Advertisment

ମର୍ଡ଼ର କରି ଡେଡ୍‌ ବଡିକୁ ଫୋପାଡ଼ି ଦେଲେ, ରକ୍ତ ଉପରେ ବାଲି ଢ଼ାଙ୍କିଲେ

ପିପିଲି(ଦ୍ଵିତୀକୃଷ୍ଣ ପଟ୍ଟନାୟକ ): ପୁରୀ ଜିଲ୍ଲା ସାକ୍ଷୀଗୋପାଳ  ସତ୍ୟବାଦୀ ଥାନା ଅନ୍ତର୍ଗତ ପଶ୍ଚିମ ସତ୍ୟବାଦୀର ଦାଶବିଦ୍ୟାଧରପୁର ଶାସନ ଗ୍ରାମ ମଧ୍ୟରେ ଜଣେ ଜନପ୍ରତିନିଧିଙ୍କ ଘର ସମୁଖରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶିକାର ହୋଇଛନ୍ତି ଜଣେ ମଧ୍ୟ ବୟସ୍କ ବ୍ୟକ୍ତି। ଦଶବିଦ୍ୟାଧର ପୁର ପଞ୍ଚାୟତ ଅଧିନସ୍ଥ ଡିହପୁର ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ (46) ଗତକାଲି ଦିନ ପ୍ରାୟ ଦଶଟା ବେଳେ ନିଜ ବାଇକ ଯୋଗେ ଘରୁ ଆସିଥିଲେ। ଏହାର କିଛି ଘଣ୍ଟା ପରେ ତାଙ୍କ ସ୍ତ୍ରୀଙ୍କୁ […]

author-image
Tapas Behera
ଅଦ୍ୟତନ ହୋଇଛି
ମର୍ଡ଼ର କରି ଡେଡ୍‌ ବଡିକୁ ଫୋପାଡ଼ି ଦେଲେ, ରକ୍ତ ଉପରେ ବାଲି ଢ଼ାଙ୍କିଲେ

tbn-89

ପିପିଲି(ଦ୍ଵିତୀକୃଷ୍ଣ ପଟ୍ଟନାୟକ ): ପୁରୀ ଜିଲ୍ଲା ସାକ୍ଷୀଗୋପାଳ  ସତ୍ୟବାଦୀ ଥାନା ଅନ୍ତର୍ଗତ ପଶ୍ଚିମ ସତ୍ୟବାଦୀର ଦାଶବିଦ୍ୟାଧରପୁର ଶାସନ ଗ୍ରାମ ମଧ୍ୟରେ ଜଣେ ଜନପ୍ରତିନିଧିଙ୍କ ଘର ସମୁଖରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶିକାର ହୋଇଛନ୍ତି ଜଣେ ମଧ୍ୟ ବୟସ୍କ ବ୍ୟକ୍ତି। ଦଶବିଦ୍ୟାଧର ପୁର ପଞ୍ଚାୟତ ଅଧିନସ୍ଥ ଡିହପୁର ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ (46) ଗତକାଲି ଦିନ ପ୍ରାୟ ଦଶଟା ବେଳେ ନିଜ ବାଇକ ଯୋଗେ ଘରୁ ଆସିଥିଲେ। ଏହାର କିଛି ଘଣ୍ଟା ପରେ ତାଙ୍କ ସ୍ତ୍ରୀଙ୍କୁ ଫୋନ ଯୋଗେ କିଛି ଲୋକ ଆକ୍ରମଣ କରି ଧାରୁଆ ଅସ୍ତ୍ରରେ ହାଣି ଦେଇଥିବା କହିଥିଲେ । ତାଙ୍କ ସ୍ତ୍ରୀ ଓ ଝିଅ ଯାଇ ଦେଖିବା ବେଳକୁ କୃଷ୍ଣଚନ୍ଦ୍ର ଗାଁ ମୁଣ୍ଡ ଗୋପୀନାଥଙ୍କ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛନ୍ତି କୃଷ୍ଣ ଚନ୍ଦ୍ର।

Advertisment

ତାଙ୍କୁ ତୁରନ୍ତ ସାକ୍ଷୀଗୋପାଳ ମେଡିକାଲକୁ ନେଇ ଆସିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଆକ୍ରମଣ ଓ ହତ୍ୟାକାଣ୍ଡ ପୂର୍ଵ ଶତ୍ରୁତାକୁ ନେଇ ଘଟିଥିବା କୁହାଯାଉଛି। ତେବେ ଗାଁ ମଝିରେ  ଏହି ଘଟଣା ଘଟି ଥିବା ବେଳେ କେହି ଜଣେ ବ୍ୟକ୍ତି କୃଷ୍ଣ ଚନ୍ଦ୍ରଙ୍କ ମୃତ ଦେହକୁ ବାଇକ ଯୋଗେ ଆଣି ଗୋପନାଥଙ୍କ ନିକଟରେ ଛାଡି ଦେଇ ଚାଲିଯାଇଥିବା ଜଣାପଡିଛି।

ଗାଁ ମଝିରେ ଜଣେ ଜନପ୍ରତିନିଧିଙ୍କ ଘର ସମୁଖରେ ମୃତ ଦେହ ପଡ଼ିବା  ଘଟଣାକୁ ଏଡ଼େଇବା ପାଇଁ ପଡ଼ିଥିବା ରକ୍ତ ଛିଟା ଉପରେ ବାଲି ପକେଇ ଘୋଡେଇ ଦିଆଯାଇ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ଖବର ପାଇ ସତ୍ୟବାଦୀ ଥାନା ଭାର ପ୍ରାପ୍ତ ନିରୀକ୍ଷକ ଦେବୀପ୍ରସାଦ ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଜଣକୁ ଅଟକ ରଖିଛି। ଘଟଣା ସମ୍ପର୍କରେ ମୃତକଙ୍କ ପରିବାରର ଏତଲାକୁ ଭିତ୍ତି କରି ସତ୍ୟବାଦୀ ଥାନା ଏକ ମକଦମା ରୁଜୁ ହୋଇଛି।

Advertisment