Advertisment

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା; ତୁରନ୍ତ ଉଚ୍ଛେଦ କରି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ

ପ୍ରାୟ ୩୬ ଘଣ୍ଟା ଧରି ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ହୁତୁହୁତୁ ହୋଇ ଜଳିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଅଗ୍ନିକାଣ୍ଡରେ କମ୍ପ୍ଲେକ୍ସର ତଳ ମହଲାରେ ଥିବା ୪୩ଟି ଦୋକାନ ଜଳିପୋଡ଼ି ଛାରଖାର ହୋଇଥିବା ବେଳେ ପ୍ରଥମ ମହଲା ବି ଖୁବ୍‌ କ୍ଷତିଗ୍ରସ୍ତ ହୋଇଛି।

Fire

Fire

Advertisment

 ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଏହି ଘଟଣାରେ ଆସିଛି ଟ୍ୱିଷ୍ଟ। ଉଚ୍ଛେଦ ହେବ ଲକ୍ଷ୍ମୀ ମାର୍କେଟ। ଉଚ୍ଛେଦ ପରେ ଏହାକୁ ତୁରନ୍ତ ହସ୍ତାନ୍ତର କରିବାକୁ ଶ୍ରୀମନ୍ଦି ପ୍ରଶାସନ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି।

Advertisment

ପ୍ରାୟ ୩୬ ଘଣ୍ଟା ଧରି ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ହୁତୁହୁତୁ ହୋଇ ଜଳିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଅଗ୍ନିକାଣ୍ଡରେ କମ୍ପ୍ଲେକ୍ସର ତଳ ମହଲାରେ ଥିବା ୪୩ଟି ଦୋକାନ ଜଳିପୋଡ଼ି ଛାରଖାର ହୋଇଥିବା ବେଳେ ପ୍ରଥମ ମହଲା ବି ଖୁବ୍‌ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ଆକଳନ କରି ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ରିପୋର୍ଟ ଦାଖଲ କରିଛି ।

ଦୀର୍ଘ ବର୍ଷ ଧରି ସର୍ବ ସମ୍ମୁଖରେ ଚଳଚଞ୍ଚଳ ଲକ୍ଷ୍ମୀ ମାର୍କେଟ ଉପରକୁ କେହି ପ୍ରଶ୍ନ ଉଠାଉ ନ ଥିବା ବେଳେ ଅଘଟଣ ଘଟିବା ପରେ ହଠାତ୍‌ ତତ୍ପର ହୋଇ ଉଠିଛି ପ୍ରଶାସନ । 

Advertisment

ଲକ୍ଷ୍ମୀ ମାର୍କେଟ ସମୁଦାୟ ୨୫.୫ ଡେସିମିଲ ଜାଗାରେ ପରିବ୍ୟାପ୍ତ ଥିବା ବେଳେ ସେଥିମଧ୍ୟରୁ ୨୨ ଡିସିମିଲ୍ ଜାଗା ଶ୍ରୀମନ୍ଦିର ପ୍ରଶାସନ ନାଁରେ ରହିଛି। ଅବସିଷ୍ଟ ସାଡେ ୩ ଡେସିମିଲ ଜାଗା ଅଚ୍ୟୁତାନନ୍ଦ ମହାନ୍ତି ନାମକ ବ୍ୟକ୍ତିଙ୍କ ନାଁରେ ଉଲ୍ଲେଖ ଅଛି। ତେବେ ଜଗନ୍ନାଥଙ୍କ ଜମି କିପରି ଜଣେ ବ୍ୟକ୍ତିଙ୍କ ନାମକୁ ଟ୍ରାନ୍ସଫର ହେଲା ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତୁରନ୍ତ ଏହି ୨୨ ଡେସିମିଲ ଜାଗାକୁ ପ୍ରଶାସନକୁ ହସ୍ତାନ୍ତର କରିବାକୁ ତହସିଲଦାରଙ୍କୁ ଚିଠି କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଜୟ ଜେନା।

ଏନେଇ ଅଜୟ ଜେନା କହିଛନ୍ତି, ଲକ୍ଷ୍ମୀ ମାର୍କେଟ ପରିବ୍ୟାପ୍ତ ୨୨ ଡେସିମିଲ ଜାଗାକୁ ତୁରନ୍ତ ହସ୍ତାନ୍ତର ପାଇଁ ତହସିଲଦାରଙ୍କୁ କୁହାଯାଇଛି। ଅବଶିଷ୍ଟ ସାଢେ ୩ ଡେସିମିଲ ଜାଗା କିପରି ଜଣେ ବ୍ୟକ୍ତିଙ୍କ ପାଖକୁ ଗଲା ତାହାର ତଦନ୍ତ କରାଯାଉଛି। ଆଇନଗତ ପ୍ରକ୍ରିୟାରେ ଉକ୍ତ ଟ୍ରାନ୍ସଫର ହୋଇ ନ ଥିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।

ତେବେ ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ ବର୍ଷ ବର୍ଷ ଧରି ଛିଡ଼ା ହୋଇଥିବା ବେଳେ କିପରି ପ୍ରଶାସନ ନଜର ତାହା ଉପରେ ପଡ଼ି ପାରିଲାନି ତାହା ଜଣାପଡ଼ିନି। ଏବେ ପ୍ରଭୁତ କ୍ଷୟକ୍ଷତି ହେବା ପରେ ତତ୍ପର ହୋଇ ଉଠିଥିବା ପ୍ରଶାସନ ତୁରନ୍ତ ଏହାକୁ ଉଚ୍ଛେଦ ସହ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି।

Puri Fire Accident Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe