Advertisment

ମହାପ୍ରଭୁଙ୍କ ନବ ଯୌବନ ରୂପ ଦେଖି ଭାବବିହ୍ଵଳ ହେଲେ ସେବାୟତ, କୁଣ୍ଢାଇ ପକାଇଲେ

ଦିନ୧୧ଟା ପରେ ଆଉ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ନାହିଁ ଭକ୍ତ।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri

Puri

ଅଣସର ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ଭକ୍ତମାନେ ଲମ୍ବା ଧାଡିରେ ଠିଆହୋଇ ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ପ୍ରଥମେ ପରିମାଣିକ ଟିକେଟଧାରୀ ଦର୍ଶନ କରୁଛନ୍ତି। ଏହାପରେ ୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ। ସାହାଣମେଲା ଦର୍ଶନରେ ଭକ୍ତମାନେ ସିଂହ ଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦିନ ୧୧ଟା ପରେ ଆଉ ଶ୍ରୀଜିଉଙ୍କ ଦର୍ଶନ ମିଳିବ ନାହିଁ। ଭକ୍ତ କେବଳ ବେଢା ପରିକ୍ରମା କରିବା ସହ ଶ୍ରୀମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।

Advertisment

ଜଣେ ସେବାୟତ କହିଛନ୍ତି, ୧୪ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭାବବିହ୍ଵଳ ହୋଇପଡ଼ିଲି। ଖୁସିରେ ମହାପ୍ରଭୁଙ୍କୁ କିଛି ସମୟ କୁଣ୍ଢାଇ ଧରିଲି। ଆଜି ଯେଉଁ ଆନନ୍ଦ ମିଳିଲା ମୋତେ ଆଉ କେବେ ମିଳିନଥିଲା। 

ଅନ୍ୟପକ୍ଷରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥ ପଥ ଜଗନ୍ନାଥ ସମସ୍ତେ ପ୍ରସ୍ତୁତ। ଆଜି ତିନି ରଥକୁ ଟାଣି ଟାଣି ରଥଖଳାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନିଆଯିବ। ଆଜି ସକାଳ ଧୂପ ପରେ ତିନି ବାଡରୁ ଆଜ୍ଞା ମାଳ ଆସିବ। ତିନି ରଥକୁ ଆଜ୍ଞାମାଳ ଯିବା ପରେ ରଥ ଟଣା ଯିବ ସିଂହଦ୍ୱାରକୁ। ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍। ଟ୍ରାଫିକ ପରିଚାଳନା ଲାଗି ପୁରୀ ସହରକୁ ମୋଟ ୧୪ଟି ଜୋନ ଓ ୨୯ ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୬୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

Advertisment
Ratha Yatra Puri Shreemandir