Advertisment

ରବିବାର ମହାପ୍ରଭୁଙ୍କ ପଦ୍ମମୁଖ ବେଶ; ଭକ୍ତଙ୍କ ଦର୍ଶନ ନେଇ ଦ୍ୱନ୍ଦ୍ୱ

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ରବିବାର ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଦର୍ଶନ।  କିନ୍ତୁ ବିଡମ୍ବନା ଏଥର ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ଭକ୍ତ। କରୋନା କଟକଣା ପାଇଁ ରବିବାର ଭକ୍ତଙ୍କ ଲାଗି ମନ୍ଦିର ପ୍ରବେଶକୁ ବନ୍ଦ କରାଯାଇ ସାନିଟାଇଜ କରାଯାଉଛି। ତେଣୁ ଭକ୍ତ ପଦ୍ମମୁଖ ବେଶ ଦର୍ଶନ କରିପାରିବେ କି ନାହିଁ ସନ୍ଦେହ ଉପୁଜିଛି । ଅପରପକ୍ଷେ, କୋଭିଡ କଟକଣାକୁ ବାଦ ଦିଆଯାଇ ଭକ୍ତଙ୍କ ଲାଗି ରବିବାର ଶ୍ରୀମନ୍ଦିର ଖୋଲାଯାଉ ବୋଲି ସେବାୟତ ଦାବି କରିଛନ୍ତି । ବର୍ଷକରେ ଥରେ […]

ଅଦ୍ୟତନ ହୋଇଛି
ପୁରୀର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ପରିବେଶର ସୁରକ୍ଷା ଜରୁରୀ

Puri Temple

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ରବିବାର ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଦର୍ଶନ।  କିନ୍ତୁ ବିଡମ୍ବନା ଏଥର ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ଭକ୍ତ। କରୋନା କଟକଣା ପାଇଁ ରବିବାର ଭକ୍ତଙ୍କ ଲାଗି ମନ୍ଦିର ପ୍ରବେଶକୁ ବନ୍ଦ କରାଯାଇ ସାନିଟାଇଜ କରାଯାଉଛି। ତେଣୁ ଭକ୍ତ ପଦ୍ମମୁଖ ବେଶ ଦର୍ଶନ କରିପାରିବେ କି ନାହିଁ ସନ୍ଦେହ ଉପୁଜିଛି । ଅପରପକ୍ଷେ, କୋଭିଡ କଟକଣାକୁ ବାଦ ଦିଆଯାଇ ଭକ୍ତଙ୍କ ଲାଗି ରବିବାର ଶ୍ରୀମନ୍ଦିର ଖୋଲାଯାଉ ବୋଲି ସେବାୟତ ଦାବି କରିଛନ୍ତି ।

Advertisment

ବର୍ଷକରେ ଥରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହୋଇଥାନ୍ତି। ପରମ୍ପରା ମୁତାବକ ଆସନ୍ତା ଶନିବାର ରାତିରେ ପଦ୍ମବେଶରେ ବିଭୂଷିତ ହେବେ ମହାପ୍ରଭୁ।  ତା’ ପରଦିନ ଅର୍ଥାତ ରବିବାର ପଦ୍ମମୁଖ ବେଶରେ ଦର୍ଶନ ଦେବେ।  ଏପଟେ ସିଂହଦ୍ୱାର ସହ ଅନ୍ୟ ତିନି ଦ୍ୱାରରେ ଭକ୍ତଙ୍କ ପ୍ରବେଶ କରାଯାଇପାରିଲେ ସମସ୍ତ ଭକ୍ତ ସୁବିଧାରେ ଶ୍ରୀଜୀଉଙ୍କର ଦର୍ଶନ କରି ଫେରିପାରିବେ ବୋଲି ଦାବି ହେଉଛି ।

[caption id="attachment_618290" align="aligncenter" width="650"]preparation for padmamukha besa ପ୍ରଭୁଙ୍କ ପଦ୍ମମୁଖ ବେଶ ନିମନ୍ତେ ପ୍ରସ୍ତୁତି ଚାଲିଛି।[/caption]

Advertisment

ତେବେ ଆଗାମୀ ପରିଚାଳନା କମିଟି ବୈଠକ ଉପରେ ଏହି ନିଷ୍ପତ୍ତି ନିର୍ଭର କରୁଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ । ଏପଟେ ଭକ୍ତଙ୍କ ସୁବିଧା ଲାଗି ମରିଚିକୋଟ ଛକରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ  ପର୍ଯ୍ୟନ୍ତ ବ୍ୟାରିକେଡକୁ ହଟାଇ ଦିଆଯାଇଛି ।

ଏନେଇ ସେବାୟତ ରବିଶଙ୍କର ପଣ୍ଡା କହିଛନ୍ତି, ଏବେ ପୁରୀରେ କରୋନା ନାହିଁ କହିଲେ ଚଳେ। ରବିବାର ଛୁଟି ଥିବାରୁ ଲୋକ ପରିବାର ସହ ପୁରୀ ମନ୍ଦିର ଆସିବାକୁ ଭଲ ପାଇଥାନ୍ତି। ହେଲେ ରବିବାର ମନ୍ଦିର ବନ୍ଦ ରହୁଥିବାରୁ ଭକ୍ତମାନେ ନିରାଶ ହେଉଛନ୍ତି। ତେଣୁ ଏହି କଟକଣା ଉଠାଇ ନେବା ଉଚିତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe