/odisha-reporter/media/post_attachments/uploads/2021/07/6kl.jpg)
6kl
ପୁରୀ(ଓଡ଼ିଶା ରିପୋର୍ଟର) ସୁନାବେଶ ସମୟରେ ଅଘଟଣ। ସୁନାବେଶ ସମୟରେ ମହାପ୍ରଭୁଙ୍କ କିରିଟିର ବାମପଟୁ ତୃତୀୟ କିଆ ଭାଙ୍ଗିଯାଇଛି । ଭାଙ୍ଗିଯାଇଥିବା କିଆ ସ୍ଥାନରେ ଫୁଲ ଲଗାଇ ଦିଆଯାଇଥିବା ଦେଖିବା ମିଳିଥିଲା। ମହାପ୍ରଭୁଙ୍କ ଏହି କିରିଟିରେ ସାଧାରଣତଃ ୨୧ଟି କିଆ ଥାଏ। ତେବେ ୨୦ଟି ଥିବାବେଳେ ଗୋଟିଏ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା। ଶ୍ରୀଜଗନ୍ନାଥଙ୍କ ବାମପଟ ତୃତୀୟ କିଆଟି ନଥିଲା। ତେବେ ଭଣ୍ଡାର ମେକାପ ଲକ୍ଷ୍ମୀନାରାୟଣ ମେକାପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭଣ୍ଡାରରୁ ଆଣିବା ସମୟରେ ଠିକଠାକ୍ ଥିଲା। କିନ୍ତୁ ରଥ ଉପରେ ହାତ ବାଜି ଭାଙ୍ଗିଯାଇଛି। ତାକୁ ସୁରକ୍ଷିତ ଭାବେ ରଖାଯାଇଛି, ଏହାର ମରାମତି ହେବ ବୋଲି କହିଛନ୍ତି। ସେହିପରି ଛତିଶା ନିଯୋଗ ନାୟକ କହିଛନ୍ତି ଏସବୁର ମରାମତି ପାଇଁ ପୂର୍ବରୁ କୁହାଯାଇଥିଲା।
ସେପଟେ ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ। ମହଣ ମହଣ ସୁନାରେ ସଜ୍ଜିତ ହୋଇଥିଲେ ଶ୍ରୀଜିଉ। ରଥ ଉପରେ ତିନି ଠାକୁର ଏହି ଅପରୂପ ଓ ଅନନ୍ୟ ବେଶରେ ଦର୍ଶନ ଦେଇଥିଲେ। କିରୀଟ, ଶ୍ରୀପୟର, ଶ୍ରୀଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ବାହାଡାମାଳି, ତାବିଜ ମାଳି, ସେବତୀ ମାଳି, ହଳ ଓ ମୂଷଳରେ ଝଟକିଥିଲେ ଶ୍ରୀଜିଓ। ତେବେ କରୋନା ଯୋଗୁଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତଙ୍କ ଉପସ୍ଥିତିରେ ଆୟୋଜନ ହୋଇଥିଲା ମହାପ୍ରଭୁଙ୍କ ସୁନା ବେଶ। ପୁରୀ ସହରର କିଛି ଅଞ୍ଚଳରେ ୧୪୪ ଧାରା ଲାଗିଛି। ଆଜି ରଥ ଉପରେ ତିନି ଠାକୁରଙ୍କର ଅଧରପଣା ନୀତି ଅନୁଷ୍ଠିତ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
