Advertisment

ମହାପ୍ରସାଦ ଛୁଆଁଇ ଶପଥ କରାଇଲେ, କୋଭିଡ୍ ନିୟମର ଧଜିଆ ଉଡ଼ାଇଲେ

ପିପିଲି (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ଗାଇଡଲାଇନ୍ ମୁତାବକ, ନିର୍ବାଚନ ପାଇଁ କୌଣସି ରାଜନୈତିକ ସଭା କିମ୍ବା ଶୋଭାଯାତ୍ରା ହୋଇପାରିବ ନାହିଁ। କିନ୍ତୁ ରାଜ୍ୟରେ କ୍ଷମତାସୀନ ବିଜେଡି ଦଳ ଏହି ଗାଇଡଲାଇନର ଖୁଲମଖୁଲା ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ଉପସ୍ଥିତିରେ ସରକାରଙ୍କ ଦ୍ୱାରା ଜାରି କୋଭିଡ୍ କଟକଣାର ପୂରା ଉଲ୍ଲଂଘନ କରାଯାଇଛି। କଣାସ ବ୍ଲକ ଅନ୍ତର୍ଗତ ବିଜିପୁର ନନ୍ଦିଗୋଦା ଛକ ନିକଟରେ ଥିବା ଘରେ […]

author-image
Ranjit Kumar Jena
ମହାପ୍ରସାଦ ଛୁଆଁଇ ଶପଥ କରାଇଲେ, କୋଭିଡ୍ ନିୟମର ଧଜିଆ ଉଡ଼ାଇଲେ

pipili

ପିପିଲି (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ଗାଇଡଲାଇନ୍ ମୁତାବକ, ନିର୍ବାଚନ ପାଇଁ କୌଣସି ରାଜନୈତିକ ସଭା କିମ୍ବା ଶୋଭାଯାତ୍ରା ହୋଇପାରିବ ନାହିଁ। କିନ୍ତୁ ରାଜ୍ୟରେ କ୍ଷମତାସୀନ ବିଜେଡି ଦଳ ଏହି ଗାଇଡଲାଇନର ଖୁଲମଖୁଲା ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି।

Advertisment

ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ଉପସ୍ଥିତିରେ ସରକାରଙ୍କ ଦ୍ୱାରା ଜାରି କୋଭିଡ୍ କଟକଣାର ପୂରା ଉଲ୍ଲଂଘନ କରାଯାଇଛି। କଣାସ ବ୍ଲକ ଅନ୍ତର୍ଗତ ବିଜିପୁର ନନ୍ଦିଗୋଦା ଛକ ନିକଟରେ ଥିବା ଘରେ ସାମିଲ ହୋଇଥିଲେ କଣାସ ଅଞ୍ଚଳର ହଜାର ବିଜୁ ଜନତା ଦଳର (ବିଜେଡି) କର୍ମୀମାନେ। ଏମାନଙ୍କୁ ନେଇ କରାଯାଇଛି ପଞ୍ଚାୟତ ନିର୍ବାଚନ ପାଇଁ ବୈଠକ। ଖୋଦ୍ ବିଧାୟକ ଏହି ବୈଠକ କରୁଛନ୍ତି।

କେବଳ ସେତିକି ନୁହେଁ, ବିଧାୟକଙ୍କ ଉପସ୍ଥିତିରେ ଦଳୀୟ କର୍ମୀମାନଙ୍କୁ ଠାକୁରଙ୍କ ପାଦୁକ ଧରାଇ ଶପଥ କରାଯାଉଛି। ଆଉ ଏହାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଶୁଣିବାକୁ ମିଳିଛି ଯେ ମହାପ୍ରସାଦ ଛୁଇଁ ଶପଥ କରି କୁହ ତୁମେ ସଂଗଠନରେ ରହିବ ଓ ଦଳକୁ ସମର୍ଥନ କରି।

Advertisment

ଏହି ଭିଡିଓରେ ନଜର ଆସୁଛନ୍ତି ପୁରୀ ସତ୍ୟବାଦୀ ବିଧାୟକ ଉମାବଲ୍ଲଭ ସାମନ୍ତରାୟ। କଣାସ ବ୍ଲକ ଅନ୍ତର୍ଗତ ବିଜିପୁର ନନ୍ଦିଗୋଦା ଛକ ନିକଟରେ ଥିବା ଏକ ଘରେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ବିଜେଡିରେ ସାମିଲ କରିବା ଆଳରେ ମହାପ୍ରସାଦ ଛୁଆଁଇ ସଂଗଠନରେ ରହିବାକୁ ଶପଥ କରାଉଛନ୍ତି। ତେବେ ଏନେଇ ସତ୍ୟବାଦୀ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।