Advertisment

ପାଗଳ କୁକୁର ଆତଙ୍କ, ୨ଦିନରେ ୨୨ଆହତ

ପାଗଳା କୁକୁରଟି ବାଘ ପରି ଝାମ୍ପ ମାରି ମାଂସ ପୁଳା ପୁଳା ନେଇ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଅଦ୍ୟତନ ହୋଇଛି
Dog

Dog

Advertisment

ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଚୁପୁରିଙ୍ଗୀ ଅଞ୍ଚଳରେ ପାଗଳ କୁକୁର ଆତଙ୍କ। ଏକ ପାଗଳ କୁକୁର ଯାହାକୁ ଦେଖୁଛି ଗୋଡାଇ ଗୋଡାଇ କାମୁଡୁଛି। ୨ଦିନରେ ପାଗଳ କୁକୁରଟି୨୨ଜଣଙ୍କୁ କାମୁଡିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କୁନି କୁନି ପିଲା ବି ଅଛନ୍ତି।

Advertisment

ପାଗଳା କୁକୁରଟି ବାଘ ପରି ଝାମ୍ପ ମାରି ମାଂସ ପୁଳା ପୁଳା ନେଇ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆହତଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଲୋକଙ୍କୁ ପୁରୀ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ପାଗଳ କୁକକୁର ଆତଙ୍କ ଯୋଗୁ କିଛି ଦିନ ହେବ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଥିଲେ। କେହି କେହି ଘରୁ ବାହାରକୁ ଯିବାକୁ ଡରୁଥିଲେ। ଗତକାଲି ଏହି ପାଗଳ କୁକୁରଟିକୁ କାବୁ କରାଯିବା ପରେ ଗ୍ରାମବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଲୋକେମାନେ ବଜାର ହାଟକୁ ଶାନ୍ତିରେ ଯିବା ଆସିବା କରିପାରୁଛନ୍ତି। ପାଗଳ କୁକୁରଟି ଯାହାକୁ ଦେଖୁଥିଲା, ତାକୁ ଗୋଡ଼ାଇଗୋଡ଼ାଇ କାମୁଡ଼ୁଥିଲା।

Advertisment

କଣାସ ଡାକ୍ତରଖାନାର ଡାକ୍ତର ଦିପେଶ କୁମାର ରଂଣସିଂ କହିଛନ୍ତି, ଯେଉଁ ଲୋକମାନଙ୍କର ଏକାଧିକ ଜାଗାକୁ କୁକୁର କାମୁଡ଼ିଛି ସେମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କାରଣ ସେମାନଙ୍କୁ ଏମିନୋଗ୍ଲୋବିନ ଇଞ୍ଜେସନ ଦିଆଯିବ। ଯାହା କଣାସ ଡାକ୍ତରଖାନାରେ ଉପଲବ୍ଧ ନାହିଁ।

Dog Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe