Advertisment

ଆଜି ନବଯୌବନ ଦର୍ଶନ

୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri

Puri

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଦୀର୍ଘ ୧୪ ଦିନ ଅନବସରର ଗୁପ୍ତନୀତି ଗତକାଲି ଶେଷ ହେବା ପରେ ମହାପ୍ରଭୁ ଆଜି ନବଯୌବନ ବେଶରେ ଦର୍ଶନ ଦେବେ। ସକାଳ ୮ଟାରୁ ୧ ଘଣ୍ଟା ଧରି ପରିମାଣିକ ଟିକେଟ୍ ଦର୍ଶନ ହେବ। ୯ଟାରୁ ଦୁଇ ଘଣ୍ଟା ଧରି
୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ।

Advertisment

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଟିକେଟ୍ ଦର୍ଶନ ପାଇଁ ଭକ୍ତ ଯିବେ। ସାହାଣମେଲା ଦର୍ଶନରେ ଭକ୍ତମାନେ ସିଂହ ଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦିନ ୧୧ଟା ପରେ ଆଉ ଶ୍ରୀଜିଉଙ୍କ ଦର୍ଶନ ମିଳିବ ନାହିଁ। ଭକ୍ତ କେବଳ ବେଢା ପରିକ୍ରମା କରିବା ସହ ଶ୍ରୀମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।

ଅନ୍ୟପକ୍ଷରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥ ପଥ ଜଗନ୍ନାଥ ସମସ୍ତେ ପ୍ରସ୍ତୁତ। ଆଜି ତିନି ରଥକୁ ଟାଣି ଟାଣି ରଥଖଳାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନିଆଯିବ। ଆଜି ସକାଳ ଧୂପ ପରେ ତିନି ବାଡରୁ ଆଜ୍ଞା ମାଳ ଆସିବ। ତିନି ରଥକୁ ଆଜ୍ଞାମାଳ ଯିବା ପରେ ରଥ ଟଣା ଯିବ ସିଂହଦ୍ୱାରକୁ। ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍। ଟ୍ରାଫିକ ପରିଚାଳନା ଲାଗି ପୁରୀ ସହରକୁ ମୋଟ ୧୪ଟି ଜୋନ ଓ ୨୯ ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୬୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

Advertisment
Puri Shreemandir Puri