Advertisment

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଜବାବ ଦାଖଲ ପାଇଁ ମୁଖ୍ୟ ପ୍ରଶାସକଙ୍କ ସମେତ ୪ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ

ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ନୋଟିସ କରିଛନ୍ତି ହାଇକୋର୍ଟ।

ଅଦ୍ୟତନ ହୋଇଛି
RatnaBhandar

RatnaBhandar

Advertisment

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଜବାବ ରଖିବା ପାଇଁ ପ୍ରତିପକ୍ଷର ୪ ଜଣଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ। ସେମାନେ ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ, ଏଏସ୍ଆଇ ଡିଜି ଓ ଏଏସ୍ଆଇ ଅଧୀକ୍ଷକ।

Advertisment

ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ଏହି ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଅଗଷ୍ଟ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।  ଆଜି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଥିଲା। 

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି। ରତ୍ନ ଭଣ୍ଡାର ଖୋଲିବା, ତା’ର ମରାମତି କରିବା ଓ ଅଳଙ୍କାର ଗଣତି ପାଇଁ ସେ ପିଟିସନ ଦାଖଲ କରିଥିଲେ। ୧୯୭୮ରେ ଯେପରି ଗଣତି ହୋଇଥିଲା ସେପରି କରିବାକୁ ଆବେଦନରେ ଦର୍ଶାଇଥିଲେ। ରାଜ୍ୟପାଳ ବା କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ରତ୍ନ ଅଳଙ୍କାର ଗଣତି ପାଇଁ ଅପିଲ୍ କରିଥିଲେ ସମୀର।

Advertisment

ଏହାସହ ରତ୍ନଭଣ୍ଡାର ଚାବି ହଜାଇଥିବା ତତ୍କାଳୀନ ପୁରୀ ଜିଲ୍ଲାପାଳ କିମ୍ବା ଅଧିକାରୀଙ୍କ ବିରୋଧ ଫୌଜଦାରୀ ମାମଲା ଦାଏର କରି ସିବିଆଇ ତଦନ୍ତ ପାଇଁ ବିଜେପି ପ୍ରାର୍ଥନା କରିଛି। ଏଥିରେ ମୁଖ୍ୟ ଶାସନ ସଚିବ, ପୁରୀ ଗଜପତି ମହାରାଜା, ଗୃହ ସଚିବ, ପୁରୀ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ସଚିବ, ପୁରୀ ଜିଲ୍ଲାପାଳ, ASI, ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।

 ସମୀର ମହାନ୍ତି  କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ କୋର୍ଟ ଗୁରୁତର ସହ ନେଇଛନ୍ତି। ଆଗାମୀ ଦିନରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ କୋର୍ଟ ଦୃଢ଼ ନିଷ୍ପତ୍ତି ନେବେ। ହେଲେ ସରକାର ରତ୍ନ ଭଣ୍ଡାର ନ ଖୋଲିବା ପାଇଁ ଆଳ ଦେଖାଉଛନ୍ତି।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe