/odisha-reporter/media/post_attachments/uploads/2022/04/puri-1.jpg)
Puri Temple
ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରୋଷଘରେ ହୋଇଛି ବ୍ୟାପକ ଭଙ୍ଗାରୁଜା । ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଛି । ଶ୍ରୀମନ୍ଦିର ରୋଷ ଘରେ ଥିବା କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଭଳି ଥିବା ବିଭିନ୍ନ ଚୁଲାକୁ କେହି ଭାଙ୍ଗି ଦେଇଛନ୍ତି । ଆଜି ସକାଳୁ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଫଳରେ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Advertisment
ଏତେ ସଂଖ୍ୟାରେ ଚୁଲାକୁ କିଏ ଓ କାହିଁକି ଭାଙ୍ଗିଲା ? କେଉଁ ଉଦ୍ଦେଶ୍ୟରେ ଏପରି କରାଯାଇଛି ? ଏହି ଭଙ୍ଗାରୁଜା ପଛରେ କାହାର ହାତ ରହିଛି ? ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଜେଟିପି ଓ ଅନ୍ୟ ସୁରକ୍ଷାବଳ ଭଙ୍ଗାରୁଜା ସମୟରେ କଣ କରୁଥିଲେ ? ଏସବୁ ପ୍ରଶ୍ନର ଉତ୍ତର ଘାଣ୍ଟୁଛି ସ୍ଥାନୀୟ ପୁଲିସ୍। ରୋଷଘରେ ଭଙ୍ଗା ଘଟଣା ପ୍ରଚାରିତ ହେବା ପରେ ଶ୍ରୀମନ୍ଦିରକୁ ଯାଇ ସ୍ଥିତି ପରଖିଛନ୍ତି ପୁରୀ ଜିଲ୍ଲାପାଳ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
