Advertisment

ରଥଯାତ୍ରା ପରେ ଯବାନଙ୍କୁ ଘାରିଛି ସୁରକ୍ଷା ଚିନ୍ତା, ଅତି ଦୟନୀୟ ସ୍ଥିତିରେ ରଖିଛି ପ୍ରଶାସନ

କାରଣ ସେମାନେ ପୁରୀର ଯେଉଁ ଅର୍ଦ୍ଧନିର୍ମିତ କୋଠାରେ ବିପଦସଙ୍କୁଳ ଓ ଅପରିଷ୍କାର ପରିବେଶରେ ଅଛନ୍ତି। ତାହା ସେମାନଙ୍କ ପାଇଁ ବିପଦ ଆଣିବା ଆଶଙ୍କା ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
Ratha Yatra Police

Ratha Yatra Police

Advertisment

ଯେଉଁମାନେ ରଥ ଯାତ୍ରାରେ ସୁରକ୍ଷା ଦେଉଥିଲେ, ଏବେ ସେମାନେ ସୁରକ୍ଷା ଖୋଜୁଛନ୍ତି। କାରଣ ସେମାନେ ପୁରୀର ଯେଉଁ ଅର୍ଦ୍ଧନିର୍ମିତ କୋଠାରେ ବିପଦସଙ୍କୁଳ ଓ ଅପରିଷ୍କାର ପରିବେଶରେ ଅଛନ୍ତି। ତାହା ସେମାନଙ୍କ ପାଇଁ ବିପଦ ଆଣିବା ଆଶଙ୍କା ସୃଷ୍ଟି କରିଛି। ଦେଶର ଯେଉଁ ଯବାନଙ୍କ ପାଇଁ ଦେଶବାସୀ ଗୌରବାନ୍ୱିତ ଆଜି ସେହି ଯବାନମାନଙ୍କୁ ଅତିଦୟନୀୟ ଅବସ୍ଥାରେ ରହିବାକୁ ଦିଆଯାଇଛି। ପୁରୀ ବଡ଼ଦାଣ୍ଡ ପାର୍ଶ୍ୱ ଶ୍ରୀଜଗନ୍ନାଥ ମଠ ଭିତରେ ରହିଥିବା ଅର୍ଦ୍ଧନିର୍ମିତ କୋଠାରେ ଏହି ଯବାନମାନଙ୍କୁ ଅତି ଖରାପ ପରିବେଶରେ ରଖାଯାଇଛି।

Advertisment

ମଣିଷ ରହିବା ଭଳି କୌଣସି ପରିବେଶ ନଥାଇ ମଧ୍ୟ ଶହଶହ ଯବାନଙ୍କୁ ଏଠାରେ ରହିବାକୁ କୁହାଯାଇଛି। କିଏ ତଳେ ଶୋଇଛି ତ, କିଏ କୋଠା ତିଆରିରେ ବ୍ୟବହାର ହୋଇଥିବା ମଇଳା ପ୍ଲାଇ ଉପରେ ଶୋଇଛି। ଚାରିପଟେ ପାଣି ଜମିଛି, ଅଳିଆ ପଡ଼ିଛି। ମଶା, ମାଛି ହାଉଯାଉ ହେଉଛନ୍ତି। ଯାହାକୁ ନେଇ ସେମାନେ ଉପର ଅଫିସ୍‌ରଙ୍କ ନାଲି ଆଖିକୁ ଡରି ମୁହଁ ସିନା ଖୋଲି କହିପାରୁନାହାନ୍ତି, ହେଲେ ଭିଡିଓ ପଠାଇ ଏହାର ଅସନ୍ତୋଷ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

ଗୁଣ୍ଡିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଖରାତରାରେ ଅକ୍ଳାନ୍ତ ପରିଶ୍ରମ କରିଥିବା ଏହି ଯବାନମାନଙ୍କୁ କେବଳ ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯାଇନି ବରଂ ନୀଳାଦ୍ରି ବିଜେ ପରେ ମଧ୍ୟ ଅଟକାଇ ରଖି ହିନସ୍ତା କରାଯାଉଛି। ଯବାନ ରହିଥିଲେ ହେଁ ସେମାନଙ୍କ ରହିବା ନିମନ୍ତେ ହୋଇଥିବା ଅସ୍ଥାୟୀ ଶୌଚାଳୟକୁ ହଟାଇ ଦିଆଗଲାଣି। ଫଳରେ ଯବାନମାନଙ୍କୁ ଶୌଚ ଯିବାକୁ ନାକେଦମ ହେବାକୁ ପଡ଼ୁଛି।

Advertisment
Police wants safetyଖରାପ ପରିବେଶରେ ଥିବା ପୁଲିସ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ପୁଲିସ ଯବାନମାନଙ୍କୁ ନିୟୋଜିତ କରାଯାଇଥିଲା। ହେଲେ ତାଙ୍କର ଏହି ଅବସ୍ଥା ସାଧାରଣରେ ଉଦ୍‌ବେଗ ବିଷୟ ମଧ୍ୟ ହୋଇଛି। ତେବେ ଏନେଇ ପୁଲିସ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନର ମତାମତ ମିଳିପାରିନି।

Odisha Police Ratha Yatra Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe