Advertisment

ନେଗେଟିଭ ଥିବା ସେବାୟତଙ୍କୁ ରଥ କାମ ପାଇଁ ଅନୁମତି ମିଳିବ

ପୁରୀ(ଓଡ଼ିଶା ରିପୋର୍ଟର): ରଥ ନିର୍ମାଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ନୀତି ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ନିୟମାବଳୀ ଅନୁଯାୟୀ ସବୁ ସେବାୟତଙ୍କର କୋଭିଡ ଟେଷ୍ଟ ହେବ। ନେଗେଟିଭ ଥିବା ସେବାୟତଙ୍କୁ ରଥ କାମ ପାଇଁ ଅନୁମତି ମିଳିବ। ରଥଖଳା ପ୍ରବେଶ ଉପରେ କଟକଣା ଲାଗିବ। । ରଥ ଖଳାକୁ ବାୟୋ-ବବଲ୍ କରିବାକୁ ଜିଲ୍ଲାପାଳଙ୍କ ସହ କଥା ହୋଇଛି ବୋଲି ମୁଖ୍ୟ ପ୍ରଶାସକ […]

ବିଶ୍ୱ ନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ

Ratha Yatra

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ରଥ ନିର୍ମାଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ନୀତି ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ନିୟମାବଳୀ ଅନୁଯାୟୀ ସବୁ ସେବାୟତଙ୍କର କୋଭିଡ ଟେଷ୍ଟ ହେବ। ନେଗେଟିଭ ଥିବା ସେବାୟତଙ୍କୁ ରଥ କାମ ପାଇଁ ଅନୁମତି ମିଳିବ।

Advertisment

ରଥଖଳା ପ୍ରବେଶ ଉପରେ କଟକଣା ଲାଗିବ। । ରଥ ଖଳାକୁ ବାୟୋ-ବବଲ୍ କରିବାକୁ ଜିଲ୍ଲାପାଳଙ୍କ ସହ କଥା ହୋଇଛି ବୋଲି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି। ୮ ଜଣ ସେବାୟତ ସଂକ୍ରମିତ ହୋଇଛନ୍ତି। ସେବାୟତଙ୍କୁ ଏନ-୯୫ ମାସ୍କ ଦିଆଯିବ। ଜିଲ୍ଲାପାଳ ପ୍ରତ୍ୟେକ ଦିନ ରଥକାମର ସମୀକ୍ଷା କରି ରିପୋର୍ଟ ଦେବେ।

ସୂଚନା ଅନୁଯାୟୀ, ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ୍ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୫ ଜଣ ଭୋଇ ସେବକ ମଧ୍ୟ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି।

Advertisment

ତାଙ୍କ ସୂଚନା ଅନୁଯାୟୀ, କରୋନାର ଦ୍ୱିତୀୟ ୱେଭରେ ୨ ସେବାୟତ ଓ ୨ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଜେଟିପିଙ୍କର ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ପୁରୀ ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡ଼ିନି। ଲଗାତାର ବହୁତ ଦିନ ହେଲାଣି ଏହି ଜିଲ୍ଲାରେ ଦୈନିକ ପାଖାପାଖି ୪୦୦ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ ୪୨୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୪୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଲାଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe