆହୁରି ଅନେକଙ୍କୁ ମେଡିସିନ ଦିଆଯାଇ ଛାଡ଼ି ଦିଆଯାଇଛି। ଏହି ସଂଖ୍ୟା  ଆଜି ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe