Advertisment

ଗାଁ ଶ୍ମଶାନରେ ଜଳିଲା ସହିଦଙ୍କ ଚିତା, ବିଦାୟ ଜଣାଇଲେ ଆତ୍ମୀୟସ୍ୱଜନ

ବିରାଟ ପଟୁଆରରେ ସହିଦ୍‌ ବୀର ପୁତ୍ରଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିଥିଲା। ସହିଦ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ଗାଁର ଗଗନ ଓ ପବନ। ଲୋହରେ ଭିଜୁଥିଲା ଆତ୍ମିୟ ସ୍ୱଜନଙ୍କ ଆଖି। ଗାଁର ଯେଉଁ ଘରେ ଜନ୍ମ ହୋଇଥିଲେ ସେହିଠାରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା ସହିଦ୍‌ ଦେବାଶିଷଙ୍କ ପାର୍ଥିବ ଶରୀର।

ଅଦ୍ୟତନ ହୋଇଛି
Puri

Puri

Advertisment

ଦେଶ ମାତୃକାର ସେବା କରିବାର ମନୋବଳ ଦେବାଶିଷ ବିଶ୍ୱାଳଙ୍କୁ ଟାଣିନେଇଥିଲା ସୀମାକୁ। ଆଉ ଜନ୍ମଦାତ୍ରୀଙ୍କୁ ବିଦାୟ ଜଣାଇ ଚାଲି ଯାଇଥିଲେ ଭାରତ ମାଆଙ୍କ କୋଳକୁ। ହେଲେ ସେଠି ସହିଦ୍‌ ହୋଇଗଲେ। ଆତଙ୍କୀ ହାମ୍‌ଲାରେ ରକ୍ତି ରଞ୍ଜିତ ହୋଇ ଚିରଦିନ ପାଇଁ ଶୋଇଗଲେ ଭାରତ ମାଆର ପଣତ ତଳେ। ଆଉ ଖାଲି କରିଦେଇଗଲେ ଜନ୍ମଦାତ୍ରୀଙ୍କ କୋଳ। ଆଜି ସେହି ବୀର ଯବାନଙ୍କ ଚିତା ଜଳିଛି ଜନ୍ମ ମାଟିରେ। ଆଉ ବିଦାୟ ଜଣାଇଛନ୍ତି ଆତ୍ମୀୟସ୍ୱଜନ।

Advertisment

ଆଜି ସକାଳ ୭ଟା ବେଳେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଥିଲା ସହିଦ ଲାନ୍ସ ନାୟକ ଦେବାଶିଷ ବିଶ୍ଵାଳଙ୍କ ପାର୍ଥିବ ଶରୀର। ସେଠାରେ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ବହୁ ନେତା, ବହୁ ସେନା ଅଧିକାରୀ, ପୁଲିସ ଅଧିକାରୀ ସହିଦ ବିଶ୍ଵାଳଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏପରିକି ସହିଦ ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ବିମାନ ବନ୍ଦରରେ ସ୍ଵାମୀଙ୍କ ଶେଷ ଦର୍ଶନ କରିଥିଲେ। ପରେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର ଜନ୍ମମାଟି ସତ୍ୟବାଦୀ ବ୍ଳକ୍‌ ଖଣ୍ଡାୟତ ସାହି ଅଭିମୁଖେ ନିଆଯାଇଥିଲା।

Puriସ୍ୱାମୀଙ୍କୁ ଦେଉଛନ୍ତି ଅଶୃଳ ବିଦାୟ

ବିରାଟ ପଟୁଆରରେ ସହିଦ୍‌ ବୀର ପୁତ୍ରଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିଥିଲା। ସହିଦ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ଗାଁର ଗଗନ ଓ ପବନ। ଲୋହରେ ଭିଜୁଥିଲା ଆତ୍ମିୟ ସ୍ୱଜନଙ୍କ ଆଖି। ଗାଁର ଯେଉଁ ଘରେ ଜନ୍ମ ହୋଇଥିଲେ ସେହିଠାରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା ସହିଦ୍‌ ଦେବାଶିଷଙ୍କ ପାର୍ଥିବ ଶରୀର। ପରିବାର, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନ ଦେଇଥିଲେ ଲୋହରେ ଦେଇଥିଲେ ବିଦାୟ। ପରେ ସହିଦ୍‌ଙ୍କ ପ୍ରାର୍ଥିବ ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିଲା। ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଖାଗ୍ନି ଦେଇଥିଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ। ସେନାବାହିନୀ ପକ୍ଷରୁ ସହିଦଙ୍କୁ ଦିଆଯାଇଥିଲା ତୋପ ସଲାମୀ। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅନ୍ୟେଷ୍ଟି ସମ୍ପନ୍ନ ହୋଇଛି।

Advertisment

ଭାରତୀୟ ସେନାର ୫ ରାଷ୍ଟ୍ରୀୟ ରାଇଫଲ୍ସରେ ନିଯୁକ୍ତି ପାଇଥିଲେ ଦେବାଶିଷ ବିଶ୍ୱାଳ। ସେ ଜମ୍ମୁ-କଶ୍ମୀର ପୁଞ୍ଚରେ ନିଯୁକ୍ତି ପାଇଥିଲେ। ୨୦୨୧ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ସେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ। ତାଙ୍କର ଏବେ ୭ ମାସର କନ୍ୟା ରହିଛି।

Puri Terror Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe