Advertisment

ନିଶାରେ ଚୁର୍ ପୁରୀ ସହର! ସ୍ପଷ୍ଟ ଦିବାଲୋକରେ ଚାଲିଛି ଡ୍ରଗ୍ସ ବେପାର

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ନାଁ ମୁହଁକୁ ଆସିଲେ, ସର୍ବପ୍ରଥମେ ମନରେ ଭକ୍ତି ଓ ଆସ୍ଥା ଜାଗ୍ରତ ହୁଏ। ହେଲେ ଶ୍ରୀକ୍ଷେତ୍ର ପୁରୀ ସହର ଏବେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ନିଶା ମାଫିଆ ପୁରୀ ସହରକୁ ନିଶା କାରବାରର ଭୂସ୍ୱର୍ଗ କରିସାରିଲେଣି। ସ୍ପଷ୍ଟ ଦିବାଲୋକରେ ଖୁଲମଖୁଲା ଚାଲିଛି ନିଶା ବେପାର। ଆଉ ଏହାରି ପଛରେ ଉଡୁଛି ଲକ୍ଷ ଲକ୍ଷ ଟଙ୍କା। ସାଧାରଣତଃ ନିଶା କାରବାର ରାତିରେ ଏବଂ ଚୋରା ଭାବେ ହୋଇଥାଏ। କିନ୍ତୁ ପୁରୀରେ ଦିବାଲୋକରେ ନିଶା […]

ନିଶାରେ ଚୁର୍ ପୁରୀ ସହର! ସ୍ପଷ୍ଟ ଦିବାଲୋକରେ ଚାଲିଛି ଡ୍ରଗ୍ସ ବେପାର

drugs

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ନାଁ ମୁହଁକୁ ଆସିଲେ, ସର୍ବପ୍ରଥମେ ମନରେ ଭକ୍ତି ଓ ଆସ୍ଥା ଜାଗ୍ରତ ହୁଏ। ହେଲେ ଶ୍ରୀକ୍ଷେତ୍ର ପୁରୀ ସହର ଏବେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ନିଶା ମାଫିଆ ପୁରୀ ସହରକୁ ନିଶା କାରବାରର ଭୂସ୍ୱର୍ଗ କରିସାରିଲେଣି। ସ୍ପଷ୍ଟ ଦିବାଲୋକରେ ଖୁଲମଖୁଲା ଚାଲିଛି ନିଶା ବେପାର। ଆଉ ଏହାରି ପଛରେ ଉଡୁଛି ଲକ୍ଷ ଲକ୍ଷ ଟଙ୍କା।

Advertisment

ସାଧାରଣତଃ ନିଶା କାରବାର ରାତିରେ ଏବଂ ଚୋରା ଭାବେ ହୋଇଥାଏ। କିନ୍ତୁ ପୁରୀରେ ଦିବାଲୋକରେ ନିଶା ବେପାର ଚାଲିଛି। ଛାତ ହେଉ କି ଗଳି କନ୍ଦି ହେଉ, ଟଙ୍କା ଦେଲେ ଚୁଟକୀରେ ମିଳିଯାଉଛି ନିଶା ପୁଡ଼ିଆ। ଗରାଖ ମଧ୍ୟ ଟଙ୍କା ଦେବା ପରେ ପକେଟରେ ନିଶା ଦ୍ରବ୍ୟ ଧରି ଭଦ୍ର ଲୋକ ଭଳି ଚାଲିଯାଉଛନ୍ତି। ପୁରୀ ଜିଲ୍ଲା ସ୍କୁଲ ନିକଟ ଅର୍ବାନ ହାଟ ଅଞ୍ଚଳରେ ବସୁଛି ନିଶା ଦ୍ରବ୍ୟର ଗୁପ୍ତହାଟ। ବ୍ରାଉନ୍ ସୁଗାର ଠାରୁ ଆରମ୍ଭ କରି କୋରେକ୍ସ, ନାଇଟ୍ରୋଜେନ୍-୧୦ ଆଦି ଭଳି କି ଭଳି ନିଷିଦ୍ଧ ଡ୍ରଗ୍ସର କାରବାର ହେଉଛି। ସ୍ଥାନୀୟ ଲୋକଙ୍କଠୁ ଆରମ୍ଭ କରି ପର୍ଯ୍ୟଟକଙ୍କ ଯାଏ ଗରାଖ ସାଜିଛନ୍ତି।

ସେହିପରି ସହରର ଜଗନ୍ନାଥ ବସ୍ତି, ମାର୍କଣ୍ଡେଶ୍ୱର ସାହି, ଗୋଖାସାହି, କୁମ୍ଭାରପଡା ସମେତ ସମୂଦ୍ର ବେଳାଭୂମି ଆଖପାଖ ଅନେକ ବସ୍ତିରେ ଏଭଳି ଅବାଧ ନିଶା ବେପାର ବେଧଡ଼କ ଚାଲିଛି। ଆଉ ଏସବୁର ଲିଙ୍କ୍ ପଶ୍ଚିମବଙ୍ଗରେ ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ଭାୟା ବାଲେଶ୍ୱର, ଭଦ୍ରକ ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାହିଦା ମୁତାବକ ଡ୍ରଗ୍ସ ଆସୁଛି। ଏହି ଡ୍ରଗ୍ସ ନେଟୱାର୍କିଂର ମାଷ୍ଟର ହେଉଛନ୍ତି ଭୁବନେଶ୍ୱର ଏବଂ ପୁରୀର କିଛି ଡିଲର୍। ଆଜିକୁ ପ୍ରାୟ ୧୨ ବର୍ଷ ହେଲାଣି ଅର୍ବାନ ହାଟ ପଡ଼ିଆରେ ଚାଲିଛି ଏହି ଡ୍ରଗ୍ସ ଧନ୍ଧା। ଇତିମଧ୍ୟରେ ପୁଲିସ୍ ବହୁ ନିଶା ବେପାରୀଙ୍କୁ ଧରିବାରେ ସଫଳ ହୋଇଛି। ତଥାପି ଥମୁନି ଏହି ବେଆଇନ୍ କାରବାର।

Advertisment

ପୁରୀରେ ଏଭଳି ନିଶା ବେପାରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ସେ କହିଛନ୍ତି ଯେ ଏ ସମ୍ବନ୍ଧରେ ସେ ପୁଲିସ୍ ପ୍ରଶାସନ ସହ କଥା ହେବେ। ପୁଲିସ୍ ପ୍ରଶାସନ ବାହାରକୁ ଆସି ଏ ଦିଗରେ ତତ୍ପର ହେବା ଦରକାର। ନହେଲେ ସ୍ଥିତି ଆହୁରି ବିଗିଡ଼ି ଯିବ ଏବଂ ଯୁବବର୍ଗ ଖରାପ ହୋଇଯିବେ ବୋଲି କହିଛନ୍ତି ବିଧାୟକ।

ଅନ୍ୟପକ୍ଷରେ ପୁରୀ ପୁଲିସର ତଥ୍ୟ ବି କହୁଛି, ଶ୍ରୀକ୍ଷେତ୍ରରେ ଚାଲିଛି ଅବାଧ ନିଶା କାରବାର। ଏହାକୁ ରୋକିବା ପାଇଁ STF ଗଠନ କରି ପୁଲିସ୍ ଧରପଗଡ଼ ଜାରି ରଖିଛି। ଗତ ପ୍ରାୟ ୨ମାସରେ ୫ଟି ବ୍ରାଉନ ସୁଗାର ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଛି। ସେହିପରି କୋରେକ୍ସ କାରବାର ନେଇ ୧୩ଟି ମାମଲା ରୁଜୁ ହୋଇଛି। ବହୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ପ୍ରଶ୍ନ ଉଠୁଛି ଏବେ ବଡ଼ ନେଟୱର୍କ ଏଠି କିଏ ଚଲାଉଛି? ନିଶା ମାଫିଆ ମାନେ କେଉଁ ବର୍ଗର ଗ୍ରାହକଙ୍କୁ ଟାର୍ଗେଟ୍ କରୁଛନ୍ତି?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe