Advertisment

ମହାପ୍ରଭୁଙ୍କ ସେବା କରିବେ କୁନି ସେବାୟତ

ପୁରୀ (ଓଡ଼ିଶା ରିପୋର୍ଟର): ବ୍ରହ୍ମାଣ୍ଡକର୍ତ୍ତା ଜଗତପତିଙ୍କ ସେବାରେ ଦିନରାତି ସେବାୟତ ମାନେ ଲାଗିପଡିଥାନ୍ତି। ସକାଳରୁ ସଞ୍ଜ ପୁଣି ରାତ୍ର ପହୁଡ ଏହାରି ଭିତରେ ମଙ୍ଗଳାଆରତୀ, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ ପୁଣି ଭୋଗମଣ୍ଡପରେ ୫୬ ଭୋଗ ଲାଗିଥାଏ। ତାପରେ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପରେ ଚନ୍ଦନ ଲାଗ, ବଡ଼ସିଂହାର ବେଶ ପୁଣି ବଡ଼ସିଂହାର ଭୋଗ ନୀତି ଆଦି ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ସେ ସମସ୍ତ ସେବାରେ ବିଭିନ୍ନ ପ୍ରକାର ସେବାୟତ ସେବାନିଷ୍ଟ ହୋଇଥାନ୍ତି। ଏହା କାଳ କାଳ ଧରି […]

ଅଦ୍ୟତନ ହୋଇଛି
ମହାପ୍ରଭୁଙ୍କ ସେବା କରିବେ କୁନି ସେବାୟତ

puri

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ବ୍ରହ୍ମାଣ୍ଡକର୍ତ୍ତା ଜଗତପତିଙ୍କ ସେବାରେ ଦିନରାତି ସେବାୟତ ମାନେ ଲାଗିପଡିଥାନ୍ତି। ସକାଳରୁ ସଞ୍ଜ ପୁଣି ରାତ୍ର ପହୁଡ ଏହାରି ଭିତରେ ମଙ୍ଗଳାଆରତୀ, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ ପୁଣି ଭୋଗମଣ୍ଡପରେ ୫୬ ଭୋଗ ଲାଗିଥାଏ। ତାପରେ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପରେ ଚନ୍ଦନ ଲାଗ, ବଡ଼ସିଂହାର ବେଶ ପୁଣି ବଡ଼ସିଂହାର ଭୋଗ ନୀତି ଆଦି ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ସେ ସମସ୍ତ ସେବାରେ ବିଭିନ୍ନ ପ୍ରକାର ସେବାୟତ ସେବାନିଷ୍ଟ ହୋଇଥାନ୍ତି।

Advertisment

ଏହା କାଳ କାଳ ଧରି ପିଢୀ ପରେ ପିଢୀ ସେବାୟତ ମାନେ ସେବା କରୁଛନ୍ତି। ଆଉ ଏବେ କୁନି କୁନି ପିଲାମାନେ ସେବାୟତ କୂଳରେ ଜନ୍ମ ନେଇ ଆଗକୁ ସେହି ସେବାରେ ଲାଗିବେ। ଆଉ ଏବେ ଠାରୁ ମହାପ୍ରଭୁଙ୍କ ପ୍ରତି ସମର୍ପଣ, କର୍ତ୍ତବ୍ୟ ନିଷ୍ଠର ପରିଭାଷା ଦେଖିବାକୁ ମିଳୁଛି। ପୁରାଣ ପଣ୍ଡା ସେବାୟତଙ୍କର ଦୁଇ ପୁତ୍ର। ରୁଦ୍ରନାରାୟଣ ପଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢୁଛି କିନ୍ତୁ ମହାପ୍ରଭୁଙ୍କ କଥା କହିଲା ବେଳକୁ ଭକ୍ତିଭାବରେ ମନ ଭରିଯାଇଛି।

ଶ୍ରୀଜଗନ୍ନାଥ ଭଜନ, ଜଣାଣ ଓ ବେଦ ପାଠରେ ପାରଜ୍ଞମ ହୋଇଛନ୍ତି। ମନ୍ତ୍ର ଉଚ୍ଚାରଣ ସମୟରେ ପୂରାପୂରି ଶୁଦ୍ଧ ଭାବରେ ଉଚ୍ଚାରଣ କରୁଛନ୍ତି। ଅତି ସୁନ୍ଦର ଭାବରେ ପାଟ ପିନ୍ଧୁଥିବା ରୁଦ୍ରନାରାୟଣ ପ୍ରତିଦିନ ଶ୍ରୀମନ୍ଦିରକୁ ଯାଇଥାନ୍ତି। ତାଙ୍କ ପିତାଙ୍କ ସହ ମା’ ବିମଳାଙ୍କ ଦର୍ଶନ କରିବା ପରେ ମହାଲକ୍ଷ୍ମୀ ଓ ପରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ଶାନ୍ତାକାରଂ ଭଜନକୁ ବୋଲିବା ସମୟରେ ଆଖି ଛଳଛଳ ହୋଇଯାଇ ଥାଏ।

Advertisment

ରଥଯାତ୍ରାକୁ ନେଇ ଅନେକ ଉତ୍କଣ୍ଠା ରହିଛି ବୋଲି କହିଛନ୍ତି ରୁଦ୍ର। ସେପଟେ ଏଲ କେଜିରେ ପଢୂଥିବା ଅନିକେଶ ପୁରାଣପଣ୍ଡା କଥା କହିଲା ବେଳକୁ ପିଟି ଲାଗୁଛି କିନ୍ତୁ ଆତି ସୁନ୍ଦର ଭାବରେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ସେହିପରି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟଯୋଶୀମହାପାତ୍ରଙ୍କ ପୁତ୍ର ହରଗୋବିନ୍ଦ ପଟ୍ଟଯୋଶୀ ମହାପାତ୍ର ନୂତନ ଭାବରେ ବ୍ରତପନୋୟନ ହୋଇଛନ୍ତି ଓ ଆଗକୁ ସେବାନିଷ୍ଟ ହେବେ ତା ପର୍ବରୁ ମନରେ ଧ୍ୟାନ ରେ ମହାପ୍ରଭୁ। ଭଗବାନଙ୍କ ପ୍ରତି ସମର୍ପଣ ମନୋଭାବ, ଭକ୍ତିଭାବ ପିଲାଟିବେଳୁ ଦୃଶ୍ୟମାନ ହେଉଛି।

Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe